ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଙ୍ଘ

0

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଡ୍ରାଇଭର । ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା ଡ୍ରାଇଭର ମହାସଂଘ । ରାଜଧାନୀରେ ୩୦ ଜିଲ୍ଲାର ଗାଡି ଚାଳକ ମାନେ ଏକାଠି ହୋଇଛନ୍ତି । ୧୦ ଦଫା ଦାବି ନେଇ ରାଜଧାନୀରେ ମାଷ୍ଟର କ୍ୟାଣ୍ଟିନରେ ହଜାର ହାଜର ଡ୍ରାଇଭର ଏକାଠି ହୋଇଛନ୍ତି । ଭୁବନେଶ୍ୱରରେ ନିଜ ଦାବି ନେଇ ବିକ୍ଷୋଭ କରିବା ପାଇଁ ସବୁ ଜିଲ୍ଳାର ଡ୍ରାଇଭର ଭୁବନେଶ୍ୱରରେ ମେଳି କରିଛନ୍ତି ।

ପୂର୍ବରୁ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଭୁବନେଶ୍ୱରରେ ପଦଯାତ୍ରା କରାଯାଇଥିଲା । ନବୀନ ନିବାସ ଘେରିବାକୁ ପଦଯାତ୍ରା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୂର୍ବର ଜିଲ୍ଳାପାଳଙ୍କୁ ସଂଘ ଦାବି ମଧ୍ୟ ଜଣାଇଥିଲା । ପଦଯାତ୍ର୍ରା ପରେ ବୁଝାସୁଝା କରି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ସରକାର ନନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।

ଡ୍ରାଇଭର ମହାସଂଘର ୧୦ ଦଫା ଦାବି ହେଲା ..ଦୁର୍ଘଟଣାରେ ମୃତ୍ୟୁ ହେଲେ ଗାଡି ଚାଳକଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ, ୮ ଘଂଟା କାର୍ଯ୍ୟ କରିବା, ୧୦୦ କିଲୋମିଟର ମଧ୍ୟରେ ବସ ପାର୍କିଂ ବ୍ୟବସ୍ଥା କରିବା । ଏଭଳି ୧୦ ଦାବି ରହିଥିବା ବେଳେ ସରକାର ଦୃଷ୍ଟି ନଦେବାରୁ ଆଜି ପୁଣି ଶକ୍ତି ପ୍ରଦର୍ଶନ କରିବ ଓଡିଶା ଡ୍ରାଇଭର ମହାସଂଘ ।

Leave A Reply

Your email address will not be published.