ପ୍ରମୁଖ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ

ଚୀନକୁ ଜବାବ ଦେବ ଭାରତର ୧୫ ମିସାଇଲ୍

0

ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହାକୁ ନେଇ ଆଲର୍ଟ ମୋଡରେ ରହିଛି ଭାରତୀୟ ସ୍ଥଳସେନା ଓ ବାୟୁସେନା । ବିଭିନ୍ନ କ୍ଷେତ୍ରରେ ଚୀନ ଆକ୍ରମଣ ନେଇ ଚେଷ୍ଟା କରୁଥିବା ବେଳେ ଚୀନର ସମସ୍ତ ଘୃଣ୍ୟ ପଦକ୍ଷେପକୁ ମାତ ଦେବାକୁ ତୟାର ରହିଛନ୍ତି ଭାରତୀୟ ସୈନ୍ୟ । ସେ ସ୍ଥଳସେନା ହେଉ କି ବାୟୁସେନା ହେଉ କିମ୍ବା ନୌସେନା ସବୁଠି ସଶକ୍ତ ହୋଇଛି ଭାରତ । ଭାରତରେ ଏପରି ଅନେକ ଅସ୍ତ୍ର ଅଛି, ଯାହାର ଶକ୍ତିରେ ଚୀନ୍ ମଧ୍ୟ ଭୟଭୀତ ହୋଇଥାଏ । ଭାରତୀୟ ସୈନିକମାନଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଅନେକ ସ୍ୱଦେଶୀ ଏବଂ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ମଧ୍ୟ ଦିଆଯାଇଛି । ସୀମାନ୍ତରେ ଏଭଳି ତୋପ ଏବଂ ଆର୍ଟିଲିରି ନିୟୋଜିତ କରାଯାଇଛି, ଯାହା ଚୀନ୍ ସେନାକୁ ଯେକୌଣସି ସମୟରେ ମାଟିରେ ମିଶାଇପାରିବ । ତେବେ ଆସନ୍ତୁ ଜାଣିବା ଏହି ଅସ୍ତ୍ର ସଂର୍ପକରେ….

୧. ‘ପିନାକା’ ରକେଟ୍ ସିଷ୍ଟମର ନାମକରଣ ଭଗବାନ ଶିବଙ୍କ ଧନୁ ‘ପିନାକା’ ନାମରେ କରାଯାଇଛି । ପିନାକା ସିଷ୍ଟମ୍ ମାତ୍ର ୪୪ ସେକେଣ୍ଡରେ ୧୨ ଟି ରକେଟ୍ ଛାଡିବାକୁ ସକ୍ଷମ ଅଟେ । ଅର୍ଥାତ୍ ପ୍ରତି ୪ ସେକେଣ୍ଡରେ ଏହା ଗୋଟିଏ ରକେଟ ଛାଡିପାରିବ । ଏହାର ରେଞ୍ଜ ୭ ରୁ ୯୦ କିଲୋମିଟର ଅଟେ । ପିନାକା ରକେଟ୍ ଉପରେ ହାଇ ବିସ୍ଫୋରକ ଫ୍ରାଗମେଣ୍ଟେସନ୍ (HMX), କ୍ଲଷ୍ଟର ବୋମା, ଆଣ୍ଟି-ଟ୍ୟାଙ୍କ ଏବଂ ଲ୍ୟାଣ୍ଡମାଇନ୍ ଅସ୍ତ୍ର ସ୍ଥାପନର କ୍ଷମତା ରଖିଛି । ଏହି ରକେଟ୍ ୧୦୦ କେଜି ଓଜନ ବିଶିଷ୍ଟ ଅସ୍ତ୍ର ଉଠାଇବାକୁ ସକ୍ଷମ ଥିବା ବଳେ ଏହା ଘଣ୍ଟା ପ୍ରତି ୫୭୫୭.୭୦ କିଲୋମିଟର ବେଗରେ ଶତ୍ରୁ ଆଡକୁ ଗତି କରିଥାଏ । ଏହା ଏକ ସେକେଣ୍ଡରେ ୧.୬୧ କିଲୋମିଟର ବେଗ ସହିତ ଆକ୍ରମଣର କରିଥାଏ । ଯାହା ଫଳରେ ଶତ୍ରୁମାନଙ୍କୁ ଲକ୍ଷ୍ୟସ୍ଥଳରୁ ପଳାୟନ ପାଇଁ ସୁଯୋଗ ମିଳିନଥାଏ ।
