ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ବିଦେଶକୁ ତୋପ ରପ୍ତାନୀ କରିବ ଭାରତ

0

ନୂଆଦିଲ୍ଲୀ; ଆତ୍ମନିର୍ଭର ହେଉଛି ଭାରତ । ବିଦେଶକୁ ଆର୍ଟିଲାରୀ ଗନ୍ ବା ତୋପ ରପ୍ତାନୀ କରିବ ଭାରତ । ଦେଶର ୭୫ ବର୍ଷ ଇତିହାସରେ ପ୍ରଥମ ଥର ସେନା ଉପକରଣ ରପ୍ତାନୀ କରିବାକୁ ଯାଉଛି ଭାରତ । ତାହା ପୁଣି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଉଥିବା ତୋପ । ୧୫୫ ଏମ୍ଏମ୍ ଆର୍ଟିଲାରୀ ଗନ୍ ରପ୍ତାନୀ ଲାଗି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା ପୁନେସ୍ଥିତ ଘରୋଇ ସଂସ୍ଥା ଭାରତ ଫର୍ଜକୁ ମିଳିଛି ଅର୍ଡର । ଭାରତ ଫର୍ଜର ସହାୟକ କଂପାନୀ କଲ୍ୟାଣୀ ଷ୍ଟ୍ରାଟେଜିକ୍ ସିଷ୍ଟମ ଏହି ଅର୍ଡର ପାଇଛି ।

ତେବେ କେଉଁ ଦେଶରୁ ଏହି ଅର୍ଡର ମିଳିଛି କଂପାନୀ ପକ୍ଷରୁ ତାହା ସ୍ପଷ୍ଟ କରାଯାଇନି । ମାତ୍ର କୌଣସି ସାମରିକ ବିବାଦରେ ଫସି ନଥିବା ଏକ ଦେଶରୁ ଏହି ଅର୍ଡର ମିଳିଥିବା ସୂଚନା ଦିଆଯାଇଛି । ୧୫୫.୫ ମିଲିୟନ ଡଲାର ମୂଲ୍ୟର ଏହି ଅର୍ଡର ମିଳିଥିବା କଂପାନି ପକ୍ଷରୁ କୁହାଯାଇଛି । ଆଗାମୀ ୩ ବର୍ଷରେ କଂପାନୀ ଏସବୁ ତୋପ ଯୋଗାଇ ଦେବ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଏବଂ ରପ୍ତାନୀ ବୃଦ୍ଧି ଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରୟାସ ଅନ୍ତର୍ଗତ ଏହା ସମ୍ଭବ ହୋଇଥିବା କଂପାନୀ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଭାରତ ଫର୍ଜ ବହୁ ଜଟିଳ ଓ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଉପକରଣ ନିର୍ମାଣ କରିଥାଏ । ଅଟୋ ମୋବାଇଲ, ଅଏଲ ଆଣ୍ଡ ଗ୍ୟାସ୍, ଏରୋସ୍ପେଶ୍, ଲୋକୋମୋଟିଭ୍, ମେରାଇନ , ଏନର୍ଜି, ନିର୍ମାଣ, ଖଣି ଏବଂ ଇଂଜିନିୟରିଂ ଭଳି ବହୁବିଧ କ୍ଷେତ୍ରରେ ବି କଂପାନୀ ନିୟୋଜିତ ରହିଛି । କଂପାନୀ ବର୍ତ୍ତମାନ ମାସକୁ ୬ଟି ଆର୍ଟିଲାରୀ ଗନ୍ ନିର୍ମାଣ କରୁଛି । ନିକଟରେ ଭାରତ ଫର୍ଜ ଭାରତୀୟ ସ୍ଥଳସେନାକୁ ଏମ୍-୪ ଅସ୍ତ୍ର ଖଚିତ ବାହାନ ଯୋଗାଇ ଥିଲା । ଦକ୍ଷିଣ ଆଫ୍ରିକାର ପାରାମାଉଣ୍ଟ ଗ୍ରୁପ୍ ଦ୍ୱାରା ନିର୍ମିତ ଏମ୍ବମ୍ବ-୪ ଶ୍ରେଣୀର ଏହି ଆକ୍ରମଣକାରୀ ଯାନକୁ ଲାଇସେନ୍ସ ଜରିଆରେ ନିର୍ମାଣ କରୁଛି ଭାରତ ଫର୍ଜ।

Leave A Reply

Your email address will not be published.