ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଜମ୍ମୁ କଶ୍ମୀର ଘାଟିରେ ବିସ୍ଫୋରଣ, ୮ ଆହତ

0

ଜମ୍ମୁ କଶ୍ମୀର; ଜମ୍ମୁ କଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଥର ବିସ୍ଫୋରଣ ହେଲାଣି। ତେବେ ବିଳମ୍ବିତ ରାତିରେ ବଜାଲତା ଗାଁରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ଜଣେ ପୁଲିସ କନଷ୍ଟେବଳ ଆହତ ହୋଇଛନ୍ତି। ଏହାପୂର୍ବରୁ ନରୱାଲର ଟ୍ରାନ୍ସପୋର୍ଟ ନଗରରେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ। 

ପୁଲିସ ସୂଚନା ମୁତାବକ, ସିଧରାର ବଜାଲତା ଛକରେ ଥିବା ଏକ ୟୁରିଆ ସାର ଭର୍ତ୍ତି ଟ୍ରକ୍‌ରେ ଏହି ବିସ୍ଫୋରଣ ଘଟିଛି। ସୁରିନ୍ଦର ସିଂହ ନାମକ ଜଣେ କନଷ୍ଟେବଳ ଡ୍ୟୁଟରେ ଥିବା ବେଳେ ଉକ୍ତ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରୁଥିଲେ। ଏହି ସମୟରେ ଟ୍ରକ୍‌ରେ ବିସ୍ଫୋରଣ ହୋଇଥିଲେ। ଫଳରେ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଯାଞ୍ଚରୁ ଏହା ପୂର୍ବ ଯୋଜନା ମୁତାବକ ବିସ୍ଫୋରଣ ଥିବା ଜଣାପଡିଛି।  

ଉଲ୍ଲେଖଯୋଗ୍ୟ, ଶନିବାର ଜମ୍ମୁର ନରୱାଲ ଅଞ୍ଚଳରେ ୩୦ ମିନିଟ ମଧ୍ୟରେ ଦୁଇଟି ବଡ ଧରଣ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ। ଏକ କବାଡି ଦୋକାନରେ ଏହି ବିସ୍ଫୋରଣ ଘଟିଥିଲା। ଜାନୁଆରୀ ୨୬ ପୂର୍ବରୁ ଜମ୍ମୁ-କଶ୍ମୀରରେ ଲଗାତର ଏଭଳି ବିସ୍ଫୋରଣ ହେଉଥିବା ଯୋଗୁଁ ଚାରିଆଡେ ହାଇ ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.