ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଓଡିଶାର କେଉଁ ଅଞ୍ଚଳରେ ବନ୍ୟା ଆଣିବ ଲଘୁଚାପ?

0

ଭୁବନେଶ୍ବର: ଅଗଷ୍ଟ ମାସର ପ୍ରଥମ ଲଘୁଚାପ ଆସନ୍ତା କାଲି ସୃଷ୍ଟି ହେବାକୁ ଯାଉଛି। ଦକ୍ଷିଣ ଓଡିଶାରେ ଭାରି ବ‌ର୍ଷା ଥିବାବେଳେ, ଉତ୍ତର ଓଡିଶାରେ ବର୍ଷାର ପରିମାଣ କମ୍ ହେବାର ସମ୍ଭାବନା ରହିଛି। ଆକଳନ କରାଯାଉଛିଯେ; କାଲି ଉପରବେଳାରୁ ରାତି ମଧ୍ୟରେ ଦକ୍ଷିଣ ଓଡିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ତାହା ସମୁଦ୍ରରେ ଦୁଇ ଦିନ ରହି ନଅ ତାରିଖରେ ଛତିଶ ଗଡ ମୁହାଁଇବ। ୧୧ ତାରିଖରେ ମହାରାଷ୍ଟ୍ର ଓ ସଂଲଗ୍ନ ଗୁଜୁରାଟରେ ରହିବ।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୬ ରୁ ୯ ତାରିଖ ପଯ୍ୟର୍ନ୍ତ ବର୍ଷା ହେବ। ୭ ରେ ଦକ୍ଷିଣ ଉପକୂଳ ଏବଂ ୭-୮ରେ ଦକ୍ଷିଣ ଆଭ୍ୟନ୍ତରୀଣରେ ଭାରି ବର୍ଷା ହୋଇପାରେ। ୬-୯ ମଧ୍ୟରେ ସମୁଦାୟ ବର୍ଷା ରାୟଗଡା, ମାଲକାନଗିରି, କୋରାପୁଟ,ନବରଙ୍ଗପୁରଓ କଳାହାଣ୍ଡିରେ ୧୪୦-୧୬୦ ମିମି ବର୍ଷା ହେବା ସହ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ। ନଅଟି ଜିଲ୍ଲା ତଥା ପୁରୀ, ନୟାଗଡ, ଗଞ୍ଜାମ,ଗଜପତି, କନ୍ଧମାଳ,ବୈାଦ୍ଧ, ନୂଆପଡା, ବଲାଙ୍ଗୀର ଓ ସୋନପୁରରେ ୧୦୦-୧୨୦ମିମି ବର୍ଷାହେବାବେଳେ ବାକି ଉପକୂଳ, କେନ୍ଦ୍ରୀୟ ପଶ୍ଚିମ ଓ ଉତ୍ତର ଓଡିଶାର ୧୬ ଟି ଜିଲ୍ଲାରେ ୬୦ ମିମି ବର୍ଷା ହୋଇପାରେ।ଭୁବନେଶ୍ବରରେ ସମୁଦାୟ ୭୦ମିମି ବର୍ଷା ହେବାସହିତ ୭ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ସୁନ୍ଦରଗଡ,କେନ୍ଦୁଝରରେ ନିଅଁଟିଆ ବର୍ଷା ହେବାର ସମ୍ଭାବନା ରହିଛି।

୧୩ ତାରିଖରେ ଏହି ମାସର ଦ୍ବିତୀୟ ଲଘୁଚାପ ଉତ୍ତର ଓଡିଶା ଏବଂ ପଶ୍ଚିମ ବଙ୍ଗ ସଂଲଗ୍ନ ବଙ୍ଗୋପ ସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ବାରା ଉତ୍ତର ଓଡିଶା ସହିତ ସମଗ୍ର ଓଡିଶାରେ ବର୍ଷା ହୋଇପାରେ। ନିଅଁଟିଆ ବର୍ଷା ଜିଲ୍ଲାରେ ଚାଷ କାମ ଆଗେଇବ। ଦକ୍ଷିଣ ଓଡିଶାର ନଦୀ ବିଶେଷ କରି ବଂଶଧା‌ରା ଓ ନାଗାବଳୀରେ ପାଣି ଫୁଲିପାରେ।

Leave A Reply

Your email address will not be published.