ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଐଶ୍ବର୍ଯ୍ୟାଙ୍କ ପାଖକୁ ଆସିଲା କୋର୍ଟ ନୋଟିସ୍

0

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କ ବୋହୂ  ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ପାଖକୁ ଆସିଛି କୋର୍ଟ ନୋଟିସ୍। କାରଣ ଐଶ୍ବର୍ଯ୍ୟା ଜମି ଟିକସ ବକେୟା ରଖିଥିବା  ହେତୁ ନାସିକ ତହସିଲଦାର ତାଙ୍କ ଘରକୁ ଏକ ନୋଟିସ ପଠାଇଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ନାସିକର ସିନ୍ନରରେ ଅଦୱାଡି ଶିବରାତରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କର କିଛି ଜାଗା ଅଛି। ଯାହାର ଗଲା ଏକ ବର୍ଷ ଧରି ଟ୍ୟାକ୍ସ ପଇଠ କରାଯାଇନି। ଟ୍ୟାକ୍ସ ବାବଦକୁ ଅଭିନେତ୍ରୀଙ୍କୁ ପ୍ରାୟ ୨୧ ହଜାର ୯୬୦ ଟଙ୍କା ଦେବାକୁ ବାକି ଅଛି। ଏହି କାରଣରୁ ନାସିକର ତହସିଲଦାର ଐଶ୍ୱର୍ଯ୍ୟା ରାୟଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ ଏହି ନୋଟିସ୍ ଆସନ୍ତା ଜାନୁଆରୀ ୯ ତାରିଖରେ ଐଶ୍ୱର୍ଯ୍ୟା ରାୟଙ୍କୁ ଦିଆଯାଇଥିବା ଜଣାପଡିଛି। ନାସିକରେ ଐଶ୍ୱର୍ଯ୍ୟାଙ୍କ ନାଁରେ ପାଖାପାଖି ୧ ହେକ୍ଟର ଜମି ଅଛି। କୁହାଯାଇଛି ୧ ବର୍ଷ ଧରି ସେ ଏହି ଜମିର ଟ୍ୟାକ୍ସ ଦେଇନାହାଁନ୍ତି। ଐଶ୍ୱର୍ଯ୍ୟାଙ୍କ ସହିତ ଅନ୍ୟ ୧୨ ଶହ ଜଣ ଜମି ମାଲିକ ମଧ୍ୟ ନିଜର ଟ୍ୟାକ୍ସ ଭରିନାହାଁନ୍ତି। ଯେଉଁ କାରଣରୁ ସେମାନଙ୍କ ପାଖକୁ ମଧ୍ୟ ନୋଟିସ୍ ପଠାଯାଇଛି।

ନୋଟିସରେ ଉଲ୍ଲେଖ ରହିଛି କି, ଯଦି ଐଶ୍ବର୍ଯ୍ୟା ଏହି ବକେୟା ଟିକସ ଦେବାରେ ବିଳମ୍ବ କରନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ନାସିକ ତହସିଲଦାର ସୂଚିତ କରିଛନ୍ତି। ତେବେ ଐଶ୍ବର୍ଯ୍ୟାଙ୍କ ସମେତ ୧୨୦୦ଜଣ ଅନ୍ୟ ସମ୍ପତ୍ତି ମାଲିକଙ୍କୁ ମଧ୍ୟ  ଟିକସ ବକେୟା ଥିବା ନେଇ ନୋଟିସ ଜାରି କରାଯାଇଛି। ତୁରନ୍ତ ଏହି ବକେୟା ରାଶି ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପୈଠ କରିବାକୁ ସମସ୍ତଙ୍କୁ ସୂଚିତ କରାଯାଇଛି। କାରଣ ମାର୍ଚ୍ଚମାସ ହେଉଛି ରାଜସ୍ବ ବିଭାଗର କ୍ଲେଜିଂ ମାସ।

Leave A Reply

Your email address will not be published.