ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଯୁଦ୍ଧକ୍ଷେତ୍ରରେ ତୋପ ସମ୍ଭାଳିବେ ସେନା ମହିଳା ଅଧିକାରୀ

0

ନୂଆଦିଲ୍ଲୀ; ଲଢ଼ୁଆ ରେଜିମେଣ୍ଟରେ ସାମିଲ ହେବାକୁ ଯାଉଛନ୍ତି ଭାରତୀୟ ସେନାର ମହିଳା ଅଧିକାରୀ । ଭାରତୀୟ ସେନା ଆର୍ଟିଲେରି ରେଜିମେଣ୍ଟରେ ମହିଳା ଅଫିସର୍ ସାମିଲ ହେବା ନେଇ ଘୋଷଣା କରିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଜେନେରାଲ୍ ପାଣ୍ଡେ କହିଛନ୍ତି ଯେ, ଭାରତୀୟ ସେନାର ଆର୍ଟିଲେରି ରେଜିମେଣ୍ଟରେ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ସେନା ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯାଇଛି । ଶୀଘ୍ର ଏହି ପ୍ରସ୍ତାବ ମଂଜୁର ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଯୁଦ୍ଧସ୍ଥିତିରେ ସେନାକୁ ଘାତକ ବଳ ଯୋଗାଉଥିବା ଆର୍ଟିଲେରି ରେଜିମେଣ୍ଟ ହେଉଛି ସ୍ଥଳସେନାର ଦ୍ୱିତୀୟ ବୃହତ ବିଭାଗ । ଏଥିରେ କ୍ଷେପଣାସ୍ତ୍ର, ବନ୍ଧୁକ, ମୋର୍ଟାର୍, ରକେଟ୍ ଲଞ୍ଚର ଏବଂ ମାନବ ବିହୀନ ବାୟୁଯାନ ବା ଡ୍ରୋନ୍ ଆଦି ସାମିଲ ରହିଛି । ଏଗୁଡ଼ିକୁ ଆର୍ମ ଅଫ୍ ଡିସିସନ୍ ବା ନିର୍ଣ୍ଣାୟକ ଯୁଦ୍ଧାସ୍ତ୍ର ମଧ୍ୟ କୁହାଯାଏ । ଏଭଳି ବିଭାଗରେ ମହିଳା ଅଧିକାରୀଙ୍କୁ ସାମିଲ କରାଗଲେ, ସେନାରେ ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ ଯୋଡ଼ିହେବ ବୋଲି ଆଶା କରାଯାଉଛି ।

କେବଳ ଏତିକି ନୁହେଁ, ସେନାରେ ମହିଳା ମାନେ ଖୁବ୍ ଭଲ କାର୍ଯ୍ୟଦକ୍ଷତାର ପ୍ରଦର୍ଶନ କରିଛନ୍ତି ବୋଲି ପ୍ରଶଂସା କରିଛନ୍ତି ସେନାମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ । ଏଥିସହ ନିକଟରେ ସିଆଚେନ୍ ଗ୍ଲେସିୟରରେ ନିୟୋଜିତ ହୋଇଥିବା ପ୍ରଥମ ମହିଳା ସେନାଧିକାରୀ କ୍ୟାପଟେନ ଶିବା ଚୌହାନଙ୍କ କଥା ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁଯାୟୀ ୧୯୫୮ରେ ପ୍ରଥମେ ଆର୍ମି ମେଡିକାଲ୍ କୋରରେ ମହିଳାଙ୍କୁ ସାମିଲ କରାଯାଇଥିବା ବେଳେ, ସମୟକ୍ରମେ ଆଉ ୧୦ଟି ବିଭାଗରେ ମଧ୍ୟ ମହିଳା କାର୍ଯ୍ୟରତ ଅଛନ୍ତି । ଇନଫାଣ୍ଟ୍ରି, ଆର୍ମର୍ଡ, ଆର୍ଟିଲେରି ଓ ମେକାନାଇଜ୍ଡ ଇନଫାଣ୍ଟ୍ରି ରେଜିମେଣ୍ଟରେ ମହିଳା ନାହାନ୍ତି । ପୂର୍ବରୁ ଭାରତୀୟ ବାୟୁସେନା ୨୦୧୬ ଜୁନରେ ପ୍ରଥମେ ୩ଜଣ ମହିଳା ଫାଇଟର୍ ପାଇଲଟଙ୍କୁ ନିଯୁକ୍ତି ଦେଇଥିଲା । ଏପର୍ଯ୍ୟନ୍ତ ୧୫ ଜଣ ଫାଇଟର୍ ପାଇଲଟ୍ ଏୟାର୍ଫୋର୍ସରେ ସାମିଲ ହୋଇସାରିଲେଣି । ଗତମାସ ଭାରତୀୟ ନୌସେନା ମଧ୍ୟ ଘୋଷଣା କରିଥିଲା ଯେ, ୨୦୨୩ ଠାରୁ ସବମରିନ୍ ବା ବୁଡ଼ା ଜାହାଜ ସମେତ ସବୁ ବିଭାଗରେ ମହିଳା ଅଧିକାରୀ ଏବଂ PBROଙ୍କୁ ସାମିଲ ହେବା ପାଇଁ ସୁଯୋଗ ମିଳିବ ।

Leave A Reply

Your email address will not be published.