ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ହେଲେ ମେରିଲାଣ୍ଡର ଉପରାଜ୍ୟପାଳ

0
  • ଆମେରିକାରେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ରଚିଲେ ଇତିହାସ
  • ଆମେରିକାରେ ବଢୁଛି ଭାରତୀୟ ମହିଳାଙ୍କ ରାଜ୍
  • ମେରିଲାଣ୍ଡର ଉପରାଜ୍ୟପାଳ ହେଲେ ଅରୁଣା ମିଲର
  • ହାଇଦ୍ରାବାଦରେ ଜନ୍ମିତ ଅରୁଣା ୭ବର୍ଷରେ ଚାଲିଯାଇଥିଲେ ଆମେରିକା

ଆମେରିକା; ସାରା ବିଶ୍ବରେ ବଢିବାରେ ଲାଗିଲାଣି ଭାରତୀୟଙ୍କ ଦବଦବା । ପ୍ରତିକ୍ଷେତ୍ରରେ ଭାରତୀୟମାନେ ପାରଦର୍ଶିତା ଦେଖାଇବାରେ ଲାଗିଛନ୍ତି । ଏବେ ପୁଣି ଥରେ ଆମେରିକାରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର । ସେ ପ୍ରଥମ ପ୍ରବାସୀ ନାଗରିକ ଭାବେ ଆମେରିକାର ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ହାତେଇଛନ୍ତି । ଅରୁଣା ପ୍ରଥମ ଭାରତୀୟ ବଂଶୋଦ୍ଭବ ଯିଏକି ଏସିଆର ଜନ୍ମିତ ମହିଳା ଭାବେ ଏହି ପଦ ସମ୍ଭାଳିବାକୁ ଯାଉଛନ୍ତି।

୫୮ ବର୍ଷିୟା ଅରୁଣା ବିଶେଷ ଭାବେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ । ହେଲେ ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ତାଙ୍କ ପରିବାର ଆମେରିକା ପଳାଇଯାଇଥିଲେ । ୧୯୮୯ ରେ ଅରୁଣା ମିସୋରୀ ବିଜ୍ଞାନ ଓ ପ୍ରଜ୍ୟୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରୁ ସିବିଲ ଇଂଜିନିୟରିଂ ସହ ସ୍ନାତକ ଉପାଧି ହାସଲ କରିଥିଲେ । ୨୦୧୦ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସେ ମେରିଲାଣ୍ଡ ହାଉସ ଅଫ୍ ଡେଲିଗେଟରେ ୧୫ ନମ୍ବର ଜିଲ୍ଲା ପାଇଁ ପ୍ରତିନିଧିତ୍ୱ କରୁଥିଲେ । ଅରୁଣାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ସେ ଡେବ୍ ମିଲରଙ୍କୁ ବିବାହ କରିଛନ୍ତି ଓ ତାଙ୍କର ୩ ଟି ପିଲା ଅଛନ୍ତି।

Leave A Reply

Your email address will not be published.