ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

0

ନୂଆଦିଲ୍ଲୀ: ପାଣି ଭିତରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ମୱାନଜାରୁ ବୁକୋବା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ତାଞ୍ଜାନିଆର ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ବିମାନରେ ୪୯ ଜଣ ଯାତ୍ରୀ ଥିଲେ। ବୁଡ଼ିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଅପରେଶନ ଜାରି ରହିଛି। ବିମାନ ଦୁର୍ଘଟଣାର ଭିଡିଓ ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ସୋଶାଲ ମିଡିଆରେ ଏବେ ଭାଇରାଲ ହୋଇଛି ।

ଆଫ୍ରିକାର ସର୍ବବୃହତ୍ତ ହ୍ରଦ ଲେକ ଭିକ୍ଟୋରିଆରେ ବିମାନଟି ଅଧା ବୁଡ଼ି ରହିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କ୍ରାସ କରିଥିବା ବିମାନ ତାଞ୍ଜାନିଆର ସର୍ବବୃହତ ଘରୋଇ ମାଲିକାନା ଏୟାରଲାଇନ୍ସ ପ୍ରେସିକନ୍‌ ଏୟାର ବିମାନ PW 494 ବୋଲି ଜଣାପଡ଼ିଛି।  ଏହା ବୁକୋବା ବିମାନବନ୍ଦର ନିକଟରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.