ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଦେଶରେ ଦ୍ରୁତ ଗତିରେ ମାଡୁଛି କରୋନା

0

ଦେଶରେ କରୋନା ସଂକ୍ରମଣ ଥମିବାର ନାନଉନି। ରକେଟ ସ୍ପିଡରେ ମାଡିଚାଲିଛି ମହାମାରୀ । ଗତ ୨୪ ଘଣ୍ଟା ରେ ଦେଶରେ ଲକ୍ଷେ ୭୯ ହଜାର ୭୨୩ ନୂଆ ମାମଲା ସାମନାକୁ ଆସିଛି । ଯାହା ସୋମବାର ତୁଳନାରେ ୧୨.୬ ପ୍ରତିଶତ ଅଧିକ । ତେବେ ଚିନ୍ତାର ବିଷୟ ହେଉଛି ମହାରାଷ୍ଟ୍ରରୁ କେବଳ ୪୪ ହଜାର ୩୮୮ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦିନକରେ ୧୪୬ଜଣ କରୋନାରେ ଆଖି ବୁଜିଛନ୍ତି ।

ସେହିପରି ମହାରାଷ୍ଟ୍ର ବ୍ୟତୀତ ପଶ୍ଚିମବଙ୍ଗ ,ଦିଲ୍ଲୀ ,ତାମିଲନାଡୁ,କର୍ଣ୍ଣାଟକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପଶ୍ଚିମବଙ୍ଗରେ ଗତ ୨୪ ଘ ।ରେ ୨୪ ହଜାର ୨୮୭,ଦିଲ୍ଲୀରେ ୨୨ ହଜାର ୭୫୧,ତାମିଲନାଡୁରେ ୧୨ ହଜାର ୮୯୫ ଓ କର୍ଣ୍ଣାଟକରେ ୧୨ ହଜାର ମାମଲା ସାମାନକୁ ଆସିଛି ।
ଦେଶରେ ୬୪.୭୨ ପ୍ରତିଶତ ନୂଆ ମାମଲା କେବଳ ୫ ରାଜ୍ୟରୁ ମିଳିଛି । ମହାରାଷ୍ଟ୍ରରେ କେବଳ ୨୪.୭% ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬ରେ ପହ ଛି । ଗତ ୨୪ ଘଣ୍ଟ।ର କଥା କହିବା ତ, କେରଳରୁ ସର୍ବାଧିକ ୪୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ପଶ୍ଚିମବଙ୍ଗରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଦିଲ୍ଲୀ ଓ ମହାରାଷ୍ଟ୍ରରେ ବହୁ ପୁଲିସ କର୍ମୀ ସଂକ୍ରମିତ ହେଉଥିବା ଦେଖାଯାଉଛି । ଗତ ୪୮ ଘ ।ରେ ୧୧୪ ପୁଲିସ କର୍ମୀ ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇଛି । ମୁମ୍ବାଇରେ ଏବେ ଯାଏଁ ୫୨୩ ପୁଲିସ କର୍ମୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କୁହାଯାଉଛି ଯେ, ମୁମ୍ବାଇରେ କରୋନାରେ ୧୮ ଆଇପିଏସ ଅଫିସର ସଂକ୍ରମିତ ହୋଇଛନ୍ତି । ସେହିପରି ଦିଲ୍ଲୀର ୩୦୦ରୁ ଅଧିକ ପୁଲିସ କର୍ମଚାରୀ ପଜିଟିଭ ଥିବା ଜଣାପଡିଛି । ଅନ୍ୟପଟେ ହଜାରେରୁ ଅଧିକ ଡାକ୍ତର ମଧ୍ୟ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.