ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଲିଙ୍ଗରାଜ ମନ୍ଦିରରେ ସେବାୟତ ହାତାହାତି, ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ

0

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ପୁଣିଥରେ ନୀତିକାନ୍ତି ବନ୍ଦ ହୋଇଥିବା ଖବର ମିଳିଛି। ଆଜି ସକାଳ ୯ଟା ପରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦୈନନ୍ଦିନ ନୀତି ବନ୍ଦ ରହିଛି, ଯାହା ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ମନ୍ଦିରର ଗର୍ଭଗୃହରେ ରୂପା ଘୋଡ଼ଣୀକୁ ନେଇ ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଉପୁଜିଥିଲା। ପ୍ରଥମେ କଥାକଟାକଟି ହୋଇଥିବା ବେଳେ ପରେ ଏହା ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିଲା ବୋଲି ଜଣାପଡିଛି। ଏହି ଘଟଣା ପରେ ଉଭୟ ସେବାୟତ ଗୋଷ୍ଠୀ ମନ୍ଦିର ପ୍ରଶାସନଙ୍କୁ ଅଭିଯୋଗ କରିଛନ୍ତି। ସେଥିସହିତ ଥାନାରେ ମୌଖିକ ଭାବେ ମଧ୍ୟ ଅଭିଯୋଗ ଦାଖଲ କରାଯାଇଛି।

ବିବାଦ ଯୋଗୁଁ ସକାଳୁ ଆରମ୍ଭ ହୋଇଥିବା ନୀତିକାନ୍ତି ଏପର୍ଯ୍ୟନ୍ତ ବନ୍ଦ ରହିଛି, ଯାହା ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଅସୁବିଧାରେ ପକାଇଛି। ଏହି ଘଟଣା ପରେ ମନ୍ଦିରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.