ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବାପା ହେଲେ ଆଦିତ୍ୟ ନାରାୟଣ, ଘରକୁ ଆସିଲେ ଲକ୍ଷ୍ମୀ

0

ବଧାଇ ହୋ..ବଧାଇ ହୋ… । ଘରକୁ ଲକ୍ଷ୍ମୀ ଆସିଛନ୍ତି । ଆଜ୍ଞା ହଁ ଆମେ କହୁଛୁ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣଙ୍କ କଥା । ଏହାରି ମଧ୍ୟରେ ବାପା ହୋଇଛନ୍ତି ଆଦିତ୍ୟ ନାରାୟଣ । ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଦିତ୍ୟ ବାପା ହେବାର ଖୁସି ଖବର ନିଜେ ଇନଷ୍ଟାରେ ସେୟାର କରିଛନ୍ତି । ଆଦିତ୍ୟ କହିଛନ୍ତି ସେ ଏକ ଝିଅର ବାପା ହୋଇଥିବାରୁ ବହୁତ ଖୁସି ଅଛନ୍ତି । ଆଦିତ୍ୟଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଏନେଇ ଶୁଭେଚ୍ଚା ଜଣାଇଛନ୍ତି । ଶ୍ୱେତା ଅଗ୍ରୱାଲ ଫେବୃଆରୀ ୨୪ରେ ଏକ ଝିଅ ଜନ୍ମ ଦେଇଛନ୍ତି ।

ତେବେ ଖୁସିର କଥା ହେଲା ଯେ ଆଦିତ୍ୟ ଏକ ଝିଅ ଚାହୁଁଥିବା ବେଳେ ଏବେ ସେ ଝିଅ ଜନ୍ମ ହେବାପରେ ବହୁତ ଖୁସି ଅଛନ୍ତି । ଆଦିତ୍ୟ ନାରାୟଣ ବମ୍ବେ ଟାଇମ୍ସ ସହ ଆଲୋଚନା ସମୟରେ କହିଥିଲେ ଯେ, ସମସ୍ତେ ମୋତେ କହୁଛନ୍ତି ଯେ ଆମର ପୁଅ ହେବ । କିନ୍ତୁ ମୁଁ ଚାହୁଁଛି ଯେ , ମୋର ଝିଅ ହେଉ । ମୋତେ ଲାଗୁଛି ଯେ ଜଣେ ଝିଅ ବାପାର ବହୁତ ନିଜର ହୋଇଥାଏ । ମୁଁ ବହୁତ ଖୁସି ଅଛି ଯେ, ମୋର ଝିଅ ହୋଇଛି । ଶ୍ୱେତାଙ୍କ ପାଇଁ ମୋର ଭଲପାଇବା ଦୁଇଗୁଣା ହୋଇଯାଇଛି ବୋଲି କହିଛନ୍ତି ଆଦିତ୍ୟ ନାରାୟଣ ।

Leave A Reply

Your email address will not be published.