ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ

0

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶରଧା ବାଲିରେ ତାଳଧ୍ବଜ, ଦର୍ପଦଳନ, ନନ୍ଦିଘୋଷ ତିନି ରଥ ଲାଗିଛନ୍ତି । ଶ୍ରୀଗୁଣ୍ଡିଚା ଆଗରେ ଭକ୍ତ- ଭଗବାନ ଏବେ ଏକାକାର । ଦୀର୍ଘ ଦୁଇ ବର୍ଷ ପରେ ଭଗବାନଙ୍କୁ ପାଖରେ ପାଇ ଭକ୍ତ ଭାବ ବିହ୍ବଳ ହୋଇ ଉଠିଛନ୍ତି ।

ଭୋର ୩ଟାରୁ ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷରେ ବିରାଜମାନ କରିଥିଲେ ଚତୁର୍ଦ୍ଧାମୂର୍ତି । ଭକ୍ତମାନଙ୍କ ଭିଡ଼ ବଢ଼ି ଚାଲିଥିଲା, ସମସ୍ତଙ୍କ ମନରେ ଉକ୍ରଣ୍ଠା ବି ବଢୁଥିଲା । ଗୋଟିଏ ପରେ ଗୋଟିଏ ନୀତି ଶେଷ ହେଉଥିଲା । ରଥ ଉପରେ ଛେରାପହଁରା ପାଇଁ ସୁସଜ୍ଜିତ ପାଲିଙ୍କିରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରାପହଁରା । ରଥଯାତ୍ରା ଉତ୍ସବରେ ଛେରାପହଁରାର ଗୁରୁତ୍ୱ ଅନେକ । ଏହି ପରମ୍ପରା ନେଇ ଯେଉଁ କିମ୍ବଦନ୍ତୀ ରହିଛି, ତାହା ସମସ୍ତଙ୍କ ଜଗନ୍ନାଥ ପ୍ରେମୀଙ୍କୁ ଆନମନା କରିଦିଏ । ଏହି ପରମ୍ପରା ଜଣାଇଦିଏ, ଭଗବାନ ଆଗରେ ରାଜା ହୁଅନ୍ତୁ କି ସେବକ ସମସ୍ତ ସମାନ । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥରେ ସୁନା ଖଡ଼ିକାରେ ଛେରାପହଁରା କରିଥିଲେ ଗଜପତି । ଏହି ଦୃଶ୍ୟ ଦେଖି ବିମୋହିତ ହୋଇ ଉଠିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ଏହା ପରେ ତିନି ରଥରେ ଘୋଡା ଯୋଚା ଯାଇଥିଲା । ଆଉ ସମସ୍ତେ ଅପେକ୍ଷା କରି ରହିଥିଲେ ସେହି ଦୁର୍ଲଭ ମୁହୂର୍ତକୁ, ଯାହାକୁ ଦେଖିଲେ ଜନ୍ମ ଜନ୍ମର ପାପତାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ମଧ୍ୟାହ୍ନ ୧୨ଟା ୩୫ରେ ରଥ ଭିଡ଼ା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ସମସ୍ତ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ରଥଯାତ୍ରାରେ ସାମିଲ ହେବା ନିମନ୍ତେ ୭ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ପୁରୀରେ ହୋଇଥିଲା।

Leave A Reply

Your email address will not be published.