ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଇସ୍ରୋ ଉତକ୍ଷେପଣ କଲା କ୍ଷୁଦ୍ର ସାଟେଲାଇଟ୍

0

ଆନ୍ଧ୍ରପ୍ରଦେଶ: ଇସ୍ରୋ ଆଜି ସକାଳ ୯ଟା ୧୮ ରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ପ୍ରଥମ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ଏସଏସଏଲଭି-ଡି୧ ଉତକ୍ଷେପଣ କରିଛି ଏବଂ ଏକ ପୃଥିବୀ ପର୍ୟ୍ୟବେକ୍ଷଣ ଉପଗ୍ରହ (ଇଓଏସ-୦୨) ଏବଂ ଛାତ୍ରଙ୍କ ଦ୍ୱାରା ନିର୍ମିତ ଉପଗ୍ରହ ‘AzadiSAT’ ସହିତ ଉତ୍ କ୍ଷେପଣ କରିଛି।

ଇସ୍ରୋ ପ୍ରମୁଖ ଏସ୍.ସୋମାନାଥ କହିଛନ୍ତି ଯେ, ଇସ୍ରୋ ମିଶନ୍ କଣ୍ଟ୍ରୋଲ ସେଣ୍ଟର ଲଗାତାର ଲିଙ୍କ୍ ହାସଲ କରିବାକୁ ପ୍ର୍ରୟାସ ଜାରି ରଖିଛି । ଲିଙ୍କ ସ୍ଥାପନ ହୋଇଗଲେ ଏ ବାବଦରେ ସାରା ଦେଶକୁ ସୂଚାଇଦିଆଯିବ । EOS02 ହେଉଛି ଏକ ଆର୍ଥ ଅବଜରଭେସନ ଉପଗ୍ରହ। ଯାହା ୧୦ ମାସ ପାଇଁ ମହାକାଶରେ କାମ କରିବ। ଏହାର ଓଜନ ୧୪୨ କିଲୋଗ୍ରାମ। ଏହି ସାଟେଲାଇଟରେ ରହିଛି ସେଲଫି କ୍ୟାମେରା। ଯାହା ସମସ୍ତ ପ୍ୟାନେଲ ଓ ଦୂରସଂଚାର ଟ୍ରାନ୍ସପୋର୍ଟର ଫଟୋ ଉତ୍ତୋଳନ କରିବାକୁ ସକ୍ଷମ । ଏହା ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ।

୮କେଜି ଓଜନର ଏହି ସାଟେଲାଇଟରେ ରହିଛି ସେଲଫି କ୍ୟାମେରା । ଯାହା ସମସ୍ତ ପ୍ୟାନେଲ ଓ ଦୂରସଂଚାର ଟ୍ରାନ୍ସପୋଣ୍ଡରର ଫଟୋ ଉତ୍ତୋଳନ କରିବାକୁ ସକ୍ଷମ । ଏହା ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ । ଏହା ବ୍ୟତୀତ ସ୍ପେଶ୍ କିଡଜ ଇଣ୍ଡିଆ ନାମକ ସ୍ପେଶ୍ ଏଜେନ୍ସିର ଷ୍ଟୁଡେଣ୍ଟଣ୍ ସାଟେଲାଇଟ୍ ‘ଆଜାଦିସୈଟ୍’ ମଧ୍ୟ ପ୍ରେରଣ କରାଯାଇଛି ।

Leave A Reply

Your email address will not be published.