ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସେନାଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

0

ଜମ୍ମୁ-କଶ୍ମୀର; ସୁରକ୍ଷାବାହିନୀକୁ ମିଳିଲା ବଡ ସଫଳତା । ଜମ୍ମୁକଶ୍ମୀରର ବଡଗାମରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ । ମିଳିଥିବା ସୂଚନା ଅନୁଯାୟୀ, ବଡଗାମ ଏସଏସପି କାର୍ଯ୍ୟାଳୟ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ଦୁଇ ଆତଙ୍କବାଦୀ ଲୁଚିଥିବାର ଗୁଇନ୍ଦା ଖବର ମିଳିବା ପରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା |

ଜଣେ ସେନା ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ଯବାନମାନେ ବଡ଼ଗାମରେ ଏକ ମୋବାଇଲ୍ ଗାଡି ଚେକ୍ ପୋଷ୍ଟ ସ୍ଥାପନ କରିଥିଲେ। ତେବେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ଆଉ ଏହାର ଜବାବ ଦେବାକୁ ଯାଇ ସୁରକ୍ଷାବାହିନୀ ଗୁଳି ଚଳାଇଥିଲେ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା | ତେବେ ନିହତ ଆତଙ୍କୀମାନେ ହେଉଛନ୍ତି ପୁଲୱାମାର ଅରବାଜ ମିର ଏବଂ ସହିଦ ଶେଖ ।

ସୂଚନା ଥାଉ କି ଏହା ପୂର୍ବରୁ ରବିବାର ଦିନ ମଧ୍ୟ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ତେବେ ତିନିଜଣ ଆତଙ୍କବାଦୀ ଖସି ପଳାଇ ଯାଇଥିଲେ।

Leave A Reply

Your email address will not be published.