ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ରାଜ୍ୟରେ ସ୍ଥିତି ସାଂଘାତିକ; ଚିନ୍ତା ବଢାଇଲା ଖୋର୍ଦ୍ଧା

0

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଅଣାୟ ହେବାରେ ଲାଗିଛି। ଜଙ୍ଗଲ ନିଆଁ ଭଳି କରୋନା ବ୍ୟାପିବାରେ ଲାଗିଛି।ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି । ୨୦୨୦, ସେପ୍ଟେମ୍ବର ୨୫ରେ ରାଜ୍ୟରେ ପ୍ରଥମ ଲହରର ପିକ ଥିଲା ୪ ହଜାର ୩୫୬। ସେହି ରେକର୍ଡକୁ ୧୨ ଦିନ ମଧ୍ୟରେ ଏବେ ତୃତୀୟ ଲହର ଟପିସାରିଛି। ରାଜ୍ୟରେ କରୋନାର ବଡ଼ ହଟସ୍ପଟ ପାଲଟିଛି ଖୋର୍ଦ୍ଧା। ଖୋର୍ଦ୍ଧା ସମେତ ୭ଟି ଜିଲ୍ଲାରେ ସେଞ୍ଚୁରି ଟପିଛି ସଂକ୍ରମଣ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି; ଯାହା ରାଜ୍ୟ ସରକାର ପାଇଁ ଚିନ୍ତାଜନକ। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭ ଶହ ୫୫ ଜଣ ଥିବା ବେଳେ ସ୍ଥାନୀୟ ଅ ଳରୁ ଅଛନ୍ତି ୧୯୫୯ ଜଣ । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୪୧୬ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ରେଡ ଜୋନରେ ଥିବା ଖୋର୍ଦ୍ଧାରେ ସଂକ୍ରମଣ ଏବେ ୨ହଜାର ମୁହାଁ । ଗତ ୨୪ ଘଣ୍ଟାରେ ୧୬୧୯ ଜଣ କେବେଳ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ତା ପଛକୁ ସୁନ୍ଦରଗଡ଼ରେ ୬୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୪୩୭, କଟକରୁ ୩୬୦ ,ଝାରସୁଗୁଡାରୁ ୧୫୪,ବାଲେଶ୍ୱରରୁ ୧୨୩,ପୁରୀରୁ ୧୧୯ ପଜିଟିଭ ମାମଲା ସାମନାକୁ ଆସିଛି। ସଂଖ୍ୟା ଯେଭଳି ଭାବେ ବଢିବାରେ ଲାଗିଛି ଦ୍ୱିତୀୟ ଲହରରେ ୨୦୨୧ ମେ’ ମାସରେ ସଂକ୍ରମଣ ଯେଭଳି ୧୨ ହଜାର ୮୪୨ ଶୀର୍ଷକୁ ଛୁଇଁ ଥିଲା ତାକୁ ମଧ୍ୟ ଖୁବ ଶୀଘ୍ର
ଟପିଯାଇପାରେ ଏବଂ ଖୁବ ଶୀଘ୍ର କରୋନା ଏଇ ମାସ ଶେଷ ସୁଦ୍ଧା କିମ୍ବା ଫେବୃଆରି ଆରମ୍ଭରୁ ଶୀର୍ଷରେ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ।

Leave A Reply

Your email address will not be published.