ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ; କିପରି କରିବେ ଡାଉନଲୋଡ

0

କଟକ: ଆଜିଠୁ ମିଳିବ ମାଟ୍ରିକ ଆଡମିଟ କାର୍ଡ। ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ ଆସେସମେ ପାଇଁ ଅନଲାଇନରେ ଆଡମିଟ କାର୍ଡ ମିଳିବ। ବୋର୍ଡ ୱେବସାଇଟରୁ ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଆଜି ଦିନ ୧୦ଟାରେୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ।

ସେହିପରି ମଧ୍ୟମା ଓ ଏସଓଏସସି-୨୦୨୨ ପାଇଁ ମଧ୍ୟ ଆଡମିଟ କାର୍ଡ ମିଳିବ। ବୋର୍ଡ ୱେବସାଇଟ ଡବ୍ଲଡବ୍ଲୁଡବ୍ଲୁ.ବିଏସଇଓଡିଶା.ଏସି.ଇନରେ ଆଡମିଟ କାର୍ଡ ଉପଲବ୍ଧ ହେବ। ସ୍କୁଲ କୋର୍ଡ ଓ ପାସୱାର୍ଡ ଜରିଆରେ ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ। ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଏହି ଆଡମିଟ୍ କାର୍ଡରେ ବିଦ୍ୟାଳୟର ମୁଖ୍ୟ ଦସ୍ତଖତ କରିବେ। ଏପ୍ରିଲ ୨୯ରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ ଆସେସମେଣ୍ଟ-୨ ପରୀକ୍ଷା ପରୀକ୍ଷା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନୋଡାଲ ସେଣ୍ଟର ଗୁଡିକରେ ପ୍ରଶ୍ନପତ୍ର ଏବଂ ଖାତା ପହଞ୍ଚିବାର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.