ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ତୁର୍କୀ ଓ ସିରିଆ ଭୂକମ୍ପ; ୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା

0

ତୁର୍କୀ; ପ୍ରଳୟଙ୍କରୀ ଭୂକମ୍ପରେ ଭୟଙ୍କର ବିପର୍ଯ୍ୟୟର ସାମ୍ନା କଲା ତୁର୍କୀ ଓ ସିରିଆ। ଏବେ ଧ୍ବସ୍ତ ବିଧ୍ବସ୍ତ ସହରକୁ ସଜାଡିବାରେ ଲାଗି ପଡିଛନ୍ତି ସମସ୍ତେ। ୫୦ଟି ଦେଶ ସହାୟତା ପାଇଁ ଆଗେଇ ଆସିଛି। ଭାରତରୁ ମଧ୍ୟ ଏନଡିଆରଏଫ ଟିମ୍ ସହାୟତା ନେଇ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ତୁର୍କୀ ଓ ସିରିଆରେ ୭,୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ  ଲୋକ ଗୁରୁତର ହୋଇଛନ୍ତି।ତୁର୍କୀରେ ହଜାର ହଜାର କୋଠାବାଡ଼ି ଭାଙ୍ଗି ମାଟିରେ ମିଶି ଯାଇଛି । ତା’ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।

ମାତ୍ର ଭୂମିକମ୍ପ ପରେ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ଏପରିକି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର ଲ୍ୟାଣ୍ଡ କରିପାରୁ ନ ଥିବା ଜଣାଯାଇଛି। ଫଳରେ କେବଳ ରାସ୍ତା ମାର୍ଗ ଦେଇ ରିଲିଫ୍ ସାମଗ୍ରୀକୁ ପଠାଯାଉଛି ଏବଂ ଭଗ୍ନସ୍ତୂପ ତଳେ ହଜାର ହଜାର ଲୋକ ଫସି ରହିଛନ୍ତି। ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଭୂକମ୍ପ ପରବର୍ତ୍ତୀ ସ୍ଥିତି ଅତି ଭୟଙ୍କର ରହିଛି। ତୁର୍କୀରେ ଗତକାଲି ୩ ଥର ଭୂକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଲାଗି ରହିଥିବା ବେଳେ ଆଜି ପୁଣିଥରେ କେନ୍ଦ୍ରୀୟ ତୁର୍କୀରେ ଦୁଇ ଥର ୫.୬ ଓ ୫.୭ ତୀବ୍ରତାର ଭୂକମ୍ପ ‌ଅନୁଭୂତ ହୋଇଛି।

ଭୂକମ୍ପରୁ ବଞ୍ଚିଯାଇଥିବା ଲୋକମାନେ ଏବେ ଭୀଷଣ ଥଣ୍ଡା, ଘନ ଅନ୍ଧାର ଓ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସେମାନଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ଟିକେବି ନାହିଁ। ପ୍ରବଳ ଶୀତ ଏବଂ ବରଫ ବର୍ଷା ଅତି ଶୋଚନୀୟ ସ୍ଥିତି ସୃଷ୍ଟି କରିଛି। ତୁର୍କୀ ରାଷ୍ଟପ୍ରତି ଏର୍ଡୋଗାନ ଆଜି ୧୦ ଭୂକମ୍ପ ପ୍ରଭାବିତ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ଅତ୍ୟଧିକ ଥଣ୍ଡା ଭଗ୍ନ କୋଠା ତଳେ ଫସି ରହିଥିବା ଲୋକମାନଙ୍କ ପାଇଁ ଅତି ଜଟିଳ ସ୍ଥିତି ସୃଷ୍ଟି କରିଛି। ୮ ହଜାରରୁ ଅଧିକ ଲୋକଙ୍କୁ ଭଗ୍ନାବଶେଷ ତଳୁ ଜୀବିତ ଉଦ୍ଧାର କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ପୂର୍ବରୁ ମାନବୀୟ ସହାୟତା ଉପରେ ନିର୍ଭରଶୀଳ ଥିବା ସିରିୟାରେ ୪୦ ଲକ୍ଷରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି। ତୁର୍କୀ କେବଳ ଏହାର ଇତିହାସରେ ନୁହେଁ ବରଂ ସମଗ୍ର ବିଶ୍ବରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସାମ୍ନା କରୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ସିରିୟା ପୂର୍ବରୁ ସଙ୍କଟରେ ରହିଛି। ସିରିୟାକୁ ଏବେ ଅଧିକ ମାତ୍ରାରେ ମାନବୀୟ ସହାୟତା ଆବଶ୍ୟକ‌। ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ଏବେ ସମୟ ବିରୋଧରେ ଦୌଡ଼ିବାର ସମୟ। ପ୍ରତି ମିନିଟ୍‌ ଏବଂ ପ୍ରତି ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ଲୋକଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭାବନା କମିଯାଉଛି। ବିଶେଷ କରି ତୁର୍କୀ ଏବଂ ସିରିୟାର ଯେଉଁ ଅଞ୍ଚଳରେ ଭୂକମ୍ପ ପରଠାରୁ କିଛି ଖବର ନାହିଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସେଥିପାଇଁ ସବୁଠାରୁ ଅଧିକ ଚିନ୍ତିତ ଅଛନ୍ତି।

ତୁର୍କୀରେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ୫୪ ହଜାର ଅସ୍ଥା‌ୟୀ ଟେଣ୍ଟ ପ୍ରତିଷ୍ଠା ହୋଇଛି। ୧୦୨,୦୦୦ ବେଡ୍‌ ପଠାଯାଇଛି। ପ୍ରାୟ ୫୪ ହଜାର ଲୋକ ଉଦ୍ଧାର କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି। ତୁର୍କୀ ଅପେକ୍ଷା ସିରିୟାରେ ଉଦ୍ଧାର କାର୍ଯ୍ୟ ଅଧିକ ଚ୍ୟାଲେଞ୍ଜିଂ ହୋଇଛି। ଭୂକମ୍ପରେ ଶତାଧିକ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ପ୍ରଳୟଙ୍କରୀ ଭୂକମ୍ପ ଯୋଗୁଁ ସିରିୟାର କେତେକ ଅଞ୍ଚଳ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ଏବଂ ଜାତିସଂଘର ସହାୟତା ସେଠାରେ ପହଞ୍ଚି ପାରୁନି।

ଅନେକ ଲୋକଙ୍କର ମାଟି ତଳେ ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି । ସିରିଆରେ ମଧ୍ୟ ପ୍ରକୃତିର କରାଳ ରୂପ କିଛି କମ୍ ନୁହେଁ। ଉଭୟ ଦେଶରେ ବଡ଼ ବଡ଼ କୋଠା ଧରାଶାୟୀ ହୋଇଛି। ଟନ୍ ଟନ୍ ଭଗ୍ନାଂଶ ତଳେ ଜୀବନ ଚାପି ହୋଇଯାଇଛି  । ଏବେ ବି ହଜାର ହଜାର ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଭୂମିକମ୍ପରେ ତୁର୍କୀର ବିଭିନ୍ନ ଐତିହାସିକ ସ୍ଥଳି ଶ୍ମଶାନ ପାଲଟିଛି।

Leave A Reply

Your email address will not be published.