ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଠକ ଡାକ୍ତରଠୁ ସତ ଉଗାଳିବ ମିଛ ଧରା ମେସିନ

0

୧୮ ମହିଳାଙ୍କ ସ୍ୱାମୀ ଠକ ଡାକ୍ତର ରମେଶ ସ୍ୱାଇଁର ଆହୁରି ଅନେକ ଗୁମର ପଦାକୁ ଆସିବ। ସତ ଉଗାଳିବାକୁ ରମେଶ ସ୍ୱାଇଁର ଆଜି ହେବ ମିଛଧରା ପରୀକ୍ଷା। ଝାରପଡା ଜେଲରୁ ରାଜ୍ୟ ଫୋରେନସିକ ଲ୍ୟାବକୁ ପୁଲିସ ଆଣି ରମେଶର ପଲିଗ୍ରାଫ ଟେଷ୍ଟ କରିବ। ଏଥିପାଇଁ ବିଭିନ୍ନ ପ୍ରଶ୍ନ ପ୍ରସ୍ତୁତ କରିଛି ପୁଲିସ। ପୁଲିସ ୯୦ ଟି ପ୍ରଶ୍ନ ପ୍ରସ୍ତୁତ କରିଥିବା ସୂଚନା ରହିଛି । ପଲିଗ୍ରାଫ ଟେଷ୍ଟ ସମୟରେ ରମେଶକୁ ସେହି ସବୁ ପ୍ରଶ୍ନର ସାମନା କରିବାକୁ ପଡିବ । ରମେଶକୁ ପୁଲିସ ୨୩ ଦିନିଆ ରିମାଣ୍ଡରେ ଆଣିଥିଲା । ମହିଳାଙ୍କୁ ବିବାହ, ଚାକିରି କରାଇଦେବା ନାଁରେ ଠକେଇ, ଡାକ୍ତରୀ ପାଠପଢା ନେଇ ଠକେଇ ବିଭିନ୍ନ ଦିଗରେ ପୁଲିସ ଜେରା କରିଥିଲା । ହେଲେ ସମ୍ପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାରେ ସଫଳ ହୋଇନଥିଲା । ତେଣୁ ରମେଶ ସମ୍ପର୍କରେ ଅଧିକ ତଥ୍ୟ ବାହାର କରିବାକୁ ମିଛ ଧରା ପରୀକ୍ଷା କରିବ ପୁଲିସ ।

ଗତକାଲି ରମେଶ ସ୍ୱାଇଁର ପ୍ରଥମ ପତ୍ନୀଙ୍କୁ ଜେରା କରାଯାଇଥିଲା । ସ୍ୱାମୀ ବାବଦରେ ପୁଲିସ ଯାହା ଜାଣିବାକୁ ଚାହିଁବ ସେଥିରେ ସହଯୋଗ କରିବେ ବୋଲି ପ୍ରଥମ ପତ୍ନୀ କହିଥିଲେ । ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା । ପ୍ରଥମ ପତ୍ନୀଙ୍କୁ ଦୁଇ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ଉଭୟ ରାଜ୍ୟ ବାହାରେ ଡାକ୍ତର ଅଛନ୍ତି । ରମେଶ ସ୍ୱାଇଁ ଏବେ ଗିରଫ ହୋଇ ଝାରପଡା ଜେଲରେ ଅଛି ।

Leave A Reply

Your email address will not be published.