ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଙ୍ଘ

0

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଡ୍ରାଇଭର । ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ଡ୍ରାଇଭର ମହାସଂଘ । ରାଜଧାନୀରେ ୩୦ ଜିଲ୍ଲାର ଗାଡି ଚାଳକ ମାନେ ଏକାଠି ହୋଇଛନ୍ତି । ୧୦ ଦଫା ଦାବି ନେଇ ରାଜଧାନୀରେ ମାଷ୍ଟର କ୍ୟାଣ୍ଟିନରେ ହଜାର ହାଜର ଡ୍ରାଇଭର ଏକାଠି ହୋଇଛନ୍ତି । ଭୁବନେଶ୍ୱରରେ ନିଜ ଦାବି ନେଇ ବିକ୍ଷୋଭ କରିବା ପାଇଁ ସବୁ ଜିଲ୍ଳାର ଡ୍ରାଇଭର ଭୁବନେଶ୍ୱରରେ ମେଳି କରିଛନ୍ତି ।

ପୂର୍ବରୁ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଭୁବନେଶ୍ୱରରେ ପଦଯାତ୍ରା କରାଯାଇଥିଲା । ନବୀନ ନିବାସ ଘେରିବାକୁ ପଦଯାତ୍ରା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୂର୍ବର ଜିଲ୍ଳାପାଳଙ୍କୁ ସଂଘ ଦାବି ମଧ୍ୟ ଜଣାଇଥିଲା । ପଦଯାତ୍ର୍ରା ପରେ ବୁଝାସୁଝା କରି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ସରକାର ନନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।

ଡ୍ରାଇଭର ମହାସଂଘର ୧୦ ଦଫା ଦାବି ହେଲା ..ଦୁର୍ଘଟଣାରେ ମୃତ୍ୟୁ ହେଲେ ଗାଡି ଚାଳକଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ, ୮ ଘଂଟା କାର୍ଯ୍ୟ କରିବା, ୧୦୦ କିଲୋମିଟର ମଧ୍ୟରେ ବସ ପାର୍କିଂ ବ୍ୟବସ୍ଥା କରିବା । ଏଭଳି ୧୦ ଦାବି ରହିଥିବା ବେଳେ ସରକାର ଦୃଷ୍ଟି ନଦେବାରୁ ଆଜି ପୁଣି ଶକ୍ତି ପ୍ରଦର୍ଶନ କରିବ ଓଡିଶା ଡ୍ରାଇଭର ମହାସଂଘ ।

Leave A Reply

Your email address will not be published.