ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

କୁଲଗାମରେ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

0

ଜମ୍ମୁ-କାଶ୍ମୀର କୁଲଗାମରେ ଆଜି ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ତରଫରୁ ଜୋରଦାର ଗୁଳିମାଣ୍ଡହୋଇଛି । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ପୁଲିସ ଅନୁସାରେ, ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସକାଳୁ ହିଁ ଗୁଳିମାଡ଼ ଆରମ୍ଭ ହୋଇଯାଇଥିଲା । ତେବେ ଆତଙ୍କୀ କେଉଁ ସଂଗଠନରେ ଥିଲେ, ତାହା ଏଯାଏ ଜଣାପଡିନାହିଁ ।


କାଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ଯେ, ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳ ବାରୁଦ ଜବତ ହୋଇଛି । ଏହା ସହ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ନିହତ ହୋଇଥିବା ଆତଙ୍କବାଦୀ କେଉଁ ସଂଗଠନର ଥିଲେ ,ସେ ନେଇ ପୁଲିସ ତଲାସୀ ଜାରି ରଖିଛି । ଗୋଟିଏ ଦିନ ପୂର୍ବରୁ ହିଁ କୁଲଗାମର ହୋସେନପୋରାରେ ୨ ଆତଙ୍କୀ ଲୁଚି ରହିଥିବା ଖବର ମିଳିଥିଲା ।ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ ୩ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ

ଜାନୁଆରୀ ୨୦୨୨ରେ ଏହା ହେଉଛି ସପ୍ତମ ଏନକାଉ ର । ଏହା ପୂର୍ବରୁ ନିରାପତ୍ତା ବଳ ପ୍ରାୟ ୧୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି । ପୂର୍ବରୁ ସଂଗଠିତ ୬ଟି ଏନକାଉଣ୍ଟ ରରେ ସୁରକ୍ଷାକର୍ମୀ ୧୧ ଜଣ ଆତଙ୍କବାଦୀଙ୍କୁ ହତ୍ୟାକରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ପାକିସ୍ତାନୀ ନାଗରିକ ଥିଲେ । ସେମାନଙ୍କଠାରୁ ଆମେରିକା ନିର୍ମିତ ଦୁଇଟି ଏମ ୪ ରାଇଫଲ, ଦୁଇଟି ଏକେ ୫୬,ଦୁଇଟି ଏକେ ୪୭ ରାଇଫଲ ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

Leave A Reply

Your email address will not be published.