ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆମେରିକାରେ ପୁଣି ଗୁଳିକାଣ୍ଡ

0

କାଲିଫର୍ଣ୍ଣିଆ : ଆମେରିକା ଗୁଳିକାଣ୍ଡ ଏବେ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ପ୍ରାୟ ପ୍ରତି ମାସରେ ସର୍ବସାଧାରଣ ସ୍ଥାନ ଯେପରିକି ସ୍କୁଲ, ସପିଂମଲ ଆଦିରେ ଗୁଳିକାଣ୍ଡ ହେଉଛି । କାଲିଫର୍ଣ୍ଣିଆସ୍ଥିତ ମଣ୍ଟେରି ପାର୍କରେ ଚୀନ ନବବର୍ଷ ସମାରୋହ ଚାଲିଥିବାବେଳେ ଆଖିମୁଜା ଗୁଳିକାଣ୍ଡ ହୋଇଥିବା ଖବର ମିଳିଛି । ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଥିବା ସୂଚନା ମିଳୁଛି।

ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ ନବବର୍ଷ ଅବସରରେ ଶନିବାର ରାତିରେ ସେଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଏହି ସମୟରେ ଜଣେ ଆତତାୟୀ ଆଖିବୁଜା ଗୁଳିକାଣ୍ଡ କରିଥିଲା । ମଣ୍ଟେରି ପାର୍କରେ ଗୁଳିବିନିମୟ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଲଟା ଗୁଳିଚାଳନା କରିଥିଲା ।

କୁହାଯାଉଛି ଯେ ରାତି ୧୦ଟା ପରେ ଏହି ଗୁଳିବିନିମୟ ହୋଇଥିଲା। ମଣ୍ଟେରି ପାର୍କଟି ଲସ ଆଞ୍ଜେଲସ ଠାରୁ ମାତ୍ର ୧୧ କିଲୋମିଟର ଦୂରରେ ଅବସ୍ଥିତି । ଏହି ଗୁଳିକାଣ୍ଡ ସଂପର୍କିତ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଭାଇରାଲ ହୋଇଛି ।  ପୁଲିସ ଘଟଣାସ୍ଥଳକୁ ଘେରି ରହିବା ସହ ଆହତମାନଙ୍କୁ ହସପିଟାଲରେ ଭର୍ତ୍ତିକରିଛି ।

Leave A Reply

Your email address will not be published.