ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ
ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ
ଦେଶର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ବି.ଆର.ଗଭାଇ
ରାଜଧାନୀରେ ପୁଣି ପିଲା ଚୋରି
ୟୁପିଏସସିର ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର
ପାକିସ୍ତାନରୁ ଫେରିଲେ ବିଏସଏଫ ଯବାନ ପିକେ ସାଁ, ଭାରତ ମଧ୍ୟ ଫେରାଇଲା ରେଞ୍ଜର

ଦେଶରେ ଦ୍ରୁତ ଗତିରେ ମାଡୁଛି କରୋନା

0

ଦେଶରେ କରୋନା ସଂକ୍ରମଣ ଥମିବାର ନାନଉନି। ରକେଟ ସ୍ପିଡରେ ମାଡିଚାଲିଛି ମହାମାରୀ । ଗତ ୨୪ ଘଣ୍ଟା ରେ ଦେଶରେ ଲକ୍ଷେ ୭୯ ହଜାର ୭୨୩ ନୂଆ ମାମଲା ସାମନାକୁ ଆସିଛି । ଯାହା ସୋମବାର ତୁଳନାରେ ୧୨.୬ ପ୍ରତିଶତ ଅଧିକ । ତେବେ ଚିନ୍ତାର ବିଷୟ ହେଉଛି ମହାରାଷ୍ଟ୍ରରୁ କେବଳ ୪୪ ହଜାର ୩୮୮ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦିନକରେ ୧୪୬ଜଣ କରୋନାରେ ଆଖି ବୁଜିଛନ୍ତି ।

ସେହିପରି ମହାରାଷ୍ଟ୍ର ବ୍ୟତୀତ ପଶ୍ଚିମବଙ୍ଗ ,ଦିଲ୍ଲୀ ,ତାମିଲନାଡୁ,କର୍ଣ୍ଣାଟକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପଶ୍ଚିମବଙ୍ଗରେ ଗତ ୨୪ ଘ ।ରେ ୨୪ ହଜାର ୨୮୭,ଦିଲ୍ଲୀରେ ୨୨ ହଜାର ୭୫୧,ତାମିଲନାଡୁରେ ୧୨ ହଜାର ୮୯୫ ଓ କର୍ଣ୍ଣାଟକରେ ୧୨ ହଜାର ମାମଲା ସାମାନକୁ ଆସିଛି ।
ଦେଶରେ ୬୪.୭୨ ପ୍ରତିଶତ ନୂଆ ମାମଲା କେବଳ ୫ ରାଜ୍ୟରୁ ମିଳିଛି । ମହାରାଷ୍ଟ୍ରରେ କେବଳ ୨୪.୭% ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬ରେ ପହ ଛି । ଗତ ୨୪ ଘଣ୍ଟ।ର କଥା କହିବା ତ, କେରଳରୁ ସର୍ବାଧିକ ୪୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ପଶ୍ଚିମବଙ୍ଗରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଦିଲ୍ଲୀ ଓ ମହାରାଷ୍ଟ୍ରରେ ବହୁ ପୁଲିସ କର୍ମୀ ସଂକ୍ରମିତ ହେଉଥିବା ଦେଖାଯାଉଛି । ଗତ ୪୮ ଘ ।ରେ ୧୧୪ ପୁଲିସ କର୍ମୀ ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇଛି । ମୁମ୍ବାଇରେ ଏବେ ଯାଏଁ ୫୨୩ ପୁଲିସ କର୍ମୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କୁହାଯାଉଛି ଯେ, ମୁମ୍ବାଇରେ କରୋନାରେ ୧୮ ଆଇପିଏସ ଅଫିସର ସଂକ୍ରମିତ ହୋଇଛନ୍ତି । ସେହିପରି ଦିଲ୍ଲୀର ୩୦୦ରୁ ଅଧିକ ପୁଲିସ କର୍ମଚାରୀ ପଜିଟିଭ ଥିବା ଜଣାପଡିଛି । ଅନ୍ୟପଟେ ହଜାରେରୁ ଅଧିକ ଡାକ୍ତର ମଧ୍ୟ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.