. K-9 Vajra ଟ୍ୟାଙ୍କ
K-9 Vajra ଟ୍ୟାଙ୍କକୁ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଲାରସେନ୍ ଆଣ୍ଡ ଟୁବ୍ରୋ (L&T) ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହା ଏକ ୧୫୫ ମିଲିମିଟର ସ୍ୱୟଂ ଚାଳିତ ଆର୍ଟିଲିରି । ଏହାର ରେଞ୍ଜ ୧୮ ରୁ ୫୪ କିଲୋମିଟର ଅଟେ । ଅର୍ଥାତ୍ ଏତେ ଦୂରରେ ବସିଥିବା ଶତ୍ରୁକୁ ଲକ୍ଷ କରି ଆକ୍ରମଣ କରିଥାଏ । ଏହା ୪୮ ଟି ଶେଲ୍ ଗଚ୍ଛିତ ରଖିବାକୁ ସକ୍ଷମ । ଏହାର ଅପରେସନ ରେଞ୍ଜ କଥା କହିବାକୁ ଗଲେ, ଏହା ୩୬୦ କିଲୋମିଟର ପରିସର ଯାଏଁ ଲକ୍ଷ କରିଥାଏ ଏବଂ ଏହାର ଘଣ୍ଟା ପ୍ରତି ବେଗ ୬୭ କିଲୋମିଟର ରହିଛି ।

୩.. M-777 ହାୱିଜର
ଭାରତୀୟ ସେନା ଖଇଉରେ M-777 ହାୱିଜର ଅଲଟ୍ରା ଲାଇଟ୍ ହାୱିଜର ନିୟୋଜିତ କରିଛି । ଏହି ତୋପଗୁଡିକ ସହଜରେ ଯେକୌଣସି ସ୍ଥାନକୁ ପରିବହନ କରାଯାଇପାରିବ । ଏହି ତୋପଗୁଡିକ LACରେ ପର୍ଯ୍ୟାପ୍ତ ପରିମାଣରେ ନିୟୋଜିତ ହୋଇଛି । କିଛି ମାସ ପୂର୍ବେ ଜଣେ ସେନା ଅଧିକାରୀ କହିଥିଲେ ଯେ, ଭାରତୀୟ ସେନାରେ ୧୧୦ ହ୍ୱାଇଜର୍ ରହିଛି ଏବଂ ୧୪୫ ଟି ତୋପ ଅର୍ଡର କରାଯାଇଛି । ଏହାକୁ ଚଳାଇବା ପାଇଁ ୮ ଜଣ ବ୍ୟକ୍ତି ଆବଶ୍ୟକ ହୋଇଥାନ୍ତି । ଏହି ତୋପ ଏକ ମିନିଟରେ ୭ ରାଉଣ୍ଡ ଫାୟାର୍ କରିଥାଏ ଏବଂ ଏହା ୨୪ ରୁ ୪୦ କିଲୋମିଟର ପର୍ୟ୍ୟରନ୍ତ ଲକ୍ଷ୍ୟଭେଦ କରିଥାଏ । ଏହା ପ୍ରତି ସେକେଣ୍ଡରେ ପ୍ରାୟ ଏକ କିଲୋମଟର ବେଗରେ ଗତି କରେ ।
. ଧନୁଷ ହାୱିଜର୍ ତୋପ
୨୦୧୯ ମସିହାରେ ଭାରତୀୟ ସେନାରେ ସାମିଲ ହୋଇଛି ‘ଧନୁଷ ହାୱିଜର୍’ ତୋପ । ଏହା ୧୫୫ ମିଲିମିଟର କ୍ୟାଲେବରର ତୋପ ଅଟେ । ଏହା ହେଉଛି ବୋଫର୍ସ ତୋପର ସ୍ୱଦେଶୀ ସଂସ୍କରଣ । ବର୍ତ୍ତମାନ ସେନାରେ ୧୨ ଟି ଧନୁଷ ତୋପ ରହିଥିବା ବେଳେ ୧୧୪ ଅର୍ଡର ଦିଆଯାଇଛି । ଏହାକୁ ଚଳାଇବା ପାଇଁ ୬ ରୁ ୮ ଜଣ କ୍ରୁ ସଦସ୍ୟ ଆବଶ୍ୟକ ହୋଇଥାନ୍ତି । ଏହାର ରେଞ୍ଜ ହେଉଛି ୩୮ କିଲୋମିଟର । ବର୍ଷ୍ଟ ମୋଡରେ ୧୫ ସେକେଣ୍ଡରେ ତିନୋଟି ରାଉଣ୍ଡ, ଇଣ୍ଟେନ୍ସ ମୋଡରେ ୧୫ ରାଉଣ୍ଡ ଏବଂ ସଷ୍ଟେନ ମୋଡରେ ୬୦ ରାଉଣ୍ଡ ଚାଲିଥାଏ । ଆବଶ୍ୟକତା ଅନୁଯାୟୀ ଆକ୍ରମଣ କରିବାକୁ ଏହି ତୋପ ବେଶ୍ ସମର୍ଥ ହୋଇଥାଏ ।

୫. ବ୍ରହ୍ମୋସ ସୁପରସୋନିକ୍ ମିସାଇଲ
‘ବ୍ରହ୍ମୋସ’କୁ ଦୁନିଆର ସବୁଠାରୁ ବିପଜ୍ଜନକ ଏବଂ ଘାତକ କ୍ଷେପଣାସ୍ତ୍ର ଭାବେ ବିବେଚନା କରାଯାଏ । ଏହା ଏକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର । ଏହାର ଅନେକ ମଡେଲ ଭାରତୀୟ ସୈନ୍ୟବାହିନୀରେ ନିୟୋଜିତ ହୋଇଛି । ୩୦୦୦ କେଜି ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲମ୍ବ ୮.୪ ମିଟର ଅଟେ । ଏହା ୨୦୦ ରୁ ୩୦୦ କେଜି ଓଜନ ବିଶିଷ୍ଟ ପାରମ୍ପାରିକ ଏବଂ ପରମାଣୁ ହତିଆର ବହନ କରିପାରିବ । ଏହାର ସବୁଠାରୁ ବିପଜ୍ଜନକ ବିଷୟ ହେଉଛି, ଏହା ସ୍ଥଳ କିମ୍ବା ସମୁଦ୍ରଠାରୁ ମାତ୍ର ୩ ରୁ ୪ ମିଟର ଉଡିପାରେ । ଏହି କାରଣରୁ, ଶତ୍ରୁର ରାଡାରରେ ଏହାର ଆଗମନ ବିଷୟରେ କେହି ଜାଣିପାରି ନଥାନ୍ତି । ଏହାର ବେଗ ଘଣ୍ଟା ପ୍ରତି ୪୯୩୯ କିମି ରହିଥାଏ ।
୬. ବାରକ୍-୮ ମିସାଇଲ
ବାରକ୍-୮ ମିସାଇଲ ସ୍ଥଳଠାରୁ ଆକାଶ ଯାଏଁ ଲମ୍ବା ଦୂରତା ଅତିକ୍ରମ କରିବାର ଶକ୍ତି ରଖିଥାଏ । ଏଥିପାଇଁ ଭାରତୀୟ ସୈନ୍ୟବାହିନୀରେ ସମସ୍ତ ପକ୍ଷ ଏହାକୁ ବ୍ୟବହାର କରନ୍ତି । ୨୭୫ କିଲୋଗ୍ରାମ ଏହି କ୍ଷେପଣାସ୍ତ୍ରର ଲମ୍ବ ୪.୫ ମିଟର । ଏହା ୬୦ କିଲୋଗ୍ରାମ ଅସ୍ତ୍ର ରଖିବାକୁ ସକ୍ଷମ ଅଟେ । ଏହାକୁ ‘ଡେଷ୍ଟିନେଶନ ଟୁ କିଲ୍’ କୁହାଯାଇଥାଏ । ଅର୍ଥାତ୍ ଯଦି ଏହି କ୍ଷେପଣାସ୍ତ୍ର ଖସିଯାଏ, ତେବେ ଶତ୍ରୁପକ୍ଷ ଏହାର ପ୍ରଭାବରେ ପାଉଁଶରେ ପରିଣତ ହୋଇଯିବେ । ଏହି ରକେଟର ଏକ ବିଶେଷ କଥା ହେଉଛି ଯେ, ଏହା ଧୂଆଁ ନଛାଡି ଉଡିଥାଏ, ତେଣୁ ଏହା ଆକାଶରେ ଦୃଶ୍ୟମାନ ହୁଏ ନାହିଁ । ଏହାର ରେଞ୍ଜ ୧୬ ରୁ ୩୦ କିଲୋମିଟର ଅଟେ । ଯାହା ଘଣ୍ଟାକୁ ୨୪୬୯ କିଲୋମିଟର ବେଗରେ ଉଡିଥାଏ ।
