ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଏଣିକି ବଢିବ ବର୍ଷା

0
  • ୭ ରେ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ପରବର୍ତ୍ତୀ ୪୮ ଘଣ୍ଟା ରେ ଚିହ୍ନିତ ଲଘୁଚାପ ରୂପ ନେଇପାରେ
  • ୬ ରୁ ୧୧ ଯାଏଁ ବର୍ଷା ପରିମାଣ ବୃଦ୍ଧି ଓ ବିସ୍ତୃତି
  • ଦକ୍ଷିଣ ଓ ଉପକୂଳ ରେ ୮-୧୦ ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ବର: କିଛି ଦିନ ର ବ୍ୟବଧାନ ପରେ ମୌସୁମୀ ଟ୍ରଫ ଏବେ ଦକ୍ଷିଣ କୁ ଗତି କରୁଛି। ଫଳରେ ଉଭେଇ ଯାଇଥିବା ମୌସୁମୀ ବାୟୁ ପୁନଃ ସକ୍ରିୟ ହୋଇଛି। ପ୍ରଭାବ ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତା ୭ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ପରବର୍ତ୍ତୀ ୪୮ ଘଣ୍ଟା ରେ ଲଘୁଚାପ ଟି ଅଧିକ ଘନୀଭୂତ ହୋଇପାରେ । ଲଘୁଚାପ ପ୍ରଭାବରେ ୦୬-୧୦ ତାରିଖ ଯାଏଁ ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ର ପ୍ରଭାବ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିବ।

୫ ରୁ ୬ ଅଗଷ୍ଟ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୬ ରୁ ୧୧ ତାରିଖ ମଧ୍ୟରେ ଲଘୁଚାପ ପ୍ରଭାବ ରେ ଦକ୍ଷିଣ , ଦକ୍ଷିଣ- ଆଭ୍ୟନ୍ତର, ଉପକୂଳ ଓଡ଼ିଶା ରେ ବର୍ଷା ପରିମାଣ ଅଧିକ ରହିବ। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା(୭-୧୧ସେମି) ସମ୍ଭାବନା ଥିବାବେଳେ ସ୍ଥାନେ ସ୍ଥାନେ ପ୍ରବଳ ରୁ ଅତି ପ୍ରବଳ(୭-୨୦ସେମି) ବର୍ଷା ସମ୍ଭାବନା ରହିଛି।

ଓଡ଼ିଶା ସମେତ ଏହି ସମୟ ରେ ଛତିଶଗଡ଼ ତଥା ମହାନଦୀ ଉପରମୁଣ୍ଡ ରେ ମଧ୍ୟ ପ୍ରବଳ ବର୍ଷା ଓ କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୭ ରୁ ଓଡ଼ିଶା ଉପକୂଳ ତଥା ଉତ୍ତର ପଶ୍ଚିମ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ ତେଣୁ ଏହି ସମୟ ରେ ସମୁଦ୍ର କୁ ଯିବା ବାରଣ। ଏହି ସମୟ ରେ ସମୁଦ୍ର ଉପକୂଳ ରେ ପବନ ର ବେଗ ଘଣ୍ଟା ପ୍ରତି ୪୫-୫୫କିମି ରହିପାରେ।।
ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.