ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଗିରଫ ହେଲେ ଚର୍ଚ୍ଚିତ ମିଶ୍ର

0

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ। ଭୋର ସମୟରେ ଚର୍ଚ୍ଚିତ ମିଶ୍ର ସିବିଆଇରେ ହାଜର ହୋଇଥିଲେ। ଚର୍ଚ୍ଚିତ ସିବିଆଇର ହାଜର ହେବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ ହୋଇଥିଲା।ମେଡିକାଲ ଟେଷ୍ଟ ପରେ ସିବିଆଇ ଅଫିସକୁ ଫେରିବା ପରେ ଚର୍ଚ୍ଚିତଙ୍କୁ ଗିରଫ କରିଛି ସିବିଆଇ।

ସୂଚନାଥାଉକି; ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଆଜି ଭୋରୁ ଚର୍ଚ୍ଚିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସିବିଆଇ କାର୍ଯ୍ୟାଳୟରେ ହାଜର ହେବାପରେ ତାଙ୍କୁ ଅନେକ ପ୍ରଶ୍ନ ପଚରାଉଚରା କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା। ଚର୍ଚ୍ଚିତଙ୍କ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିବାରୁ ତାଙ୍କ ପାଇଁ ଘର ଖାଇବା ଓ ମେଡିସିନ ଯୋଗାଇ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ମହିମା ମିଶ୍ରଙ୍କ ଓକିଲ ଜୟଦୀପ ପାଲ୍ କହିଛନ୍ତି।

ସେ କହିଛନ୍ତି,ଗତ ୪ ତାରିଖରେ ପାରାଦୀପ ଅଫିସରେ ସିବିଆଇ ରେଡ୍‌ ସମୟରେ ଚର୍ଚ୍ଚିତ ମିଶ୍ର ସେଠାରେ ଉପସ୍ଥିତ ଥିଲେ। ପରେ ଚର୍ଚ୍ଚିତ ୩ ଟାବେଳେ ବୈବସାୟିକ କାମରେ ବାହାରକୁ ଯାଇଥିଲେ। ହେଲେ ସିବିଆଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିବ ବୋଲି କିଛି ସୂଚନା ଦେଇନଥିଲା। ଗତକାଲି  ସନ୍ଧ୍ୟାବେଳେ ଏଫ୍‌ଆଇଆର  କପି ଦେଖିବା ପରେ ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି ବୋଲି ଆମେ ଦେଖିଥିଲୁ।  ଆଜି ଭୋରୁ ସିବିଆଇ କାର୍ଯ୍ୟାଳୟରେ ସେ  ହାଜର ହୋଇଥିଲେ। ତାଙ୍କର ଜାମିନ ପାଇଁ  ଆମେ କୋର୍ଟରେ ଆବେଦନ କରିବୁ।

୨୫ ଲକ୍ଷ ଟଙ୍କା ଲାଂଚ କାରବାର ମାମଲାର ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଗତକାଲି ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, କେସିଟି ଗ୍ରୁପର ମ୍ୟାନେଜର ପୋର୍ଟ ଅପରେସନ ଶଙ୍ଖ ଶୁଭ ମିତ୍ର, ଠିକାଦାର ସୁମନ୍ତ ରାଉତ ଏବଂ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ସିବିଆଇ ଗିରଫ କରିଛି । ଚର୍ଚ୍ଚିତ ମିଶ୍ର ଗିରଫ ହେବା ପରେ  ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗତକାଲି ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ  ଦିନ୧୧ଟାରୁ ବାପପୁଅଙ୍କୁ ମାରାଥନ ଜେରା କରିଥିଲା ସିବିଆଇ। ଦୀର୍ଘ ୨୦ ଘଣ୍ଟାର ଜେରା ପରେ ଆଜି ଭୋରୁ ସିବିଆଇ ଅଫିସରୁ ବାହାରି ଥିଲେ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ।

Leave A Reply

Your email address will not be published.