୭. ଅଗ୍ନି-୫ ମିସାଇଲ
ଆଇସିବିଏମ୍ ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ । ୫୦ ରୁ ୫୬ ହଜାର କେଜି ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲମ୍ବ ୧୭.୫ ମିଟର । ଏହା ୧୫୦୦ କେଜି ଓଜନ ବିଶିଷ୍ଟ ଗୋଳାବାରୁଦ ଉଠାଇପାରେ । ଏଥିରେ ଏକ କଠିନ ଇନ୍ଧନ ରକେଟ୍ ଅଛି । ଯାହା ଏହାକୁ ପାରମ୍ପାରିକ ଏବଂ ଆଣବିକ ଅସ୍ତ୍ର ବହନ କରିବାର ଶକ୍ତି ପ୍ରଦାନ କରେ । ଏହାର ରେଞ୍ଜ ହେଉଛି ୫୫୦୦ କିଲୋମିଟର ।
୮. LCH ପ୍ରଚଣ୍ଡ
ହାଲୁକା ଯୁଦ୍ଧ ହେଲିକପ୍ଟର ପ୍ରଚଣ୍ଡ ଦୁନିଆର ସର୍ବୋତ୍ତମ ହେଲିକପ୍ଟର ଅଟେ । ଯେଉଁଠାରେ ଯୁଦ୍ଧ ବିମାନର ଆବଶ୍ୟକତା ନଥାଏ ସେଠାରେ ହାଲୁକା ଯୁଦ୍ଧ ହେଲିକପ୍ଟର ବ୍ୟବହାର କରାଯାଏ। ଏହା ଅଧିକ ଉଚ୍ଚତା ଅଞ୍ଚଳରୁ ଅବତରଣ କରିପାରେ । ଏହା ଉଚ୍ଚ ସ୍ଥାନରୁ ହିଁ ଆକ୍ରମଣ କରିଥାଏ । ଏହି ହେଲିକପ୍ଟର ଗୁଡ଼ିକ ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ଅଧିକ ଉପଯୁକ୍ତ । ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟରର ଲମ୍ବ ହେଉଛି ୫୧.୧୦ ଫୁଟ । ଏହାକୁ ଦୁଇଜଣ ପାଇଲଟ୍ ଏକତ୍ର ଉଡ଼ାଇଥାନ୍ତି । ଗୋଟିଏ ଉଡ଼ାଣ ଭରୁଥିବା ବେଳେ ଅନ୍ୟଟି ନାଭିଗେସନ୍ ଏବଂ ଅସ୍ତ୍ରଶସ୍ତ୍ରର ଯତ୍ନ ନେଇଥାଏ । ୫୫୦ କିଲୋମିଟର ରେଞ୍ଜରେ ୨୬୮ କିମି ଘଣ୍ଟା ପ୍ରତି ବେଗରେ ଉଡ଼ିଥାଏ ।
୯. ରାଫେଲ୍ ଫାଇଟର ଜେଟ୍
ଭାରତୀୟ ବାୟୁସେନାର ମଲ୍ଟିରୋଲ ଫାଇଟର ଜେଟ୍ ହେଉଛି ରାଫେଲ୍ । ଏହାର ରେଞ୍ଜ ୧୮୫୦ କିଲୋମିଟର ରହିଥିବା ବେଳେ ଏହା ଘଣ୍ଟା ପ୍ରତି ୧୯୧୨ କିଲୋମିଟର ବେଗରେ ଉଡିଥାଏ। ରାଫେଲ୍ ସର୍ବାଧିକ ୫୧,୯୫୨ ଫୁଟ ଉଚ୍ଚତାକୁ ଯାଇପାରେ । ସେନା ଅନୁଯାୟୀ ଏଥିରେ ଅସ୍ତ୍ରଶସ୍ତ୍ର ସ୍ଥାପନ କରିବାର ସୁବିଧା ରହିଛି । ଏଥିରେ ଏୟାର-ଟୁ-ଏୟାର, ଏୟାର-ଟୁ-ଗ୍ରାଉଣ୍ଡ, ଏୟାର-ଟୁ-ସିପ୍ ଏବଂ କ୍ଷେପଣାସ୍ତ୍ର ସ୍ଥାପନ କରାଯାଇପାରିବ। ଏହା ବ୍ୟତୀତ ଏଥିରେ ଅନେକ ପ୍ରକାରର ବୋମା ଲଗାଯାଇପାରିବ ।
