ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଏସଆଇ ପରୀକ୍ଷା ସ୍କାମ, ସିଲିକନ୍ ଟେକଲ୍ୟାବ ମାଲିକ ଗିରଫ

0

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲାରେ ଆଉ ଜଣେ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍। ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ସୁରେଶ ନାୟକଙ୍କୁ ଆଜି କଟକ କ୍ରାଇମବ୍ରାଞ୍ଚ ଗିରଫ କରିଛି। କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶକୁ ସାମ୍ନାସାମ୍ନି ଜେରା କରୁଛି। ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡରୁ ଧରାହୋଇ ଭୁବନେଶ୍ବର ଓ ପରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି। ଧରାପଡିବା ପରେ ନିଜର କିଛି ଦୋଷ ନଥିବା କହିଛି ଶଙ୍କର। ତାକୁ ଗିରଫ କରାଯାଇନି ବରଂ ସେ ଆତ୍ମସମର୍ପଣ କରିଥିବା ଦାବି କରିଛି। ଶଙ୍କର କହିଛି ଯେ ମୁଁ ଲୁଚି ନଥିଲି। ଆଇନ ପ୍ରକ୍ରିୟାକୁ ସମ୍ମୁଖୀନ ହେଉଥିଲି। ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲି। ମୋତେ ସମୟ ଦିଆଯାଇଥିଲା, ମାସକ ପରେ ହାଜର ହୋଇଥାଆନ୍ତି।

ଏହା ସହ ସେ ପୂର୍ବ ସରକାରରେ ହଜା‌ରେ କୋଟିର ଡିଲ୍‌ ହୋଇଥିବା କାଲି ତାର ବୟାନ ରେ କହିଛି। ଆଉ ଖୁବ୍‌ଶୀଘ୍ର ସବୁ ଗୁମର ଖୋଲି। ସରକାରଙ୍କୁ ସବୁ ତଥ୍ୟ ଦେବି ବୋଲି ସେ କ୍ରାଇବ୍ରାଞ୍ଚକୁ କହିଛି। ଶଙ୍କରର ଏହି ଚାଞ୍ଚଲ୍ୟକର ବୟାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ମଧ୍ୟ ହୋଇଛି। ଆଗକୁ ନୂଆପଡ଼ା ଉପନିର୍ବାଚନ ଥିବାରୁ ଶଙ୍କରର ବୟାନକୁ ରାଜନୈତିକ ମହଲରେ ଗୁରୁତ୍ବର ସହ ନିଆଯାଉଛି।

Leave A Reply

Your email address will not be published.