ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ବାପା ହେଲେ ଆଦିତ୍ୟ ନାରାୟଣ, ଘରକୁ ଆସିଲେ ଲକ୍ଷ୍ମୀ

0

ବଧାଇ ହୋ..ବଧାଇ ହୋ… । ଘରକୁ ଲକ୍ଷ୍ମୀ ଆସିଛନ୍ତି । ଆଜ୍ଞା ହଁ ଆମେ କହୁଛୁ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣଙ୍କ କଥା । ଏହାରି ମଧ୍ୟରେ ବାପା ହୋଇଛନ୍ତି ଆଦିତ୍ୟ ନାରାୟଣ । ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଦିତ୍ୟ ବାପା ହେବାର ଖୁସି ଖବର ନିଜେ ଇନଷ୍ଟାରେ ସେୟାର କରିଛନ୍ତି । ଆଦିତ୍ୟ କହିଛନ୍ତି ସେ ଏକ ଝିଅର ବାପା ହୋଇଥିବାରୁ ବହୁତ ଖୁସି ଅଛନ୍ତି । ଆଦିତ୍ୟଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଏନେଇ ଶୁଭେଚ୍ଚା ଜଣାଇଛନ୍ତି । ଶ୍ୱେତା ଅଗ୍ରୱାଲ ଫେବୃଆରୀ ୨୪ରେ ଏକ ଝିଅ ଜନ୍ମ ଦେଇଛନ୍ତି ।

ତେବେ ଖୁସିର କଥା ହେଲା ଯେ ଆଦିତ୍ୟ ଏକ ଝିଅ ଚାହୁଁଥିବା ବେଳେ ଏବେ ସେ ଝିଅ ଜନ୍ମ ହେବାପରେ ବହୁତ ଖୁସି ଅଛନ୍ତି । ଆଦିତ୍ୟ ନାରାୟଣ ବମ୍ବେ ଟାଇମ୍ସ ସହ ଆଲୋଚନା ସମୟରେ କହିଥିଲେ ଯେ, ସମସ୍ତେ ମୋତେ କହୁଛନ୍ତି ଯେ ଆମର ପୁଅ ହେବ । କିନ୍ତୁ ମୁଁ ଚାହୁଁଛି ଯେ , ମୋର ଝିଅ ହେଉ । ମୋତେ ଲାଗୁଛି ଯେ ଜଣେ ଝିଅ ବାପାର ବହୁତ ନିଜର ହୋଇଥାଏ । ମୁଁ ବହୁତ ଖୁସି ଅଛି ଯେ, ମୋର ଝିଅ ହୋଇଛି । ଶ୍ୱେତାଙ୍କ ପାଇଁ ମୋର ଭଲପାଇବା ଦୁଇଗୁଣା ହୋଇଯାଇଛି ବୋଲି କହିଛନ୍ତି ଆଦିତ୍ୟ ନାରାୟଣ ।

Leave A Reply

Your email address will not be published.