୧୦. ସୁଖୋଇ-30 MKI
ଭାରତର ଆଉ ଏକ ଶକ୍ତିଶାଳୀ ଯୁଦ୍ଧ ବିମାନ ହେଉଛି ‘ସୁଖୋଇ-30 MKI’ । ଭାରତ ବାୟୁସେନାରେ ଏପରି ୨୭୨ ବିମାନ ଅଛି । ଏହାକୁ ଉଡ଼ାଇବା ପାଇଁ ଦୁଇ ଜଣ ପାଇଲଟ୍ ଆବଶ୍ୟକ ହୋଇଥାନ୍ତି । ୨୧.୯୩ ମିଟର ଲମ୍ବା ଏହି ଯୁଦ୍ଧ ବିମାନର ଘଣ୍ଟାପ୍ରତି ସର୍ବାଧିକ ବେଗ ୨୧୨୦ କିଲୋମିଟର ରହିଥିବା ବେଳେ ଏହା ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ସହିତ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ନିରନ୍ତର ଉଡିପାରେ । ଏହି ସୁଖୋଇ ଫାଇଟର ଜେଟ୍ ସର୍ବାଧିକ ୧୭,୩୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଇପାରେ । ଏହାର ୧୨ ଟି ହାର୍ଡ ପଏଣ୍ଟ ଅଛି, ଯେଉଁଥିରେ ରକେଟ୍, ମିସାଇଲ୍ ଏବଂ ବୋମା କିମ୍ବା ସେମାନଙ୍କ ମିଶ୍ରଣ କରି ଲଗାଯାଇପାରିବ । ଏହା ରାଫେଲ ସହିତ ମିଶି ଯେକୌଣସି ଯୁଦ୍ଧରେ ହଇଚଇ ସୃଷ୍ଟି କରିପାରନ୍ତି ।

୧୧. LCA ତେଜସ୍
ସ୍ୱଦେଶୀ ନିର୍ମିତ ଲାଇଟ୍ କମ୍ବାଟ୍ ବିମାନ ହେଉଛି ‘ତେଜସ୍’ । ଛୋଟ ଯୁଦ୍ଧ ପାଇଁ ଏହା ଏକ ମାରାତ୍ମକ ଯୁଦ୍ଧ ବିମାନ । ଅର୍ଥାତ୍ ଏହା ୪୦୦ କିଲୋମିଟରରୁ ଅଧିକ ରେଞ୍ଜ ରଖିଥାଏ । ଅର୍ଥାତ୍ କ୍ଲୋଜ-ଏୟାର-ଟୁ-ଗ୍ରାଉଣ୍ଡ ଅପରେସନରେ ଏହାକୁ ବ୍ୟବହାର କରାଯାଇପାରିବ । ଏହି ଯୁଦ୍ଧ ବିମାନର ଘଣ୍ଟାପ୍ରତି ସର୍ବାଧିକ ବେଗ ହେଉଛି ୧୯୮୦ କିଲୋମିଟର । ଏହି ବିମାନସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଏବଂ ଇନ୍ଧନ ସହିତ ଶତ୍ରୁ ଅଞ୍ଚଳର ୫୦୦ କିଲୋମିଟର ଭିତରକୁ ଯାଇ ବିପଦ ସୃଷ୍ଟି କରିପାରେ । ଏହା ସର୍ବାଧିକ ୫୩ ହଜାର କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିଥିବା ବେଳେ ଏଥିରେ ୮ଟି ହାର୍ଡପଏଣ୍ଟ ରହିଛି । ଏଥିରେ ପ୍ରାୟ ସମସ୍ତ ପ୍ରକାରର ବୋମା ଖଞ୍ଜା ଯାଇପାରିବ ।
