ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆମେରିକାରେ ପୁଣି ଗୁଳିକାଣ୍ଡ

0

କାଲିଫର୍ଣ୍ଣିଆ : ଆମେରିକା ଗୁଳିକାଣ୍ଡ ଏବେ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ପ୍ରାୟ ପ୍ରତି ମାସରେ ସର୍ବସାଧାରଣ ସ୍ଥାନ ଯେପରିକି ସ୍କୁଲ, ସପିଂମଲ ଆଦିରେ ଗୁଳିକାଣ୍ଡ ହେଉଛି । କାଲିଫର୍ଣ୍ଣିଆସ୍ଥିତ ମଣ୍ଟେରି ପାର୍କରେ ଚୀନ ନବବର୍ଷ ସମାରୋହ ଚାଲିଥିବାବେଳେ ଆଖିମୁଜା ଗୁଳିକାଣ୍ଡ ହୋଇଥିବା ଖବର ମିଳିଛି । ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଥିବା ସୂଚନା ମିଳୁଛି।

ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ ନବବର୍ଷ ଅବସରରେ ଶନିବାର ରାତିରେ ସେଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଏହି ସମୟରେ ଜଣେ ଆତତାୟୀ ଆଖିବୁଜା ଗୁଳିକାଣ୍ଡ କରିଥିଲା । ମଣ୍ଟେରି ପାର୍କରେ ଗୁଳିବିନିମୟ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଲଟା ଗୁଳିଚାଳନା କରିଥିଲା ।

କୁହାଯାଉଛି ଯେ ରାତି ୧୦ଟା ପରେ ଏହି ଗୁଳିବିନିମୟ ହୋଇଥିଲା। ମଣ୍ଟେରି ପାର୍କଟି ଲସ ଆଞ୍ଜେଲସ ଠାରୁ ମାତ୍ର ୧୧ କିଲୋମିଟର ଦୂରରେ ଅବସ୍ଥିତି । ଏହି ଗୁଳିକାଣ୍ଡ ସଂପର୍କିତ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଭାଇରାଲ ହୋଇଛି ।  ପୁଲିସ ଘଟଣାସ୍ଥଳକୁ ଘେରି ରହିବା ସହ ଆହତମାନଙ୍କୁ ହସପିଟାଲରେ ଭର୍ତ୍ତିକରିଛି ।

Leave A Reply

Your email address will not be published.