ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ

0

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶରଧା ବାଲିରେ ତାଳଧ୍ବଜ, ଦର୍ପଦଳନ, ନନ୍ଦିଘୋଷ ତିନି ରଥ ଲାଗିଛନ୍ତି । ଶ୍ରୀଗୁଣ୍ଡିଚା ଆଗରେ ଭକ୍ତ- ଭଗବାନ ଏବେ ଏକାକାର । ଦୀର୍ଘ ଦୁଇ ବର୍ଷ ପରେ ଭଗବାନଙ୍କୁ ପାଖରେ ପାଇ ଭକ୍ତ ଭାବ ବିହ୍ବଳ ହୋଇ ଉଠିଛନ୍ତି ।

ଭୋର ୩ଟାରୁ ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷରେ ବିରାଜମାନ କରିଥିଲେ ଚତୁର୍ଦ୍ଧାମୂର୍ତି । ଭକ୍ତମାନଙ୍କ ଭିଡ଼ ବଢ଼ି ଚାଲିଥିଲା, ସମସ୍ତଙ୍କ ମନରେ ଉକ୍ରଣ୍ଠା ବି ବଢୁଥିଲା । ଗୋଟିଏ ପରେ ଗୋଟିଏ ନୀତି ଶେଷ ହେଉଥିଲା । ରଥ ଉପରେ ଛେରାପହଁରା ପାଇଁ ସୁସଜ୍ଜିତ ପାଲିଙ୍କିରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରାପହଁରା । ରଥଯାତ୍ରା ଉତ୍ସବରେ ଛେରାପହଁରାର ଗୁରୁତ୍ୱ ଅନେକ । ଏହି ପରମ୍ପରା ନେଇ ଯେଉଁ କିମ୍ବଦନ୍ତୀ ରହିଛି, ତାହା ସମସ୍ତଙ୍କ ଜଗନ୍ନାଥ ପ୍ରେମୀଙ୍କୁ ଆନମନା କରିଦିଏ । ଏହି ପରମ୍ପରା ଜଣାଇଦିଏ, ଭଗବାନ ଆଗରେ ରାଜା ହୁଅନ୍ତୁ କି ସେବକ ସମସ୍ତ ସମାନ । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥରେ ସୁନା ଖଡ଼ିକାରେ ଛେରାପହଁରା କରିଥିଲେ ଗଜପତି । ଏହି ଦୃଶ୍ୟ ଦେଖି ବିମୋହିତ ହୋଇ ଉଠିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ଏହା ପରେ ତିନି ରଥରେ ଘୋଡା ଯୋଚା ଯାଇଥିଲା । ଆଉ ସମସ୍ତେ ଅପେକ୍ଷା କରି ରହିଥିଲେ ସେହି ଦୁର୍ଲଭ ମୁହୂର୍ତକୁ, ଯାହାକୁ ଦେଖିଲେ ଜନ୍ମ ଜନ୍ମର ପାପତାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ମଧ୍ୟାହ୍ନ ୧୨ଟା ୩୫ରେ ରଥ ଭିଡ଼ା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ସମସ୍ତ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ରଥଯାତ୍ରାରେ ସାମିଲ ହେବା ନିମନ୍ତେ ୭ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ପୁରୀରେ ହୋଇଥିଲା।

Leave A Reply

Your email address will not be published.