ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଅବିନାଶ ମୃତ୍ୟୁ ମାମଲାରେ ପୁଲିସ ପାଇଛି କିଛି ସୁରାକ

0

ଭୁବନେଶ୍ବର: ଶିଖରଚଣ୍ଡୀ ପାହାଡ଼ରେ ସଫ୍ଟୱେର ଇଞ୍ଜିନିୟର ଅବିନାଶ ପ୍ରଧାନଙ୍କୁ ଜାଳିଦେବା ଘଟଣାରେ ସିସିଟିଭି କ୍ୟାମେରାରୁ ପୁଲିସକୁ ବଡ଼ ସୁରାକ ମିଳିଛି । ଶିଖରଚଣ୍ଡୀ ତୋରଣ ସାମ୍ନାରେ ଲାଗିଥିବା କ୍ୟାମେରା ଫୁଟେଜରୁ ଜଣାପଡ଼ିଛି, ଅବିନାଶ ଜଣେ ଯୁବକଙ୍କ ସହ ବାଇକ୍‌ରେ ବସି ପାହାଡ଼ ରାସ୍ତାରେ ଗଲେ । ଏହାର ପ୍ରାୟ ଘଣ୍ଟାଏ ପରେ ୨ଟି ବାଇକ୍‌ରେ ୪ଜଣ ସେହି ରାସ୍ତା ଦେଇ ଫେରିଲେ । ପୁଲିସ ଉକ୍ତ ବାଇକର ନମ୍ବର ପ୍ଲେଟ୍‌ରୁ ବାଇକ୍‌ ମାଲିକଙ୍କ ଠିକଣା ଖୋଜୁଛି । ସେମାନଙ୍କର ହତ୍ୟା ସହ ସମ୍ପୃକ୍ତି ଥିବା ସନ୍ଦେହରେ ତଦନ୍ତ ଚଳାଇଛି ।

ଶିଖରଚଣ୍ଡୀ ତୋରଣ ସାମ୍ନା ରାସ୍ତାରେ ଲାଗିଥିବା ଟ୍ରାଫିକ୍‌ ଭାଓଲେସନ ଡିଟେକ୍ସନ କ୍ୟାମେରା ସହ ଇନଫୋସିଟି, ଶିଖରଚଣ୍ଡୀ ଛକରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି । ପୁଲିସ ଟିମ୍‌ ଅବିନାଶଙ୍କ ବାଇକ୍‌ ସହ ଅନ୍ୟ ୨ଟି ବାଇକ୍‌ର ସନ୍ଧାନ ପାଇଛି । ଗ୍ୟାଲାକ୍ସି ଗାର୍ଡେନରୁ ରାତି ସାଢ଼େ ୮ଟାରେ ଅବିନାଶ ଜଣେ ସାଙ୍ଗଙ୍କ ସହ ବାଇକ୍‌ରେ ବାହାରିଥିଲେ । ଉଭୟେ ଶିଖରଚଣ୍ଡୀ ପାହାଡ଼ ରାସ୍ତାରେ ଉପରକୁ ଯାଇଥିଲେ । ପ୍ରାୟ ଘଣ୍ଟାଏ ଯାଏ ଫେରିନଥିଲେ । କିନ୍ତୁ ରାତି ୯ଟା ୩୫ ମିନିଟ୍‌ରେ ୨ଟି ବାଇକ୍‌ ପାହାଡ଼ ରାସ୍ତା ଦେଇ ତଳକୁ ଆସିଥିଲା । ସେଥିରେ ୪ଜଣ ଯୁବକ ବସିଥିଲେ । ୪ଜଣ ଯୁବକ ଇନ୍‌ଫୋସିଟି ଥାନା ଆଡ଼େ ବାଇକ୍‌ ନ ନେଇ ପଥରଗାଡ଼ିଆ ରାସ୍ତା ଦେଇ ପଳାଇଥିଲେ ।

ପୁଲିସ ସନ୍ଦେହ କରୁଛି, ହତ୍ୟାରେ ଏମାନଙ୍କ ସମ୍ପୃକ୍ତି ରହିଛି । ଅବିନାଶଙ୍କ ସହ ଯାଇଥିବା ସାଙ୍ଗଙ୍କ ବାଦ୍‌ ଅନ୍ୟ ୩ଜଣ ବୋଧହୁଏ ପୂର୍ବରୁ ପାହାଡ଼ରେ ଛକି ରହିଥିବେ । ଅବିନାଶଙ୍କୁ ପାହାଡ଼ ଉପରକୁ ଆଣିବା ପରେ ସମସ୍ତେ ମିଶି ଲୋମଟାଙ୍କୁରା କାଣ୍ଡ ଘଟାଇଥିଲେ । ସେପଟେ ଅବିନାଶଙ୍କ ବାପା ଲଲାତେନ୍ଦୁ କହୁଛନ୍ତି, ରାତି ୮ଟା ୧୮ ମିନିଟ୍‌ରେ ପୁଅ ସାଙ୍ଗମାନଙ୍କ ସହ ଗ୍ୟାଲାକ୍ସି ଗାର୍ଡେନରେ ଥିବା କହିଥିଲା । କିନ୍ତୁ ପରେ ଆଉ ଫୋନ୍‌ ଉଠାଇଲାନି । ଏହି ସମୟରେ ଅବିନାଶ ସହ ଯେଉଁମାନେ ଥିଲେ, ସେମାନଙ୍କ ମଧ୍ୟରୁ କେହି ହତ୍ୟାରେ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।ଏହାବାଦ୍‌ ପୁଲିସ ଅବିନାଶଙ୍କ କଲ୍‌ ଡିଟେଲ୍ସ ରେକର୍ଡ ଯାଞ୍ଚ କରିଛି । ଗତକାଲି ରାତିରେ ସେ ବାପାଙ୍କ ବାଦ୍‌ ଅନ୍ୟ ୩ଜଣଙ୍କ ସହ କଥା ହୋଇଥିବା ତଥ୍ୟ ମିଳିଛି । ସେମାନଙ୍କୁ ଫୋନ୍‌ କରି ପୁଲିସ ପଚରାଉଚରା କରିଛି । ଅବିନାଶର କିଛି ସାଙ୍ଗଙ୍କ ବୟାନ ରେକର୍ଡ କରିଛି।

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଏଠାରୁ ଅବିନାଶଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା । ହେଲେ ହସ୍ପିଟାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ପୁଲିସ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା । ହେଲେ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ପୁଲିସ ହତ୍ୟା ମାମଲା ରୁଜୁ କରିଛି ।

Leave A Reply

Your email address will not be published.