ପ୍ରମୁଖ ଖବର

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚୟନ କରିବେ ଉଚ୍ଚସ୍ତରୀୟ କମିଟି, ଅବସରକାଳୀନ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଦେବେ ଅନୁମୋଦନ
ସିଂହାମୁଣ୍ଡାରେ ଝାଡ଼ାବାନ୍ତି ଦୁଇ ମୃତ, ୫୦ରୁ ଅଧିକ ଆକ୍ରାନ୍ତ
ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କ ଦେହାନ୍ତ, ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ଆସନ୍ତା ୨୪ ଘଣ୍ଟାରେ ବାଂଲାଦେଶ ଲଘୁଚାପ ସମ୍ଭାବନା ରହିଛି, ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରି ଅବପାତରେ ପରିଣତ ହୋଇପାରେ
ଉତ୍ତରପ୍ରଦେଶ ବାହାରାଇଚରେ ମାତିଛି ମଣିଷଖିଆ ଗଧିଆ: ଦୁଇ ଦିନରେ ତିନି ଶିଶୁଙ୍କୁ ମରାଣାନ୍ତକ ଆକ୍ରମଣ , ସତର୍କ ରହିବାକୁ ବନବିଭାଗର ପରାମର୍ଶ

ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ ଭକ୍ତ, ଉଠିଲା କଟକଣା

0

ଏଣିକି ଆଉ ରହିବନି କଟକଣା । ଭକ୍ତମାନେ ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ମା’ଙ୍କ ପାଖରେ ଭୋଗଲାଗି ଉପରେ କଟକଣା ଜାରି କରାଯାଇଥିବା ବେଳେ ଏବେ ଏହାକୁ ହଟାଯାଇଛି । ଏବେ କଟକଣା ହଟିବା ପରେ ମା’ଙ୍କ ଦର୍ଶନ ସହିତ ଭୋଗ ଲାଗି କରିପାରିବେ ଶ୍ରଦ୍ଧାଳୁ । ମନ୍ଦିର ପ୍ରବେଶ ପଥରେ ଭୋଗ ଲଗାଇବା ଓ ମା’ଙ୍କ ଦର୍ଶନ ପାଇଁ ୨ଟି ସ୍ୱତନ୍ତ୍ର ଅଲଗା ଧାଡି କରାଯାଇଛି । ସକାଳ ସାଢେ ୬ରୁ ଅପରାହ୍ନ ଗୋଟାଏ ଓ ଅପରାହ୍ନ ୩ଟା ୩୦ରୁ ରାତି ୮ ଟା ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ସହ ଭୋଗ ଲାଗି ହୋଇପାରିବ । ଏହା ବ୍ୟତୀତ ୧୦ ବର୍ଷରୁ କମ ପିଲା ଓ ବୃଦ୍ଧ ଲୋକଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିଛି । ହେଲେ ଶ୍ରଦ୍ଧାଳୁଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହେଲେ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ, ମିଠା,ଭୋଗ ଓ ଅନ୍ନପ୍ରସାଦ ବିକ୍ରି ନେଇ ନିଷ୍ପତ୍ତି ପରେ ନିଆଯିବ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ହଟାଇବା ନେଇ ନିର୍ଦ୍ଦେଶ ମିଳିବା ପରେ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ବୈଠକ ବସିଥିଲା । ବୈଠକରେ ଭକ୍ତ ମାନେ ମା’ଙ୍କୁ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.