ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଭାରସାମ୍ୟ ହରାଇ ଘାଟିରୁ ଖସିଲା ଭାରତୀୟ ସେନାର ଆମ୍ବୁଲାନ୍ସ : ୨ଯବାନ ମୃତ ୩ ଗୁରୁତର

0

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ରାଜୋରୀ ଠାରେ ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଘାଟିରୁ ଖସିପଡିବାରୁ ୨ଜଣ ଯବାନଙ୍କର ମୃତ୍ୟୁ ହୋଇଛି । ଏହାସହ ୩ଜଣ ଯବାନ ଗୁରୁତର ହୋଇଥିବା କଥା ସୂଚନା ମିଳିଛି । ଏଲଓସି ନିକଟରେ କେରି ସେକ୍ଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ପାଇବା ପରେ ଦମକଳବାହିନୀ ପହଂଚି ମୃତ ଓ ଆହତ ଯବାନଙ୍କୁ ଖାଲ ଭିତରୁ ଉଦ୍ଧାର କରିଛନ୍ତି । ଏହାସହ ଗୁରୁତର ହୋଇଥିବା ୩ଜଣ ଯବାନଙ୍କୁ ମେଡିକାଲ ପଠାଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଦୁର୍ଘଟଣା ଏଲଓସି ନିକଟରେ ଥିବା ଫେରି ସେକ୍ଟର ଠାରେ ଘଟିଛି । ଦୁର୍ଘଟଣାରେ ଜୀବନ ହରାଇଥିବା ଦୁଇଜଣ ଯବାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ବିହାରର ସୁଧିର କୁମାର ଓ ରାଜୋରୀର ପରମବୀର ଶର୍ମା । ଘାଟି ରାସ୍ତାରେ ଆମ୍ବୁଲାନ୍ସଟି ଯାଉଥିବା ବେଳେ ଏକ ଅତି ସଂକୀର୍ଣ୍ଣ ବୁଲାଣିରେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ଆମ୍ବୁଲାନ୍ସଟି ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଛି।

ସୂଚନା ଥାଉକି, ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ସିକ୍କିମ ଠାରେ ସମାନ ଧରଣର ଦୁର୍ଘଟଣା ହୋଇଥିଲା ଜେମା ଠାରେ ସେନାର ଏକ ଟ୍ରକ ରାସ୍ତାତଳକୁ ଖସିପଡିବାରୁ ୧୬ଜଣ ଯବାନ ସହିଦ ହୋଇଥିଲେ ।

Leave A Reply

Your email address will not be published.