ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଚିନ୍ତା ବଢାଇଲା ଚୀନ, ଭାରତରେ ଆସିବ କି କରୋନାର ନୂଆ ଲହର?

0

କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚୀନରେ ପୁଣି ଦ୍ରୁତ ଗତିରେ ବଢିବାରେ ଲାଗିଛି ସଂକ୍ରମଣ । ସ୍ଥିତି ଏତେ ସଙ୍ଗୀନ ହୋଇଯାଇଛି ଗୋଟେ ପରେ ଗୋଟେ ସହରରେ ତାଲା ଲାଗୁଛି । ଚୀନର ଓମିକ୍ରନର ନୂଆ ସବ ଭ୍ୟାରିଆଣ୍ଟ ଏବେ ପୁଣି କାୟା ମେଲାଇଛି । ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିବା ଏହି ସବ ଭ୍ୟାରିଆଣ୍ଟ ଚାଇନା ବ୍ୟତୀତ ପଶ୍ଚିମ ୟୁରୋପରେ ନିଜର ଉପସ୍ଥିତି ଜାହିର କରିଛି । ତେବେ ଚୀନର ଏହି ସଂକ୍ରମଣ ବଢିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, ଭାରତରେ କରୋନାର ନୂଆ ଲହର ଆସିବ କି? ଯେମିତି ଚୀନ,ପଶ୍ଚିମ ୟୁରୋପ ଓ ହଙ୍ଗକଙ୍ଗରେ ମାମଲା ବଢୁଛି, ଭାରତରେ ପୁଣି ସେଭଳି ସ୍ଥିତି ଉପୁଜିବ କି? ଏହି ପରିପ୍ରେକ୍ଷୀରେ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଡାକ୍ତର ନରେନ୍ଦ୍ର କୁମାର କହିଛନ୍ତି ଯେ, ଭାରତରେ ବିଏ-୨ ଯୋଗୁଁ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେବା ସମ୍ଭାବନା କମ ଦେଖାଦେଉଛି । ତାଙ୍କ କହିବା ଅନୁସାରେ ଭାରତରେ ତୃତୀୟ ଲହରରେ ୭୫ ପ୍ରତିଶତ ମାମଲା ବିଏ-୨ ସବ ଭ୍ୟାରିଆଣ୍ଟ ର ଥିଲା । ଏମିତିରେ ଆଇଆଇଟି କାନପୁର ଜୁନରେ କରୋନା ନୂଆ ଲହରକୁ ନେଇ ଯେଉଁ ଅନୁମାନ କରିଛନ୍ତି,ସେଥିରେ କରୋନା ମାମଲା ଅଧିକ ବ୍ୟାପିବା ସମ୍ଭାବନା କମ ।

ଡାକ୍ତର ରାଜୀବଙ୍କର ମାନିବା ଅନୁସାରେ ଭାରତ ଓ ଚୀନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ସେ କହିଛନ୍ତି ଯେ, ଭାରତରେ ସଂକ୍ରମଣ, ପୁନଃ ସଂକ୍ରମଣ, ବ୍ରେକଥୁ ସଂକ୍ରମଣ ବହୁତ ଦେଖିବାକୁ ମିଳିଛି । ଏଥିପାଇଁ ଏଠାରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସାମାନ୍ୟ ବୃ୍‌ଦ୍ଧି ହୋଇଛି । ତେବେ ଚୀନରେ ସଂକ୍ରମଣ କାୟା ମେଲାଉଥିବାରୁ ବହୁ ସହରରେ ଲକଡାଉନ ଘୋଷଣା କରାଯାଇଛି । ଜିଲନ ସହରରେ ଅସ୍ଥାୟୀ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି । ହଙ୍ଗକଙ୍ଗରେ ସବୁଠୁ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି କଡ଼ା ପ୍ରତିବନ୍ଧକ ଲାଗୁ କରାଯାଇଛି । ସ୍ଥିତିକୁ ଦେଖି କୋଟି କୋଟି ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ସରକାର ।

Leave A Reply

Your email address will not be published.