ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଚନ୍ଦ୍ରଗ୍ରହଣରେ ପାକତ୍ୟାଗ, ଦେବନୀତି ନିଷେଧକୁ ନେଇ ଦ୍ୱନ୍ଦ୍ୱ

0

ପୁରୀ; ଚଳିତବର୍ଷ ୮ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ। ଏହି ଦିନ ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ନୀତିକାନ୍ତିରେ ଉଲ୍ଲେଖ କରିଛି । ଜ୍ୟୋତିର୍ବିଦମାନେ ସୂର୍ଯ୍ୟୋଦୟଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ବୋଲି କହୁଛନ୍ତି । ଏ ନେଇ ବିବାଦ ସୃଷ୍ଟି ହେବା ପରେ ତ୍ରୁଟିକୁ ସୁଧାରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ନଭେମ୍ବର ପ୍ରଥମ ସପ୍ତାହରେ ନୀତି ସବକମିଟି ଓ ଛତିଶାନିଯୋଗ ବୈଠକରେ ଏ ନେଇ ଆଲୋଚନା କରାଯାଇ ତ୍ରୁଟିଶୂନ୍ୟ ନୀତିନିର୍ଘଣ୍ଟ କରାଯିବ ।

ସଂଶୋଧିତ ପଞ୍ଜିକା ଅନୁଯାୟୀ, ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଚନ୍ଦ୍ର ଗ୍ରହଣ ସ୍ପର୍ଶ କରୁଥିବା ବେଳେ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହୋଇ ମଙ୍ଗଳଆଳତି, ମଇଲମ, ତପଡ଼ଲାଗି, ଅବକାଶ ଆଦି ସମସ୍ତ ନୀତିକାନ୍ତି କରାଯାଇ ଭୋର୍ ୫ଟାରେ ଉଠିବ ଭୋଗ ମଣ୍ଡପ। କାରଣ ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ, ଦେବ ନୀତି ନିଷେଧ।

ଜ୍ୟୋତିର୍ବିଦଙ୍କ କହିବା କଥା ହେଲା, ୮ ତାରିଖରେ ଅପରାହ୍ନ ୨ଟା ୩୮ ମିନିଟ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ଏହିଦିନ ସୂର୍ଯ୍ୟୋଦୟ ଅର୍ଥାତ ସକାଳ ୫ଟା ୫୪ମିନିଟ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ । ତେଣୁ ସୂର୍ଯ୍ୟୋଦୟ ପୂର୍ବରୁ ଡଙ୍ଗାଭସା କାମ ସରିବ । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ନୀତି ଚୂଡାନ୍ତ କରିଛି ସେଥିରେ ତ୍ରୁଟିଥିବା କହିଛନ୍ତି ଜ୍ୟୋତିର୍ବିଦ ।

ସେପଟେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ନଭେମ୍ବର ୧ କିମ୍ବା ୨ ତାରିଖରେ ନୀତି ସବ୍‌ କମିଟି ଓ ଛତିଶାନିଯୋଗ ବୈଠକ ହେବାର ଅଛି। ସେହି ବୈଠକରେ ଏହା ଉପରେ ଆଲୋଚନା ହୋଇ ନୀତି ନିର୍ଘଣ୍ଟ ବଦଳି ପାରେ।ଏନେଇ ଶ୍ରୀମନ୍ଦିର ଉପପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଏହି ଦିନ ଶୃଙ୍ଖଳିତ ନୀତି କରିବା ନିମନ୍ତେ ଖୁବ୍ ଶୀଘ୍ର ପାଳିଆ ସେବାୟତଙ୍କ ବୈଠକ କରାଯିବ।

Leave A Reply

Your email address will not be published.