ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ମାଣିକ ଶାହା ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ : ତ୍ରିପୁରା ରାଜନୀତିରେ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଇସ୍ତଫା ଦେଇଛନ୍ତି। ବିପ୍ଲବ ଦେବଙ୍କ ଇସ୍ତଫା ପରେ ଅନେକ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା , ଯେଉଁଥିରେ ମାଣିକ ଶାହାଙ୍କ ନାଁ ମଧ୍ୟ ସାମିଲ ଥିଲା । ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ସେ ନିର୍ବାଚିତ ହୋଇଛନ୍ତି । ତେବେ ଏହା ପୂର୍ବରୁ ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଆଉ ଏହାର ମାତ୍ର କିଛି ଘଣ୍ଟା ପରେ ମାନିକ ଶାହାଙ୍କୁ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ବିଜେପି।

ଅନ୍ୟପଟେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଏବେ ତ୍ରିପୁରା ରାଜ୍ୟ ବିଜେପିର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କୁ ଦଳର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗକୁ ତ୍ରିପୁରାରେ ନିର୍ବାଚନ ହେବାକୁ ଥିବାରୁ ବିଜେପି ଏହି ଗୋଟିଚାଳନା କରୁଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ବିପ୍ଲବ ଦେବ ଗତ ଶୁକ୍ରବାର ଦିଲ୍ଲୀ ଆସି ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ଭେଟିଥିଲେ । ଆଜି ସେ ଦିଲ୍ଲୀରୁ ଫେରିବା ପରେ ଇସ୍ତଫା ଦେଇଥିବାରୁ ତାଙ୍କ ଇସ୍ତଫା ଦେବା ପାଇଁ କୁହାଯାଇଥିବା ଅନୁମାନ କରାଯାଉଛି । ତେବେ ଇସ୍ତଫା ଦେବା ପରେ ବିପ୍ଳବ ଦେବ କହିଛନ୍ତି, ଦଳର ନିଷ୍ପତି ସର୍ବୋପରି, ସେ ସଙ୍ଗଠନ ପାଇଁ କାର୍ଯ୍ୟ ଜାରି ରଖିବେ । ୨୦୧୮ରେ ବିଜେପି ତ୍ରିପୁରାରେ ନିର୍ବାଚନ ଜିତିବା ପରେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Leave A Reply

Your email address will not be published.