ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଘୋଷଣା ହେଲା ତିରୁପତି ମନ୍ଦିରର ସମ୍ପତ୍ତି ତାଲିକା

0

ଅମରାବତୀ: ଶନିବାର ଦିନ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ ମନ୍ଦିରର ସମ୍ପତ୍ତି ତାଲିକା ଘୋଷଣା କରିଛି। ଟିଟିଡି ଘୋଷଣା କରିଛି ଯେ ବର୍ତ୍ତମାନର ଟ୍ରଷ୍ଟ ବୋର୍ଡ ୨୦୧୯ ଠାରୁ ଏହାର ନିବେଶ ନିର୍ଦ୍ଦେଶାବଳୀକୁ ମଜବୁତ କରିଛି। ଟ୍ରଷ୍ଟ, ସୋସିଆଲ ମିଡିଆ ରିପୋର୍ଟକୁ ମଧ୍ୟ ଅସ୍ୱୀକାର କରିଛି ଯେ ଟିଟିଡି ଅଧ୍ୟକ୍ଷ ଏବଂ ବୋର୍ଡ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିରେ ଅତିରିକ୍ତ ପାଣ୍ଠି ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରଷ୍ଟ କହିଛି ଯେ ବକେୟା ରାଶି ନିର୍ଦ୍ଧାରିତ ବ୍ୟାଙ୍କଗୁଡିକରେ ବିନିଯୋଗ ହୋଇଛି।

ଏକ ପ୍ରେସ ବିବୃତ୍ତିରେ ଟିଟିଡି ଶ୍ରୀବରି ଭକ୍ତମାନଙ୍କୁ ଏପରି ଷଡଯନ୍ତ୍ରକାରୀ ମିଥ୍ୟା ପ୍ରଚାରକୁ ବିଶ୍ବାସ ନକରିବାକୁ ଅନୁରୋଧ କରିଛି। ଏବଂ ଟ୍ରଷ୍ଟ କହିଛି ବିଭିନ୍ନ ବ୍ୟାଙ୍କରେ ଟିଟିଡି ଦ୍ୱାରା ପ୍ରସ୍ତୁତ ନଗଦ ଟଙ୍କା ଏବଂ ସୁନା ସବୁକୁ ସଠିକ୍ ଭାବରେ ଜମା କରାଯାଇଥାଏ। ତିରୁପତି ମନ୍ଦିରରେ ବର୍ତ୍ତମାନ ୧୦.୩ ଟନ ସୁନା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ୧୫,୯୩୮ କୋଟି ଟଙ୍କା ଜମା ରଖାଯାଇଛି। ତାର ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୨୬ ଲକ୍ଷ କୋଟି ଟଙ୍କା ବୋଲି ‘ଟିଟିଡି’ କହିଛି। ସମଗ୍ର ଭାରତରେ ମନ୍ଦିର ନାଁରେ ୭,୧୨୩ ଏକର୍‌ ଜମି ଉପରେ ୯୬୦ଟି ଘର ରହିଛି। ଭକ୍ତଙ୍କ ଦାନ, ବ୍ୟବସାୟ ସଙ୍ଗଠନ ଓ ପ୍ରତିଷ୍ଠାନମାନଙ୍କ ଉପରେ ମନ୍ଦିରର ଆୟ ହୋଇଥାଏ ବୋଲି ଟିଟିଡି କହିଛି।

Leave A Reply

Your email address will not be published.