୧୨. INS ବିକ୍ରାନ୍ତ
ଭାରତର ସବୁଠାରୁ ଶକ୍ତିଶାଳୀ ନୌସେନା ଯୁଦ୍ଧ ଜାହାଜ ହେଉଛି ‘ଆଇଏନଏସ୍ ବିକ୍ରାନ୍ତ’ । ଏହାକୁ ଯଦି ଚୀନ ସୀମାରେ ନିୟୋଜିତ କରାଯାଏ, ତେବେ ଥରି ଉଠିବ ଚୀନ । କାରଣ ଏହି ଯୁଦ୍ଧ ଜାହାଜରେ ୩୨ଟି ବାରାକ-୮ କ୍ଷେପଣାସ୍ତ୍ର, ୭୬ ମିଲିମିଟର ଚାରିଟି ଓଟୋବ୍ରେଡା ତୋପ ରହିଛି । ଏହି ତୋପ ଚାରି ଦିଗକୁ ବୁଲି ଶତ୍ରୁର ବିମାନ ଠାରୁ ଆରମ୍ଭ କରି ହେଲିକପ୍ଟର, ଯୁଦ୍ଧ ବିମାନ, ଯୁଦ୍ଧ ଜାହାଜ ଉପରେ ଆକ୍ରମଣ କରିପାରିବ । ଏହି ଯୁଦ୍ଧ ବିମାନ ଏକ ମିନିଟରେ ୧୨୦ ରାଉଣ୍ଡ ଗୁଳି ଚଳାଇଥାଏ । ଏହାର ରେଞ୍ଜ ୨୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଏ । ଏହା ହେଉଛି କ୍ଲୋଜ୍‌-ଇନ୍‌-ବେପନ୍ ସିଷ୍ଟମ । ଅର୍ଥାତ୍ ଟାର୍ଗେଟ ଯେଉଁଆଡେ ଯାଏ,ସେ ଚାରିଆଡେ ବୁଲିବୁଲି ଫାୟାରିଙ୍ଗ କରିଥାଏ । ଏହାକୁ ଅପରେଟ କରିବା ପାଇଁ କେବଳ ଜଣେ ବ୍ୟକ୍ତି ଆବଶ୍ୟକ ହୋଇଥାନ୍ତି । ଏହାର ଫାୟାରିଂ ରେଞ୍ଜ ପ୍ରତି ମିନିଟରେ ୪ ହଜାରରୁ ଆରମ୍ଭ ହୋଇ ୧୦ ହଜାର ଯାଏଁ ରହିଥାଏ । ପ୍ରକୃତରେ ଏହା ହେଉଛି ଏକ ଆଣ୍ଟି-ସବମରିନ୍ ହେଲିକାପ୍ଟର । ଶତ୍ରୁଙ୍କୁ ମାତ ଦେବାକୁ ଭାରତୀୟ ନୌସେନା ହିନ୍ଦ୍ ମହାସାଗର ଏବଂ ଆରବ ମହାସାଗରେ ଏହାକୁ ନିୟୋଜିତ କରିଛନ୍ତି ।
୧୩. INS ବିକ୍ରମାଦିତ୍ୟ
ଭାରତୀୟ ନୌସେନାର ସବୁଠାରୁ ବୃହତ୍ତମ ପୋତ ହେଉଛି ‘ଆଇଏନଏସ୍ ବିକ୍ରମାଦିତ୍ୟ’ । ଏହା ଦୁନିଆର ସବୁଠାରୁ ବଡ ୧୦ ଏୟାରକ୍ରାଫ୍ଟ ମଧ୍ୟରେ ସାମିଲ ରହିଛି । ଏହାର ଲମ୍ବ ୨୮୩.୫ ମିଟର ରହିଥିବା ବେଳେ ଏହାର ବିମ୍ ୬୧ ମିଟର ଅଟେ । ‘ଆଇଏନଏସ୍ ବିକ୍ରମାଦିତ୍ୟ’ ୨୦୧୩ ମସିହାରେ ଭାରତୀୟ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ଏହା ପୂର୍ବରୁ ସୋଭିଏତ ନୌସେନା ଏବଂ ରୁଷିୟ ନୌସେନା ପାଇଁ ସେବା ଯୋଗାଇ ସାରିଛି । ଏହି ପୋତରେ ୩୬ ଟି ଯୁଦ୍ଧ ବିମାନ ନିୟୋଜିତ ହୋଇପାରିବ । ଯେଉଁଥିରେ MiG-29K ମଲ୍ଟି ରୋଲ୍ ଯୁଦ୍ଧବିମାନ, Kamov Ka-31 AEW&C ଏବଂ Kamov Ka-28 ASW ହେଲିକପ୍ଟର ଅନ୍ତର୍ଭୁକ୍ତ ରହିଛି ।

