ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ହେଲେ ମେରିଲାଣ୍ଡର ଉପରାଜ୍ୟପାଳ

0
  • ଆମେରିକାରେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ରଚିଲେ ଇତିହାସ
  • ଆମେରିକାରେ ବଢୁଛି ଭାରତୀୟ ମହିଳାଙ୍କ ରାଜ୍
  • ମେରିଲାଣ୍ଡର ଉପରାଜ୍ୟପାଳ ହେଲେ ଅରୁଣା ମିଲର
  • ହାଇଦ୍ରାବାଦରେ ଜନ୍ମିତ ଅରୁଣା ୭ବର୍ଷରେ ଚାଲିଯାଇଥିଲେ ଆମେରିକା

ଆମେରିକା; ସାରା ବିଶ୍ବରେ ବଢିବାରେ ଲାଗିଲାଣି ଭାରତୀୟଙ୍କ ଦବଦବା । ପ୍ରତିକ୍ଷେତ୍ରରେ ଭାରତୀୟମାନେ ପାରଦର୍ଶିତା ଦେଖାଇବାରେ ଲାଗିଛନ୍ତି । ଏବେ ପୁଣି ଥରେ ଆମେରିକାରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର । ସେ ପ୍ରଥମ ପ୍ରବାସୀ ନାଗରିକ ଭାବେ ଆମେରିକାର ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ହାତେଇଛନ୍ତି । ଅରୁଣା ପ୍ରଥମ ଭାରତୀୟ ବଂଶୋଦ୍ଭବ ଯିଏକି ଏସିଆର ଜନ୍ମିତ ମହିଳା ଭାବେ ଏହି ପଦ ସମ୍ଭାଳିବାକୁ ଯାଉଛନ୍ତି।

୫୮ ବର୍ଷିୟା ଅରୁଣା ବିଶେଷ ଭାବେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ । ହେଲେ ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ତାଙ୍କ ପରିବାର ଆମେରିକା ପଳାଇଯାଇଥିଲେ । ୧୯୮୯ ରେ ଅରୁଣା ମିସୋରୀ ବିଜ୍ଞାନ ଓ ପ୍ରଜ୍ୟୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରୁ ସିବିଲ ଇଂଜିନିୟରିଂ ସହ ସ୍ନାତକ ଉପାଧି ହାସଲ କରିଥିଲେ । ୨୦୧୦ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସେ ମେରିଲାଣ୍ଡ ହାଉସ ଅଫ୍ ଡେଲିଗେଟରେ ୧୫ ନମ୍ବର ଜିଲ୍ଲା ପାଇଁ ପ୍ରତିନିଧିତ୍ୱ କରୁଥିଲେ । ଅରୁଣାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ସେ ଡେବ୍ ମିଲରଙ୍କୁ ବିବାହ କରିଛନ୍ତି ଓ ତାଙ୍କର ୩ ଟି ପିଲା ଅଛନ୍ତି।

Leave A Reply

Your email address will not be published.