ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଏଲଆଇସି ହାଉସିଂ ଫାଇନାନ୍ସ ହୋମ୍‌ ଲୋନ୍‌ ଉପରେ ବଢିଲା ସୁଧ ହାର

0

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣରେ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ, ନିକଟରେ ରେପୋ ରେଟ୍‌ରେ ବୃଦ୍ଧି କରିଥିଲା। ରେପୋ ରେଟ୍‌ ବଢିବାର ପ୍ରଭାବ ବ୍ୟାଙ୍କ ଓ ହାଉସିଂ ଫାଇନାନ୍ସର ସୁଧ ଦର ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଏଲଆଇସି ହାଉସିଂ ଫାଇନାନ୍ସ ଅର୍ଥାତ ଏଲଆଇସି ଏଚଏଫଏଲରୁ ଋଣ ନେଉଥିବା ବ୍ୟକ୍ତିଙ୍କ ପାଇଁ ହୋମ୍ ଲୋନ୍‌ରେ ସୁଧ ହାର ୨୦ ବେସିସ୍ ପଏଣ୍ଟ ଅର୍ଥାତ ୦.୨୦ ପ୍ରତିଶତ ବଢାଇ ୬.୭ ପ୍ରତିଶତରୁ ୬.୯ ପ୍ରତିଶତ କରିଦେଇଛି।

ଏଲଆଇସି ହାଉସିଂ ଫାଇନାନ୍ସ ଏକ ବୟାନ ଜାରି କରି କହିଛି ସଂଶୋଧିତ ଦର ଶୁକ୍ରବାରରୁ ଲାଗୁ ହେବ। ସେ କହିଛନ୍ତି, ଯେଉଁ ଋଣ ନେଉଥିବା ବ୍ୟକ୍ତିଙ୍କର ସିଭିଲ ସ୍କୋର ୭୦୦ କିମ୍ବା ତାଠାରୁ ଅଧିକ ହୋଇଥିଲେ ତାଙ୍କ  ପାଇଁ ଏହି ହାରରେ ବୃଦ୍ଧି କେବଳ ୨୦ ବେସିସ୍ ପଏଣ୍ଟ ଅର୍ଥାତ ୦.୨୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିଛି। ସେ କହିଛନ୍ତି ଯେ, ଯେଉଁ ଗ୍ରାହକଙ୍କ ସିଭିଲ ସ୍କୋର ୭୦୦ରୁ କମ୍ ରହିଛି ତାଙ୍କ ପାଇଁ ଅଧିକାଂଶ ବୃଦ୍ଧି ୨୫ ବେସିସ୍ ପଏଣ୍ଟ, ନୂଆ ଗ୍ରାହକଙ୍କ ପାଇଁ ଏହା ୪୦ ବେସିସ୍ ପଏଣ୍ଟ ରହିଛି।

ଏଲଆଇସି ଏଚଏଫଏଲର ମ୍ୟାନେଜିଂ ଡାଇରେକ୍ଟର ଓ ଚିଫ୍ ଏଗଜିକ୍ୟୁଟିଭ ଅଫିସର ଓ୍ବାଇ ବିଶ୍ବନାଥ ଗୌଡା କହିଛନ୍ତି, ଆରବିଆଇ ଦୀର୍ଘ ସମୟ ପରେ ନୀତିଗତ ଦର ବଢାଇଛି ଓ ଏହାର ପ୍ରଭାବ ସବୁ ଋଣ ନେଉଥିବା ଲୋକଙ୍କ ଉପରେ ଦେଖିବାକୁ ମିଳିଛି। ଘର କିଣିବାକୁ ଥିବା ଲୋକଙ୍କ ଇଛାକୁ ଦୃଷ୍ଟିରେ ରଖି ପାଣ୍ଠିର ମୂଲ୍ୟ ବୃଦ୍ଧି ପରେ ମଧ୍ୟ ଆମେ ହୋମ୍ ଲୋନ୍‌ ଦରକୁ ପ୍ରତିଯୋଗିତାମୂଳକ ରଖିଛୁ।

ଉଲ୍ଲେଖନୀୟ ଯେ, ହାଉସିଂ ଲୋନ୍ ଦେଉଥିବା ଦେଶର ଜଣାଶୁଣା କମ୍ପାନୀ ଏଚଡିଏଫ୍‌ସି ଲିମିଟେଡ୍‌ ୧ ମେ’ ୨୦୨୨ ରେ ନିଜର ବେଞ୍ଚମାର୍କ ଋଣ ଦରରେ ୦.୦୫ ପ୍ରତିଶତ ବୃଦ୍ଧି କରିଛି। ଏହାଦ୍ବାରା କମ୍ପାନୀରୁ ଋଣ ନେଇ ସାରିଥିବା ବର୍ତ୍ତମାନର ଗ୍ରାହକଙ୍କ ପାଇଁ ମାସିକ କିସ୍ତି ବଢିଯିବ। ତେବେ ନୂଆ ଗ୍ରାହକଙ୍କ ପାଇଁ ଦର ଅପରିବର୍ତ୍ତିତ ରହିବ।

Leave A Reply

Your email address will not be published.