ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଯୁଦ୍ଧକ୍ଷେତ୍ରରେ ତୋପ ସମ୍ଭାଳିବେ ସେନା ମହିଳା ଅଧିକାରୀ

0

ନୂଆଦିଲ୍ଲୀ; ଲଢ଼ୁଆ ରେଜିମେଣ୍ଟରେ ସାମିଲ ହେବାକୁ ଯାଉଛନ୍ତି ଭାରତୀୟ ସେନାର ମହିଳା ଅଧିକାରୀ । ଭାରତୀୟ ସେନା ଆର୍ଟିଲେରି ରେଜିମେଣ୍ଟରେ ମହିଳା ଅଫିସର୍ ସାମିଲ ହେବା ନେଇ ଘୋଷଣା କରିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଜେନେରାଲ୍ ପାଣ୍ଡେ କହିଛନ୍ତି ଯେ, ଭାରତୀୟ ସେନାର ଆର୍ଟିଲେରି ରେଜିମେଣ୍ଟରେ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ସେନା ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯାଇଛି । ଶୀଘ୍ର ଏହି ପ୍ରସ୍ତାବ ମଂଜୁର ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଯୁଦ୍ଧସ୍ଥିତିରେ ସେନାକୁ ଘାତକ ବଳ ଯୋଗାଉଥିବା ଆର୍ଟିଲେରି ରେଜିମେଣ୍ଟ ହେଉଛି ସ୍ଥଳସେନାର ଦ୍ୱିତୀୟ ବୃହତ ବିଭାଗ । ଏଥିରେ କ୍ଷେପଣାସ୍ତ୍ର, ବନ୍ଧୁକ, ମୋର୍ଟାର୍, ରକେଟ୍ ଲଞ୍ଚର ଏବଂ ମାନବ ବିହୀନ ବାୟୁଯାନ ବା ଡ୍ରୋନ୍ ଆଦି ସାମିଲ ରହିଛି । ଏଗୁଡ଼ିକୁ ଆର୍ମ ଅଫ୍ ଡିସିସନ୍ ବା ନିର୍ଣ୍ଣାୟକ ଯୁଦ୍ଧାସ୍ତ୍ର ମଧ୍ୟ କୁହାଯାଏ । ଏଭଳି ବିଭାଗରେ ମହିଳା ଅଧିକାରୀଙ୍କୁ ସାମିଲ କରାଗଲେ, ସେନାରେ ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ ଯୋଡ଼ିହେବ ବୋଲି ଆଶା କରାଯାଉଛି ।

କେବଳ ଏତିକି ନୁହେଁ, ସେନାରେ ମହିଳା ମାନେ ଖୁବ୍ ଭଲ କାର୍ଯ୍ୟଦକ୍ଷତାର ପ୍ରଦର୍ଶନ କରିଛନ୍ତି ବୋଲି ପ୍ରଶଂସା କରିଛନ୍ତି ସେନାମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ । ଏଥିସହ ନିକଟରେ ସିଆଚେନ୍ ଗ୍ଲେସିୟରରେ ନିୟୋଜିତ ହୋଇଥିବା ପ୍ରଥମ ମହିଳା ସେନାଧିକାରୀ କ୍ୟାପଟେନ ଶିବା ଚୌହାନଙ୍କ କଥା ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁଯାୟୀ ୧୯୫୮ରେ ପ୍ରଥମେ ଆର୍ମି ମେଡିକାଲ୍ କୋରରେ ମହିଳାଙ୍କୁ ସାମିଲ କରାଯାଇଥିବା ବେଳେ, ସମୟକ୍ରମେ ଆଉ ୧୦ଟି ବିଭାଗରେ ମଧ୍ୟ ମହିଳା କାର୍ଯ୍ୟରତ ଅଛନ୍ତି । ଇନଫାଣ୍ଟ୍ରି, ଆର୍ମର୍ଡ, ଆର୍ଟିଲେରି ଓ ମେକାନାଇଜ୍ଡ ଇନଫାଣ୍ଟ୍ରି ରେଜିମେଣ୍ଟରେ ମହିଳା ନାହାନ୍ତି । ପୂର୍ବରୁ ଭାରତୀୟ ବାୟୁସେନା ୨୦୧୬ ଜୁନରେ ପ୍ରଥମେ ୩ଜଣ ମହିଳା ଫାଇଟର୍ ପାଇଲଟଙ୍କୁ ନିଯୁକ୍ତି ଦେଇଥିଲା । ଏପର୍ଯ୍ୟନ୍ତ ୧୫ ଜଣ ଫାଇଟର୍ ପାଇଲଟ୍ ଏୟାର୍ଫୋର୍ସରେ ସାମିଲ ହୋଇସାରିଲେଣି । ଗତମାସ ଭାରତୀୟ ନୌସେନା ମଧ୍ୟ ଘୋଷଣା କରିଥିଲା ଯେ, ୨୦୨୩ ଠାରୁ ସବମରିନ୍ ବା ବୁଡ଼ା ଜାହାଜ ସମେତ ସବୁ ବିଭାଗରେ ମହିଳା ଅଧିକାରୀ ଏବଂ PBROଙ୍କୁ ସାମିଲ ହେବା ପାଇଁ ସୁଯୋଗ ମିଳିବ ।

Leave A Reply

Your email address will not be published.