ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

୭୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ ଟ୍ୱିଟର୍

0

ନ୍ୟୁଜ୍ ବ୍ୟୁରୋ; ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରରୁ କର୍ମଚାରୀଙ୍କ ଛଟେଇ କରିବେ ଏଲନ ମସ୍କ । ଏନେଇ ଆମେରିକା ଖବରକାଗଜ ଦ ନ୍ୟୁୟର୍କ ଟାଇମ୍ସରରେ ପ୍ରକାଶ ପାଇଛି ତଥ୍ୟ । ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର୍‌କୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି ଏଲନ ମସ୍କ । କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା କମ୍ କରିବେ ମସ୍କ ।

ପ୍ରଥମେ କମ୍ପାନୀ ବଡ଼ ବଡ଼ ପଦାଧିକାରୀଙ୍କୁ ଚାକିରିରୁ ବିଦା କରିବା ପରେ ଏବେ ସାରା ବିଶ୍ୱରେ କମ୍ପାନୀର ୭୫ ପ୍ରତିଶତ କର୍ମଚାରୀ ଛଟେଇ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୭୫ ପ୍ରତିଶତ କର୍ମଚାରୀ ଛଟେଇ ହେବେ ବୋଲି ସୂତ୍ରରୁ ଜଣାପଡିଛି । ଗୁରୁବାର ୪୪ ବିଲିୟନ ଆମେରିକୀୟ ଡଲାର ଚୁକ୍ତି ସହ ଟ୍ୱିଟର କିଣିଥିବା ମସ୍କ ସାରା ବିଶ୍ୱରେ ଥିବା କମ୍ପାନୀର କର୍ମଚାରୀରେ କାଣ୍ଟଛାଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମିଡିଆ ରିପୋର୍ଟ ମୁତାବକ, ଟ୍ୱିଟର୍‌ରେ ପ୍ରାୟ ୭୫ ହଜାର ଲୋକ କାମ କରୁଛନ୍ତି । ତେବେ ନଭେମ୍ବର ୧ ତାରିଖରେ ଏହି ଛଟେଇ ହେବ ବୋଲି କୁହାଯାଉଛି । ଏଥିପାଇଁ କର୍ମଚାରୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ରିପୋର୍ଟରେ ମଧ୍ୟ ଦର୍ଶାଯାଇଛି ।

Leave A Reply

Your email address will not be published.