ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇଡି ଜାଲରେ ପଡିଲେ ବାଇଜୁସର ସିଇଓ

0

ବେଙ୍ଗାଲୁରୁ: ଇଡି ସ୍କାନରରେ ବାଇଜୁସ ସିଇଓ ରବୀନ୍ଦ୍ରନ ବାଇଜୁ । ବେଙ୍ଗାଲୁରୁସ୍ଥିତ ରବୀନ୍ଦ୍ରନଙ୍କ ଅଫିସ ଓ ଘରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଅନୁସାରେ ରବୀନ୍ଦ୍ରନଙ୍କ ଦୁଇଟି ବ୍ୟାବସାୟିକ୍ ପ୍ରତିଷ୍ଠାନ ଓ ତାଙ୍କର ଆବାସସ୍ଥଳୀରେ ଏହି ରେଡ ହୋଇଛି ।

ବାଇଜୁ ରବୀନ୍ଦ୍ରନ ଓ ତାଙ୍କ କମ୍ପାନୀ ‘ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍‌’ ବିରୋଧରେ ବୈଦେଶିକ ବିନିମୟ ପରିଚାଳନା ଆଇନ (FEMA)ରେ ଥିବା ବ୍ୟବସ୍ଥା ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘର ଓ ଦୁଇଟି ଅଫିସରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଇଡି ଅନେକ ଗୁଡ଼ିଏ ସନ୍ଦେହଜନକ କାଗଜପତ୍ର ଓ ତଥ୍ୟ ଜବତ କରିଥିବା ଜଣାପଡ଼ିଛି।

ଇଡି ପକ୍ଷରୁ କୁହାଯାଇଛି ଯେ ଏହି ଚଢ଼ାଉ ବେଳେ ଜଣାପଡ଼ିଲା ଯେ ତାଙ୍କ କମ୍ପାନୀରେ ୨୦୧୧ରୁ ୨୦୨୩ ମଧ୍ୟରେ ପ୍ରାୟ ୨୮ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ହୋଇଛି। ଏହି ସମୟ ମଧ୍ୟରେ କମ୍ପାନୀ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନାମରେ ବିଭିନ୍ନ ବିଦେଶୀ ସଂସ୍ଥାକୁ ପ୍ରାୟ ୯୭୫୪ କୋଟି ଟଙ୍କା ପଠାଇଛି। ସେହିପରି ତାଙ୍କ କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ଠାରୁ ଆଉ ଫାଇନାନସିଆଲ ଷ୍ଟେଟମେଣ୍ଟ ପ୍ରସ୍ତୁତ କରି ନାହିଁ କି ଆକାଊଣ୍ଟ ଅଡିଟ କରି ନାହିଁ।

ଅନେକ ଅଭିଯୋଗ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଇଡି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ବାଇଜୁ ରବୀନ୍ଦ୍ରନଙ୍କୁ ଅନେକ ଥର ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। କିନ୍ତୁ ସେ କେବେ ବି ହାଜର ହୋଇ ନଥିଲେ।

Leave A Reply

Your email address will not be published.