ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ସୁପ୍ରିମକୋର୍ଟର ୫ ଜଣ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୫ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟ ଅଡିଟୋରିଅମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ବିଚାରପତିମାନେ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ଡି ଓ୍ୱାଇ ଚନ୍ଦ୍ରଚୁଡ଼ ନୂଆ ବିଚାରପତିମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ୫ ନୂଆ ବିଚାରପତି ହେଲେ ଜଷ୍ଟିସ ପଙ୍କଜ ମିତଲ, ଜଷ୍ଟିସ ସଞ୍ଜୟ କାରୋଲ, ଜଷ୍ଟିସ ପି.ଭି ସଞ୍ଜୟ କୁମାର, ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ ମନୋଜ ମିଶ୍ର ।

ଉଲ୍ଲେଖଯୋଗ୍ୟ; ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୧୩ ତାରିଖରେ ବସିଥିବା କଲେଜିୟମ ବୈଠକରେ ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିସ ହୋଇଥିଲା । ଗତ ୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଲିକାକୁ ରାଷ୍ଟ୍ରପତି ଭବନକୁ ଅନୁମୋଦନ ପାଇଁ ପଠାଇଥିଲା । କେନ୍ଦ୍ରର ଅନୁମୋଦନ ପରେ ଆଜି ନୂଆ ବିଚାରପତିମାନେ ଶପଥ ନେଇଛନ୍ତି ।

ଏହି ୫ ଜଣ ହେଲେ ଜଷ୍ଟିସ ପଙ୍କଜ ମିଥଲ (ରାଜସ୍ଥାନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି), ଜଷ୍ଟିସ୍ ସଞ୍ଜୟ କାରୋଲ (ପାଟନା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି), ପି.ଭି. ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି), ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି) ଏବଂ ମନୋଜ ମିଶ୍ର (ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି) । ଏହି ୫ ଜଣ ବିଚାରପତି ଶପଥ ନେବା ପରେ ସୁପ୍ରିମକୋର୍ଟରେ ଥିବା ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି ।

Leave A Reply

Your email address will not be published.