ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ରାଜପଥରେ ମୁଖ୍ୟ ଆକର୍ଷଣ ହେବ ପୁରୀର ସାହିଯାତ

0

ଭୁବନେଶ୍ୱର: ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଓଡ଼ିଶୀ ନୃତ୍ୟରେ ନାଚିବ ନୂଆଦିଲ୍ଲୀର ରାଜପଥ। ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ପୁରୀର ସାହିଯାତ ଏବଂ କେନ୍ଦୁଝରର ଝୁମର ନୃତ୍ୟ । କଟକ ଏବଂ ଭୁନେଶ୍ବରରେ ଥିବା ଓଡ଼ିଶୀ ନୃତ୍ୟାନୁଷ୍ଠାନ ମାନଙ୍କରୁ ମୋଟ ୯ ଜଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏଥର ବନ୍ଦେ ଭାରତ ନୃତ୍ୟରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ: ରଙ୍ଗଶାଳା ଅନୁଷ୍ଠାନର କଳାକାର ମାନେ ପୁରୀର ପାରମ୍ପରିକ ରାବଣ, ନାଗା ଓ ମେଢ ନୃତ୍ୟ ପରିବେଷଣ କରିବେ । କେନ୍ଦୁଝରର ଝୁମର ନୃତ୍ୟକୁ ମଧ୍ୟ ‘ ବନ୍ଦେ ଭାରତ ‘ ନୃତ୍ୟରେ ସାମିଲ କରାଯାଇଛି । କଳାକାର ମାନଙ୍କ ଦ୍ବାରା ବନ୍ଦେ ଭାରତ ନୃତ୍ୟ ଜରିଆରେ ବସୁଧୈବ କୁଟୁମ୍ବକମ୍ ଓ ୟୁନିଟି ଇନ୍ ଡାଇଭର୍ସିଟି ବାର୍ତ୍ତା ଦିଆଯିବ ।

ଚଳିତ ମାସ ୫ ତାରିଖରୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ନୃତ୍ୟ ତାଲିମ ନେଉଛନ୍ତି ଭାଗ ନେଇଥିବା କଳାକାରମାନେ। ଆଜି ଫୁଲ ଡ୍ରେସ ରିହରର୍ସାଲ୍ ହୋଇଥିବା ବେଳେ କଳାକାର ମାନେ ଏନେଇ ଖୁବ୍ ଉତ୍ସାହିତ ରହିଛନ୍ତି। ପ୍ରଶିକ୍ଷଣ ପାଇଁ ଜଣାଶୁଣା ୪ ଜଣ କୋରିଓ ଗ୍ରାଫରଙ୍କୁ ନିୟୋଜିତ କରାଯାଇଛି । ଏଥିରେ ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟାଙ୍ଗନା କବିତା ଦ୍ବିବେଦୀ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.