ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ପାରା ପାୱାରଲିପ୍ଟିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ସୁଧିର

0

ବର୍ମିଂହୋମ: ରାଜ୍ୟଗୋଷ୍ଠୀ କ୍ରିଡ଼ାରେ ଭାରତ ଆଉ ପାଦେ ଆଗେଇଛି । ପାରା ପାୱାରଲିପ୍ଟିଂରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଦେଶକୁ ୬ଟି ସ୍ୱର୍ଣ୍ଣ ସହ ୨୦ରେ ପହଞ୍ଚିଛି ପଦକ ସଂଖ୍ୟା । ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମରେ ଭାରତ ପକ୍ଷରୁ ସୁଧୀର ଭଲ ପ୍ରଦର୍ଶନ କରିଛନ୍ତି । ପାରା ପାୱାରଲିପ୍ଟିଂରେ ସେ ପ୍ରଥମ ଥର ପାଇଁ ସ୍ୱର୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ ଭାରତ ଏପର୍ଯ୍ୟନ୍ତ ଏହି ବର୍ଗରେ ସ୍ୱଣ୍ଣ ପଦକ ଜିତିନଥିଲା ।

ସେପଟେ ଲଙ୍ଗଜମ୍ପରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଛନ୍ତି । ୨୩ ବର୍ଷୀୟ କେରଳୀ ଯୁବକ ଶ୍ରୀଶଙ୍କର ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲମ୍ବ ଡିଆଁରେ ରୌପ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ୪୪ ବର୍ଷ ପରେ ଜଣେ ଭାରତୀୟ ପୁରୁଷ ଲଙ୍ଗ ଜମ୍ପର୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ପାଇଁ ପଦକ ଜିତିଛନ୍ତି । ୧୯୭୮ରେ ସୁରେଶ ବାବୁ କାଂସ୍ୟ ପଦକ ଜିତିବା ପରେ ଏହି ସଫଳତା ମିଳିଛି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭାରତର ଏହା ଦ୍ୱିତୀୟ ପଦକ । ବୁଧବାର ଉଚ୍ଚ ଡିଆଁରେ ତେଜସ୍ୱିନ ଶଙ୍କର କାଂସ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.