ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଆମେରିକାର ୩ଟି ସ୍ଥାନରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ

0

ଓ୍ବାଶିଂଟନ : ଆମେରିକାର ଡେସ୍ ମୋଇନେସ୍‌ସ୍ଥିତ ଏକ ସ୍କୁଲ ସମେତ ଅନ୍ୟ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ୯ଜଣଙ୍କ ଜୀବନ ଯାଇଛି। ଏଥିରେ ଜଣେ ଶିକ୍ଷକ ବି ଗୁରୁତର ହୋଇଥିବା ଜଣାଯାଇଛି।

ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଗୋଟିଏ ଦିନରେ ଆମେରିକାର ୩ଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି।ସୋମବାର ଅପରାହ୍ନରେ ଡେସ୍ ମୋଇନେସ୍‌ସ୍ଥିତ ଆଇୱା ଚାର୍ଟର୍ ସ୍କୁଲରେ ପିଲାମାନେ ପଢ଼ୁଥିବା ବେଳେ ଏହି ଗୁଳି ବିନିମୟ ଘଟିଥିଲା। ଗୁଳି ବିନିମୟରେ ଆହତ ଛାତ୍ରଦ୍ୱୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଛାତ୍ର ଆଖି ବୁଜି ଦେଇଥିଲେ। ଏହି ଘଟଣାରେ ଗୁଳି ମାଡ଼ର ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି।ଡେଲ୍ ମୋଇନେସ ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍‌କୁ ଲୋକ ଅଟକାଇ ୩ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଜିମା ଦିଆଯାଇଛି ।

ସେପଟେ ଉତ୍ତର କାର୍ଲିଫର୍ଣ୍ଣିଆ ଓ ଲୋୱାରେ ଫୁଟିଛି ଗୁଳି । ଉତ୍ତର କାର୍ଲିଫର୍ଣ୍ଣିଆର ହାଫ୍ ମୁନ୍ ବେ, ସାନ ଫ୍ରାନସିସକୋର ଦକ୍ଷିଣର ୨ଟି ସ୍ଥାନରେ ହୋଇଛି ଗୁଳିମାଡ଼ । ଗୁଳିମାଡ଼ରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ଆହତ ହୋଇଛନ୍ତି । ଏବେସୁଦ୍ଧା ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋ ଇନଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମାଉଣ୍ଟେନ ମସରୁମ୍ ଫାର୍ମରେ ଗୁଳିକାଣ୍ଡରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ପୂର୍ବରୁ ଦକ୍ଷିଣ କାର୍ଲିଫର୍ଣ୍ଣିଆର ଡ୍ୟାନ୍ସିଂ ହଲରେ ୧୧ ଜଣଙ୍କୁ ଗୁଳି କରି ନିଜେ ନିଜକୁ ମାରିଦେଇଥିଲା ଜଣେ ୭୨ ବର୍ଷୀୟ ଅଭିଯୁକ୍ତ ।

Leave A Reply

Your email address will not be published.