ପ୍ରମୁଖ ଖବର

ଧାମନଗର ଉପନିର୍ବାଚନ: ବିଜେପି ପ୍ରାର୍ଥୀ ହେବେ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ
ଲଗାଣ ବର୍ଷା ଯୋଗୁଁ ପୁରୀ ସିଂହଦ୍ୱାର ସାମ୍ନାରେ ଆୟୋଜିତ ହେବାକୁ ଥିବା ଦେବସଭା ଓ ଭସାଣି ଉତ୍ସବ ସ୍ଥଗିତ
ପାଗ ଅନୁକୂଳ ହେଲେ ଶୁକ୍ରବାର ଆୟୋଜନ ହେବ ଭସାଣି, ଶ୍ରୀକ୍ଷେତ୍ର ପୂଜା କମିଟି ସଂପାଦକଙ୍କ ସୂଚନା
ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବିୟୋଗ ନେଇ ପଦ୍ମପୁର ବିଧାନସଭା ଆସନ ଖାଲି ପଡ଼ିବା ନେଇ ଭାରତୀୟ ନିର୍ବାଚନ କମିସନଙ୍କୁ ଅବଗତ କରାଇଲେ ବାଚସ୍ପତି, ଗତ ସୋମବାର ଦିନ ବିଧାୟକ ବିଜୟ ରଂଜନଙ୍କ ହୋଇଥିଲା ପରଲୋକ
୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ
ଘୋଷଣା ହେଲା ସାହିତ୍ୟ ପାଇଁ ନୋବେଲ ପୁରସ୍କାର
ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସଙ୍କୁ ମିଳିବ ସମ୍ମାନ
ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିବା କାଳେଶ୍ୱର ନାମକ ବସ୍‌ ଓଲଟି ଜଣେ ମୃତ, ବହୁ ଯାତ୍ରୀ ଗୁରୁତର
ପୁଣି ବଢ଼ିପାରେ ତେଲ ଦର
ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ, ଧାଓ୍ୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ଭାରତରେ ନିର୍ମିତ କାଶ ସିରପ୍‌ ପ୍ରତି ସତର୍କ ରହିବାକୁ ‘ହୁ’ କହିବା ପରେ ତଦନ୍ତ ଆଦେଶ ଦେ‌ଲା ଡ୍ରଗ୍‌ ବୋର୍ଡ
ସରିଲା ଦଶହରା, ଆଜି ଭସାଣି : ବିଦାୟ ନେବେ ମା’ ଜଗତଜନନୀ : ଟ୍ୱିନ୍ ସିଟିରେ ଅସ୍ଥାୟୀ ପୋଖରୀରେ ହେବ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ

ନୀତି ଆୟୋଗ ବୈଠକରେ ଓଡିଶା ପାଇଁ କଣ ଦାବି ରଖିଲେ ନବୀନ?

0

ନୂଆ ଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ କରୋନା ଯୋଗୁଁ ଧରି ବନ୍ଦ ରହିଥିଲା।୨ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଂଟରରେ ଆୟୋଜିତ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏଥିରେ ଯୋଗଦେଇ ପୁଣିଥରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ଆହୁରି ଅନେକ ଦାବି ମଧ୍ୟ କରିଛନ୍ତି:-

-ରେଳ, ଟେଲିକମ୍, ବ୍ୟାଙ୍କ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ୍ ଦେବାପାଇଁ ଦାବି
୨- ପ୍ରତିବର୍ଷ ଓଡିଶା ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥିବାରୁ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଉ
୩- କିଛି ପ୍ରକୃତ ଚାଷୀ ବାଦ୍ ପଡି ଯାଇଥିବାରୁ ଫସଲ ବୀମା ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ କଲେ ନବୀନ
୪-ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ପ୍ରସଙ୍ଗ ଉଠାଇଲେ ନବୀନ
୫- ଏଏସଆଇ ଏବଂ ଆମ୍ସାର ଆଇନ ବଦଳାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍ୱତନ୍ତ୍ର ରାଜ୍ୟପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହୋଇଯିବା ପରେ ଲଗାତର ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ଦାବି କରିଆସୁଛି ଓଡିଶା । ୨ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଏହି ଦାବି କରିଆସୁଛି । ହେଲେ କେନ୍ଦ୍ର ଏହାକୁ ଅଣଦେଖା କରି ଆସୁଛି ।

ନୀତି ଆୟୋଗର ଏହି ବୈଠକରୁ ଦୂରେଇ ରହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ରାଜ୍ୟଗୁଡିକୁ ଅବହେଳା କରାଯାଉଥିବା ଅଭିଯୋଗ କରି ବୈଠକ ଯୋଗଦେବେ ନାହିଁ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେସିଆର । ହେଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନୀତି ଆୟୋଗ ବୈଠକରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Leave A Reply

Your email address will not be published.