୧୪. INS ଚକ୍ର ପରମାଣୁ ସବମରିନ୍‌
ସୋଭିଏତ୍ ଯୁଗର ଅକୁଲା ଶ୍ରେଣୀର ଆଣବିକ ବୁଡ଼ାଜାହାଜ ହେଉଛି ‘ଆଇଏନଏସ୍ ଚକ୍ର’ । ଏହା ଭାରତୀୟ ନୌସେନାର ଏକ ଶକ୍ତି । ଏହି ୧୧୦.୩ ମିଟର ଲମ୍ବର ବୁଡ଼ାଜାହାଜର ଗତି ଘଣ୍ଟା ପ୍ରତି ୧୯ କିଲୋମିଟର ଅଟେ । ଏହା ପାଣି ଭିତରେ ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ଚାଲିପାରିବ । ଏହା ସର୍ବାଧିକ ୬୦୦ ମିଟର ଗଭୀରତାକୁ ଯିବାକୁ କ୍ଷମତା ରଖିଥିବା ବେଳେ ଏଥିରେ ୨୮ ଟି ଟର୍ପେଡୋ ଅଛି । ଯଦି ଯୁଦ୍ଧ ପରିସ୍ଥିତି ଉପୁଜେ, ତେବେ ଏହି ବୁଡ଼ାଜାହାଜ ଚାଇନାର ବୁଡ଼ାଜାହାଜ, ଯୁଦ୍ଧ ଜାହାଜ ଇତ୍ୟାଦି ନଷ୍ଟ କରିବାର ସକ୍ଷମ ରଖିଛି ।
୧୫. VL-SRSAM
ଭାରତୀୟ ନୌସେନାର ସ୍ୱଦେଶୀ ନିର୍ମିତ କ୍ଷେପଣାସ୍ତ୍ର ହେଉଛି ‘VL-SRSAM ’ । ଏହାର ସମ୍ପୂର୍ଣ୍ଣ ନାମ ହେଉଛି – ଭର୍ଟିକାଲ୍ ଲଞ୍ଚ-ସର୍ଟ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ । ବାରକ -୧ ବଦଳରେ ଯୁଦ୍ଧ ଜାହାଜରେ ଏହା ସ୍ଥାପନ କରାଯିବାର ଯୋଜନା ରହିଛି । ଏହି କ୍ଷେପଣାସ୍ତ୍ରର ଓଜନ ୧୫୪ କିଲୋଗ୍ରାମ ରହିଥିବା ବେଳେ ଏହାର ଲମ୍ବ ପ୍ରାୟ ୧୨.୬ ଫୁଟ ଏବଂ ବ୍ୟାସ ୭.୦ ଇଞ୍ଚ ରହିଛି । ଏହା କମ୍ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁ ଜାହାଜ କିମ୍ବା ମିସାଇଲକୁ ମାରିପାରେ । ଏହାର ପରିସର ୨୫ ରୁ ୩୦ କିଲୋମିଟର ହୋଇଥିବା ବେଳେ ଏହା ସର୍ବାଧିକ ୧୨ କିଲୋମିଟର ଉଚ୍ଚତାକୁ ଯାଇପାରେ । ଏହାର ଗତି ବାରକ -୧ ର ଦୁଇଗୁଣରୁ ଅଧିକ । ଏହା ପ୍ରତି ଘଣ୍ଟାପ୍ରତି ୪.୫ ଯଥା ୫୫୫୬.୬ କିଲୋମିଟର ବେଗରେ ଉଡିଥାଏ । ଏହି ମିସାଇଲକୁ ଯେକୌଣସି ଯୁଦ୍ଧ ଜାହାଜରୁ ନିକ୍ଷେପ କରାଯାଇପାରେ ।

Leave A Reply

Your email address will not be published.