ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଠକ ଡାକ୍ତରଠୁ ସତ ଉଗାଳିବ ମିଛ ଧରା ମେସିନ

0

୧୮ ମହିଳାଙ୍କ ସ୍ୱାମୀ ଠକ ଡାକ୍ତର ରମେଶ ସ୍ୱାଇଁର ଆହୁରି ଅନେକ ଗୁମର ପଦାକୁ ଆସିବ। ସତ ଉଗାଳିବାକୁ ରମେଶ ସ୍ୱାଇଁର ଆଜି ହେବ ମିଛଧରା ପରୀକ୍ଷା। ଝାରପଡା ଜେଲରୁ ରାଜ୍ୟ ଫୋରେନସିକ ଲ୍ୟାବକୁ ପୁଲିସ ଆଣି ରମେଶର ପଲିଗ୍ରାଫ ଟେଷ୍ଟ କରିବ। ଏଥିପାଇଁ ବିଭିନ୍ନ ପ୍ରଶ୍ନ ପ୍ରସ୍ତୁତ କରିଛି ପୁଲିସ। ପୁଲିସ ୯୦ ଟି ପ୍ରଶ୍ନ ପ୍ରସ୍ତୁତ କରିଥିବା ସୂଚନା ରହିଛି । ପଲିଗ୍ରାଫ ଟେଷ୍ଟ ସମୟରେ ରମେଶକୁ ସେହି ସବୁ ପ୍ରଶ୍ନର ସାମନା କରିବାକୁ ପଡିବ । ରମେଶକୁ ପୁଲିସ ୨୩ ଦିନିଆ ରିମାଣ୍ଡରେ ଆଣିଥିଲା । ମହିଳାଙ୍କୁ ବିବାହ, ଚାକିରି କରାଇଦେବା ନାଁରେ ଠକେଇ, ଡାକ୍ତରୀ ପାଠପଢା ନେଇ ଠକେଇ ବିଭିନ୍ନ ଦିଗରେ ପୁଲିସ ଜେରା କରିଥିଲା । ହେଲେ ସମ୍ପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାରେ ସଫଳ ହୋଇନଥିଲା । ତେଣୁ ରମେଶ ସମ୍ପର୍କରେ ଅଧିକ ତଥ୍ୟ ବାହାର କରିବାକୁ ମିଛ ଧରା ପରୀକ୍ଷା କରିବ ପୁଲିସ ।

ଗତକାଲି ରମେଶ ସ୍ୱାଇଁର ପ୍ରଥମ ପତ୍ନୀଙ୍କୁ ଜେରା କରାଯାଇଥିଲା । ସ୍ୱାମୀ ବାବଦରେ ପୁଲିସ ଯାହା ଜାଣିବାକୁ ଚାହିଁବ ସେଥିରେ ସହଯୋଗ କରିବେ ବୋଲି ପ୍ରଥମ ପତ୍ନୀ କହିଥିଲେ । ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା । ପ୍ରଥମ ପତ୍ନୀଙ୍କୁ ଦୁଇ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ଉଭୟ ରାଜ୍ୟ ବାହାରେ ଡାକ୍ତର ଅଛନ୍ତି । ରମେଶ ସ୍ୱାଇଁ ଏବେ ଗିରଫ ହୋଇ ଝାରପଡା ଜେଲରେ ଅଛି ।

Leave A Reply

Your email address will not be published.