ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ନୀତି ଆୟୋଗ ବୈଠକରେ ଓଡିଶା ପାଇଁ କଣ ଦାବି ରଖିଲେ ନବୀନ?

0

ନୂଆ ଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ କରୋନା ଯୋଗୁଁ ଧରି ବନ୍ଦ ରହିଥିଲା।୨ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଂଟରରେ ଆୟୋଜିତ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏଥିରେ ଯୋଗଦେଇ ପୁଣିଥରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ଆହୁରି ଅନେକ ଦାବି ମଧ୍ୟ କରିଛନ୍ତି:-

-ରେଳ, ଟେଲିକମ୍, ବ୍ୟାଙ୍କ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ୍ ଦେବାପାଇଁ ଦାବି
୨- ପ୍ରତିବର୍ଷ ଓଡିଶା ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥିବାରୁ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଉ
୩- କିଛି ପ୍ରକୃତ ଚାଷୀ ବାଦ୍ ପଡି ଯାଇଥିବାରୁ ଫସଲ ବୀମା ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ କଲେ ନବୀନ
୪-ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ପ୍ରସଙ୍ଗ ଉଠାଇଲେ ନବୀନ
୫- ଏଏସଆଇ ଏବଂ ଆମ୍ସାର ଆଇନ ବଦଳାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍ୱତନ୍ତ୍ର ରାଜ୍ୟପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହୋଇଯିବା ପରେ ଲଗାତର ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ଦାବି କରିଆସୁଛି ଓଡିଶା । ୨ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଏହି ଦାବି କରିଆସୁଛି । ହେଲେ କେନ୍ଦ୍ର ଏହାକୁ ଅଣଦେଖା କରି ଆସୁଛି ।

ନୀତି ଆୟୋଗର ଏହି ବୈଠକରୁ ଦୂରେଇ ରହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ରାଜ୍ୟଗୁଡିକୁ ଅବହେଳା କରାଯାଉଥିବା ଅଭିଯୋଗ କରି ବୈଠକ ଯୋଗଦେବେ ନାହିଁ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେସିଆର । ହେଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନୀତି ଆୟୋଗ ବୈଠକରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Leave A Reply

Your email address will not be published.