ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୧୧ ସପ୍ତାହ ପରେ ୩୫% ବଢିଲା ଦେଶରେ ସାପ୍ତାହିକ ସଂକ୍ରମଣ

0

ନୂଆଦିଲ୍ଲୀ: ପୁଣି ଡରାଇଲା କରୋନା। ଦେଶରେ କରୋନା ସଂକ୍ରମଣ ଏବେ ବୃଦ୍ଧି ସଙ୍କେତ ମିଳିଲାଣି। ୧୧ ସପ୍ତାହ ପରେ ଦେଶରେ ସାପ୍ତାହିକ କରୋନା ସଂକ୍ରମଣ ୩୫ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ଉପରେ ଦେଶରେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶରେ ସଂକ୍ରମଣ ବଢୁଥିବାରୁ ଦେଶରେ ସଂକ୍ରମଣ ହାର ବୃଦ୍ଧି ପାଇଛି।

ଏପ୍ରିଲ ୧୧ରୁ ୧୭ ତାରିଖ ମଧ୍ୟରେ ଦେଶରେ ମୋଟ ୬ ହଜାର ୬୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି; ଯାହା ଗତ ସପ୍ତାହରେ ୪ ହଜାର ୯୦୦ ଥିଲା। ତେବେ କରୋନା ଜନିତ ମୃତ୍ୟୁହାର ଲଗାତର କମିବାରେ ଲାଗିଛି। ଚଳିତ ସପ୍ତାହରେ କରୋନାରେ ମାତ୍ର ୨୭ ଜଣ ଆଖିବୁଜିଛନ୍ତି।

ଗତ ୧୫ ଦିନରେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ୫ ଗୁଣା ବଢିଯାଇଛି। ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ଦେଖି ଲୋକାଲ ସର୍କଲ ନାଁରେ ଏକ ସଂସ୍ଥାରେ ସର୍ଭେ ଅନୁସାରେ ଗଲା ୧୫ ଦିନ ଭିତରେ ଦିଲ୍ଲୀରେ ୫୦୦ ପ୍ରତିଶତ ସଂକ୍ରମଣ ବଢିଛି। ଏହି ସର୍ଭେରେ ୧୧ ହଜାର ୭୪୩ ଜଣ ଲୋକ ସାମିଲ ହୋଇଥିଲେ।ମହାନଗରୀରେ ଦୁଇ ସପ୍ତାହ ତଳେ ଥିବା ଶୂନ ଦଶମିକ ୫ ପ୍ରତିଶତ ପଜିଟିଭିଟି ରେଟ୍ ଏବେ ୫ ଦଶମିକ ୩୩ ପ୍ରତିଶତକୁ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଏକ ବୈଠକ ଡାକିଛି।

ତେବେ ଯଦି ଓ ଏବେ ଦୈନିକ ସଂକ୍ରମଣ ସଂଖ୍ୟା କମ ରହିଛି । କିନ୍ତୁ ଏବେଠୁ ସତର୍କ ନହେଲେ ସ୍ଥିତି ଆଗକୁ ଆହୁରି ଜଟିଳ ହୋଇପାରେ। ତେଣୁ ମାସ୍କ ପିନ୍ଧିବା ସହ ଟେଷ୍ଟିଂ ବଢାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.