ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପାରା ପାୱାରଲିପ୍ଟିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ସୁଧିର

0

ବର୍ମିଂହୋମ: ରାଜ୍ୟଗୋଷ୍ଠୀ କ୍ରିଡ଼ାରେ ଭାରତ ଆଉ ପାଦେ ଆଗେଇଛି । ପାରା ପାୱାରଲିପ୍ଟିଂରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଦେଶକୁ ୬ଟି ସ୍ୱର୍ଣ୍ଣ ସହ ୨୦ରେ ପହଞ୍ଚିଛି ପଦକ ସଂଖ୍ୟା । ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମରେ ଭାରତ ପକ୍ଷରୁ ସୁଧୀର ଭଲ ପ୍ରଦର୍ଶନ କରିଛନ୍ତି । ପାରା ପାୱାରଲିପ୍ଟିଂରେ ସେ ପ୍ରଥମ ଥର ପାଇଁ ସ୍ୱର୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ ଭାରତ ଏପର୍ଯ୍ୟନ୍ତ ଏହି ବର୍ଗରେ ସ୍ୱଣ୍ଣ ପଦକ ଜିତିନଥିଲା ।

ସେପଟେ ଲଙ୍ଗଜମ୍ପରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଛନ୍ତି । ୨୩ ବର୍ଷୀୟ କେରଳୀ ଯୁବକ ଶ୍ରୀଶଙ୍କର ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲମ୍ବ ଡିଆଁରେ ରୌପ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ୪୪ ବର୍ଷ ପରେ ଜଣେ ଭାରତୀୟ ପୁରୁଷ ଲଙ୍ଗ ଜମ୍ପର୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ପାଇଁ ପଦକ ଜିତିଛନ୍ତି । ୧୯୭୮ରେ ସୁରେଶ ବାବୁ କାଂସ୍ୟ ପଦକ ଜିତିବା ପରେ ଏହି ସଫଳତା ମିଳିଛି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭାରତର ଏହା ଦ୍ୱିତୀୟ ପଦକ । ବୁଧବାର ଉଚ୍ଚ ଡିଆଁରେ ତେଜସ୍ୱିନ ଶଙ୍କର କାଂସ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.