ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ଆମେରିକା ଉଠାଇଲା ପଦକ୍ଷେପ, ୟୁକ୍ରେନ ଉପରେ ବଢିଲା ଋଷର ଆକ୍ରମଣ ଆଶଙ୍କା

0

ୟୁକ୍ରେନ ଓ ଋଷ ସୀମାରେ ଉେତ୍ତଜନା ଜାରି ରହିଛି । ୟୁକ୍ରେନ ଉପରେ ଋଷ ଆକ୍ରମଣର ଭୟ ଲଗାତର ଲାଗି ରହିଛି । ଏହି ସମୟରେ ଖବର ମିଳିଛି ଯେ , ଆମେରିକା ୟୁକ୍ରେନର ରାଜଧାନୀରେ କିୱିଭିରେ ଥିବା ନିଜ ଦୂତବାସକୁ ଖାଲି କରୁଛି । ଏବିସି ନ୍ୟୁଜ ରିପୋର୍ଟ ଅନୁସାରେ, ଆମେରିକା ବିଦେଶା ମନ୍ତ୍ରାଳୟ ରବିବାର ଅପରାହ୍ନରେ ଏକ ଟ୍ରାଭେଲ ଆଡଭାଇଜରି ଜାରି କରିଛି । ଏବଂ ୟୁକ୍ରେନରେ ରହୁଥିବା ଆମେରିକା ନାଗରିକଙ୍କୁ ଦେଶକୁ ଫେରିବାକୁ ପରାମର୍ଶ ଦେଇଛି ।

ବିଦେଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ,ଏହା ଚତୁର ସାବଧାନତା ଅଟ, ଯାହା କୌଣସି ପ୍ରକାର ୟୁକ୍ରେନ ପ୍ରତି ଆମର ପ୍ରତିବଦ୍ଧତା ଓ ସମର୍ଥନକୁ ଦୁର୍ବଳ କରିବ ନାହିଁ । ଅଧକାରୀ ଜଣକ କହିଛନ୍ତି ଯେ, ଋଷ ପକ୍ଷରୁ ୟୁକ୍ରେନ ସୀମାରେ ସୈନ୍ୟ ମୁତୟନ ଦେଖି ଏଭଳି ପଦକ୍ଷେପ ନିଆଯାଉଛି ।ନିକଟରେ ଖବର ଆସିଥିଲା ଯେ, ଋଷ ମଧ୍ୟ ୟୁକ୍ରେନରୁ ନିଜ କୂଟନୀତିଜ୍ଞ ଓ ତାଙ୍କ ପରିବାରକୁ ଦେଶକୁ ଫେରିଆସିବାକୁ କହିଛି ।

ନ୍ୟୁୟର୍କ ଟାଇମ୍ସ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ, ୧୮ ଜଣ ଲୋକ,ଯେଉଁଥିରେ ଋଷ କୂଟନୀତିଜ୍ଞଙ୍କ ପିଲା ଓ ପତ୍ନୀ ଥିଲେ ସେମାନେ ଜାନୁଆରୀ ୫ ତାରିଖରେ ୟୁକ୍ରେନ ଛାଡ଼ି ପଳାଇଛନ୍ତି ।ଏହାର ଦୁଇ ସପ୍ତାହ ମଧ୍ୟରେ ଆହୁରି ୩୦ ଜଣ ୟୁକ୍ରେନ ଛାଡି ଚାଲିଯାଇଥିବା ଜଣାପଡିଛି । ତେବେ ଆମେରିକା ଓ ଋଷ କୂଟନୀତିଜ୍ଞ ୟୁକ୍ରେନ ଛାଡିବା ଖବର ଏଭଳି ସମୟରେ ଆସିଛି ଯେତେବେଳେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାର ଭୟ ଲାଗିରହିଛି । ହେଲେ ଋଷ ଲଗାତର ଏହା କହିଆସୁଛି ଯେ, ସେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ କୌଣସି ଯୋଜାନା କରିନାହିଁ ।

ଏପଟେ ଆମେରିକା ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନେଇ ଲଗାତର ଚେତାବନୀ ଦେଇଆସୁଛି । ପେଣ୍ଟାଗନ ପ୍ରବକ୍ତା ଜନ କିର୍ବି କିଛି ସମୟ ପୂର୍ବରୁ କହିଛନ୍ତି ଯେ, ଋଷ ଏଭଳି ଏକ ଯୋଜନାରେ କାମ କରୁଛି, ଯେଉଁଥିରେ ଜଣାପଡୁଛି ଯେ, ୟୁକ୍ରେନ ତାକୁ ଆକ୍ରମଣ ପାଇଁ ଉସକାଉଛି । ସେହିପରି ଋଷ ଆକ୍ରମଣ ପାଇଁ ବାହାନା ଖୋଜୁଛି । ଗତ ବୁଧବାର ଆମେରିକା ବିଦେଶ ମନ୍ତ୍ରୀ ଆ ନି ବ୍ଲିଙ୍କିନ ୟୁକ୍ରେନ ଗସ୍ତ କରିଥିଲେ। ଏହା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷକୁ ଚେତାବନୀ ବି ଦେଇଥିଲେ, ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ପରିଣାମ ଭୋଗିବାକୁ ପଡିବ ।

୧୯୯୧ରେ ସୋଭିଏତ ୟୁନିୟନର ବିଲୋପ ପରେ ୟୁକ୍ରେନକୁ ସ୍ୱାଧୀନତା ମିଳିଥିଲା । ୟୁକ୍ରେନରେ ଋଷ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ୨୦୧୪ରେ ୟୁକ୍ରେନର ଋଷ ସମର୍ଥିତ ସରକାର ବିରୋଧରେ ବଡ଼ ପ୍ରଦର୍ଶନ ହୋଇଥିଲା ଏବଂ ସରକାରଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏଭଳି ସୁଯୋଗର ଫାଇଦା ଉଠାଇ ଋଷ ୟୁକ୍ରେନର ଅଂଶ କିମିଆକୁ କବଜା କରିନେଲା । ହେଲ ଋଷ ଯୁକ୍ତି ଦର୍ଶାଇଥିଲା ଯେ, ଋଷ ଭାଷା ଲୋକଙ୍କୁ ବିଦ୍ରୋହରୁ ରକ୍ଷା କରିବା ତାର କତ୍ତର୍ବ୍ୟ ଥିଲା । ଏହା ପରେ ୟୁକ୍ରେନ ପଶ୍ଚିମ ଦେଶ ସହିତ ନିଜ ସଂପର୍କରେ ମଜବୁତ କରୁଛି । ଯାହାକୁ ଋଷ ବିରୋଧ କରୁଛି । ନାଟୋ ସହ ୟୁକ୍ରେନର ଘନିଷ୍ଠତା ମଧ୍ୟ ଋଷ ପାଇଁ ଚିନ୍ତାର ବିଷୟ । ଏହି କାରଣରୁ ଦୁଇ ଦେଶ ମଧ୍ୟ ବିବାଦ ସବୁବେଳେ ଲାଗିରହିଛି ।

Leave A Reply

Your email address will not be published.