ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଚଳିତମାସ ୨୧ତାରିଖରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ

0

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତା ଦେଖିବା ଲାଗି ରାଜ୍ୟର ୧୮ ହଜାରରୁ ଅଧିକ ମୂଲ୍ୟାୟନକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିୟୋଜିତ କରାଯାଇଛି । ଏଥିଲାଗି ବିଭିନ୍ନ ଜିଲ୍ଲାରେ ୬୦ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ଏଥିରେ କଟକ ଜିଲ୍ଲାରେ ସର୍ବାଧିକ ୬ଟି ମୂଲ୍ୟାୟନ କେନ୍ଦ୍ର ରହିଛି । କଟକ ପଛକୁ ଗଞ୍ଜାମ ଏବଂ ବାଲେଶ୍ୱର ଜିଲ୍ଲା ରହିଛି । ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ମୂଲ୍ୟାୟନକାରୀମାନେ ୬ଟି ଯାକ ବିଷୟରେ କେବଳ ସବଜେକ୍ଟିଭ୍‌ ଉତ୍ତରଖାତା ଦେଖିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ମାଟ୍ରିକ୍‌ର ୮୦ ନମ୍ବର ବିଶିଷ୍ଟ ଏହି ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷାର ୩୦ ନମ୍ବର ସମ୍ବଳିତ ସବ୍‌ଜେକ୍ଟିଭ୍‌ ପ୍ରଶ୍ନର ଉତ୍ତରଖାତା ଦେଖା କାର୍ଯ୍ୟ ଚଳିତ ମାସ ୨୧ରୁ ଆରମ୍ଭ ହେବ । ଅବଶିଷ୍ଟ ୫୦ ନମ୍ବର ଉତ୍ତର ଓଏମ୍‌ଆର ସିଟ୍‌ରେ ଥିବାରୁ ଏହାକୁ କମ୍ପ୍ୟୁଟର ଦ୍ୱାରା ମୂଲ୍ୟାୟନ କରାଯିବ । ନୋଡାଲ୍‌ ସେଣ୍ଟରରେ ଥିବା ଓଏମ୍‌ଆର ଉତ୍ତର ସିଟ୍‌ଗୁଡ଼ିକ ବୋର୍ଡ କାର୍ଯ୍ୟାଳୟକୁ ଅଣାଯାଉଥିବା ବେଳେ ସବ୍‌ଜେକ୍ଟିଭ୍‌ ଉତ୍ତରଖାତାଗୁଡ଼ିକୁ ଖୁବ୍‌ଶୀଘ୍ର ଜିଲ୍ଲା ସ୍ତରରେ ଚୟନ ହୋଇଥିବା ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ପଠାଯିବ ବୋଲି ସୂଚନା ମିଳିଛି ।

ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜର ଏବଂ ଡେପୁଟି ସୁପରଭାଇଜରମାନଙ୍କ ସହ ବୋର୍ଡ କର୍ତ୍ତୃପକ୍ଷଙ୍କର ଆଲୋଚନା ହୋଇଛି । ଜିଲ୍ଲା ଶିକ୍ଷାଧିକାରୀମାନେ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ମୂଲ୍ୟାୟନ କିପରି କଡ଼ା ସୁରକ୍ଷା ମଧ୍ୟରେ କରାଯିବ ସେଥିଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୧ରେ ଆରମ୍ଭ ହେବାକୁ ଥିବା ଏହି ମୂଲ୍ୟାୟନ ୧୦ ଦିନ ମଧ୍ୟରେ ଶେଷ କରିବା ଲାଗି ବୋର୍ଡ ପକ୍ଷରୁ ସ୍ଥିର କରାଯାଇଛି ।

Leave A Reply

Your email address will not be published.