ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ଦୁର୍ଦାନ୍ତ ଚକରାକୁ ଏନକାଉଣ୍ଟର

0
  • ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି, ଅନ୍ୟମାନେ ଖସିଗଲେ
  • ଭୁବନେଶ୍ବର ବରମୁଣ୍ଡା ପଡିଆରେ ଅପରାଧର ନକ୍ସା ପ୍ରସ୍ତୁତ କରୁଥିଲେ
  • ଆତ୍ମରକ୍ଷା ପାଇଁ ପୁଲିସ ଗୁଳିଚାଳନା କରିବାକୁ ବାଧ୍ୟ ହୋଇଥିବା ସୂଚନା
  • ଦୁଇ ପୁଲିସ ଆହତ ହୋଇଥିବା ନେଇ ମଧ୍ୟ ଖବର ମିଳିଛି

ଭୁବନେଶ୍ବର: ରାଜଧାନୀରେ ଅପରାଧ ବୃଦ୍ଧି ପାଉଥିବା କାରଣରୁ ଚାପରେ ଅଛି କମିସନରେଟ୍ ପୁଲିସ। ନୂଆ ଡିସିପି ପ୍ରତୀକ ସିଂହ ଏବେ ଏହାକୁ ଦମନ କରିବା ଲାଗି ଗୋଡ କାଢ଼ିଛନ୍ତି। ଅପରାଧଙ୍କୁ ସାବାଡ୍ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର କମିସନରେଟ୍ ପୁଲିସ ଜଣେ ଦୁର୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି। ତାର ନାମ ଚକରା ବାରିକ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି ଏକ ସୂତ୍ରରୁ ପୁଲିସକୁ ଚକରା ସଂପର୍କରେ ଖବର ମିଳିଥିଲା। ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ପଡିଆରେ ଚକରା ଅନ୍ୟ ୬ରୁ ୭ ସହଯୋଗୀଙ୍କ ସହିତ ବସି କୌଣସି ଅପରାଧର ନକ୍ସା ପ୍ରସ୍ତୁତିରେ ଲାଗିଥିଲା। ସେ ହ୍ୟାଣ୍ଡ ବମ୍ ସହିତ ପିସ୍ତଲ ଓ ଭୁଜାଲି ଆଦି ରଖିଥିଲା। ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍ ଚଢାଉ କରିବା ଦେଖି ସେମାନେ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ସେ ସମୟରେ ପୁଲିସକୁ ଗୁଳିଚାଳନା କରିବାକୁ ପଛାଇ ନଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ବି ପାଲଟା ଗୁଳିଚାଳନା କରିଥିଲା। ଗୋଟିଏ ଗୁଳି ଚକରା ଦେହରେ ବାଜିବାରୁ ସେ ତଳେ ପଡ଼ିଯାଇଥିଲା ଓ ଅନ୍ୟମାନେ ଅନ୍ଧାରର ସୁଯୋଗ ନେଇ ମଟର ସାଇକେଲ୍ ଜରିଆରେ ସେ ସ୍ଥାନ ଛାଡି ଚାଲିଯାଇଥିଲେ। ଚକରାର ଡାହାଣ ଗୋଡରେ ଗୁଳିବାଜିଛି ଓ ତାକୁ ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରିଛି। କେଉଁ କେଉଁ ମାନେ ଏହି ଅପରାଧରେ ସାମିଲ ଥିଲେ ସେ ନେଇ ତନାଘନା ଚାଲିଛି। ଚକରା ସୁସ୍ଥ ହେବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ଏହି ଘଟଣାରେ ଜଣେ ଏସଆଇ ଓ ଅନ୍ୟ ଜଣେ ଏସଆଇ ଆହତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.