ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ନୂଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ବିକ୍ରମ ଆରୁଖ, ସାରଦା ନାୟକ, ସୁଦାମ ମାରଣ୍ଡି ଶପଥ ନେବେ

0

ଭୁବନେଶ୍ୱର: ନବୀନଙ୍କ ଟିମ୍ ରେ କିଏ ହବ ସାମିଲ ଅର୍ଥାତ କିଏ ହେବ ନୂଆ ମନ୍ତ୍ରୀ ସେ ନେଇ ବେଶ୍ କିଛି ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ଆଜି ତିନି ବରିଷ୍ଠ ବିଜେଡି ବିଧାୟକଙ୍କ ନାଁରେ ବାଜିଛି ମୋହର । ନୂଆ ମନ୍ତ୍ରୀ ଭାବେ  ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାରଣ୍ଡି ଶପଥ ନେବେ । ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିବ। ୩ଜଣ ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସନ୍ନ ନାୟକଙ୍କୁ ଆଜି ସନ୍ଧ୍ୟାରେ ଫୋନ୍‌ କଲ ଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଆସନ୍ତାକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ନେବେ ଶପଥ । ତେବେ କିଏ କେଉଁ ବିଭାଗ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ସକାଳେ ଲୋକସେବା ଭବନର କନଭେନସନ ହଲରେ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।

ସୂଚନାଥାଉକି ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପଦରୁ ସମୀର ଦାଶ ଓ  ଶ୍ରମ ବିଭାଗ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ନବ ଦାସଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିଲା ସ୍ୱାସ୍ଥ୍ୟ ବିଭାଗ । ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତପା ଦେଇଥିଲେ । ବର୍ତ୍ତମାନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ଯ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ସେହିପରି ଶ୍ରମ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Leave A Reply

Your email address will not be published.