ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଏଲଆଇସି ହାଉସିଂ ଫାଇନାନ୍ସ ହୋମ୍‌ ଲୋନ୍‌ ଉପରେ ବଢିଲା ସୁଧ ହାର

0

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣରେ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ, ନିକଟରେ ରେପୋ ରେଟ୍‌ରେ ବୃଦ୍ଧି କରିଥିଲା। ରେପୋ ରେଟ୍‌ ବଢିବାର ପ୍ରଭାବ ବ୍ୟାଙ୍କ ଓ ହାଉସିଂ ଫାଇନାନ୍ସର ସୁଧ ଦର ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଏଲଆଇସି ହାଉସିଂ ଫାଇନାନ୍ସ ଅର୍ଥାତ ଏଲଆଇସି ଏଚଏଫଏଲରୁ ଋଣ ନେଉଥିବା ବ୍ୟକ୍ତିଙ୍କ ପାଇଁ ହୋମ୍ ଲୋନ୍‌ରେ ସୁଧ ହାର ୨୦ ବେସିସ୍ ପଏଣ୍ଟ ଅର୍ଥାତ ୦.୨୦ ପ୍ରତିଶତ ବଢାଇ ୬.୭ ପ୍ରତିଶତରୁ ୬.୯ ପ୍ରତିଶତ କରିଦେଇଛି।

ଏଲଆଇସି ହାଉସିଂ ଫାଇନାନ୍ସ ଏକ ବୟାନ ଜାରି କରି କହିଛି ସଂଶୋଧିତ ଦର ଶୁକ୍ରବାରରୁ ଲାଗୁ ହେବ। ସେ କହିଛନ୍ତି, ଯେଉଁ ଋଣ ନେଉଥିବା ବ୍ୟକ୍ତିଙ୍କର ସିଭିଲ ସ୍କୋର ୭୦୦ କିମ୍ବା ତାଠାରୁ ଅଧିକ ହୋଇଥିଲେ ତାଙ୍କ  ପାଇଁ ଏହି ହାରରେ ବୃଦ୍ଧି କେବଳ ୨୦ ବେସିସ୍ ପଏଣ୍ଟ ଅର୍ଥାତ ୦.୨୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିଛି। ସେ କହିଛନ୍ତି ଯେ, ଯେଉଁ ଗ୍ରାହକଙ୍କ ସିଭିଲ ସ୍କୋର ୭୦୦ରୁ କମ୍ ରହିଛି ତାଙ୍କ ପାଇଁ ଅଧିକାଂଶ ବୃଦ୍ଧି ୨୫ ବେସିସ୍ ପଏଣ୍ଟ, ନୂଆ ଗ୍ରାହକଙ୍କ ପାଇଁ ଏହା ୪୦ ବେସିସ୍ ପଏଣ୍ଟ ରହିଛି।

ଏଲଆଇସି ଏଚଏଫଏଲର ମ୍ୟାନେଜିଂ ଡାଇରେକ୍ଟର ଓ ଚିଫ୍ ଏଗଜିକ୍ୟୁଟିଭ ଅଫିସର ଓ୍ବାଇ ବିଶ୍ବନାଥ ଗୌଡା କହିଛନ୍ତି, ଆରବିଆଇ ଦୀର୍ଘ ସମୟ ପରେ ନୀତିଗତ ଦର ବଢାଇଛି ଓ ଏହାର ପ୍ରଭାବ ସବୁ ଋଣ ନେଉଥିବା ଲୋକଙ୍କ ଉପରେ ଦେଖିବାକୁ ମିଳିଛି। ଘର କିଣିବାକୁ ଥିବା ଲୋକଙ୍କ ଇଛାକୁ ଦୃଷ୍ଟିରେ ରଖି ପାଣ୍ଠିର ମୂଲ୍ୟ ବୃଦ୍ଧି ପରେ ମଧ୍ୟ ଆମେ ହୋମ୍ ଲୋନ୍‌ ଦରକୁ ପ୍ରତିଯୋଗିତାମୂଳକ ରଖିଛୁ।

ଉଲ୍ଲେଖନୀୟ ଯେ, ହାଉସିଂ ଲୋନ୍ ଦେଉଥିବା ଦେଶର ଜଣାଶୁଣା କମ୍ପାନୀ ଏଚଡିଏଫ୍‌ସି ଲିମିଟେଡ୍‌ ୧ ମେ’ ୨୦୨୨ ରେ ନିଜର ବେଞ୍ଚମାର୍କ ଋଣ ଦରରେ ୦.୦୫ ପ୍ରତିଶତ ବୃଦ୍ଧି କରିଛି। ଏହାଦ୍ବାରା କମ୍ପାନୀରୁ ଋଣ ନେଇ ସାରିଥିବା ବର୍ତ୍ତମାନର ଗ୍ରାହକଙ୍କ ପାଇଁ ମାସିକ କିସ୍ତି ବଢିଯିବ। ତେବେ ନୂଆ ଗ୍ରାହକଙ୍କ ପାଇଁ ଦର ଅପରିବର୍ତ୍ତିତ ରହିବ।

Leave A Reply

Your email address will not be published.