ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ନୂଆପଡାର ହେବ ନବକଳେବର

0

ନୂଆପଡ଼ା: ନୂଆପଡ଼ାର ବଦଳିବ ରୂପରେଖ। ନୂଆପଡା ଜିଲ୍ଲା ଗସ୍ତ କରି ସବୁକ୍ଷେତ୍ରରେ ବିକାଶ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ। ସିନାପାଲି ବ୍ଲକ ନିଲଜି ଗଦରାମାଲରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କରି ଖୁବଶୀଘ୍ର କାମ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ଦ୍ବାରା ୮୯୦ ହେକ୍ଟର ଜମି ଜଳସେଚିତ ହେବା ସହ ପାନୀୟ ଜଳ ସମସ୍ଯାର ବି ସମାଧାନ ହେବ ।

ସିନାପାଲିର ୭ଟି ସ୍ଥାନରେ ଉଦନ୍ତି ନଦୀ ଉପରେ ମେଗା ଲିଫ୍ଟ ଇରିଗେସନ୍ ହୋଇପାରିବ। ଏହାଦ୍ବାରା ୧୦ରୁ ୧୨ ହଜାର ହେକ୍ଟର ଜମିରେ ସବୁଜିମା ଭରିବ। ସେହିପରି କୋନାବିରାରେ ମଧ୍ୟ ମେଗା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ। ନୂଆ ବର୍ଷରେ ନୂଆରୂପରେ ଝଟକିବ ନୂଆପଡ଼ାର ଧାର୍ମିକ ସ୍ଥଳ । ବୋଡେନରେ ପାତାଳଗଙ୍ଗା ମନ୍ଦିରର ନବକଳେବର ସହିତ ଚାରିପାଖର ସୌନ୍ଦର୍ଯ୍ୟକରଣ କରାଯିବ। ମହାମୃତ୍ୟୁଞ୍ଜୟ, ଗାୟତ୍ରୀ ଓ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରି ଏହାର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ।

ସେହିପରି ସୁନାଦେଇ ମନ୍ଦିର ନବକଳେବର ପାଇଁ ୧୫ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନୂଆବର୍ଷ ପୂର୍ବରୁ ପାଟୋରାର ଯୋଗେଶ୍ବର ମନ୍ଦିରର ଉନ୍ନତିକରଣ ସହିତ ଡ୍ୟାମର ବିକାଶ କରାଯିବ। ଏହା ସହିତ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ମିଳିଛି ପ୍ରତିଶ୍ରୁତି। ବୋଡେନ ବ୍ଲକ ଲିଟିସର୍ଗି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଲାବରେଟୋରୀ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ଫାଇଭ-ଟି ସଚିବ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଖରିଆର ସଦର ବ୍ଲକରେ ଆମ ହସ୍ପିଟାଲର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରି ଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୪ରୁ ୫କୋଟି ଟଙ୍କା ବ୍ୟୟରେ ସୁନାବେଡାବାସୀଙ୍କ ଦୁଃଖ ପାଲଟିଥିବା ଘାଟି ରାସ୍ତାର ଶୀଘ୍ର ମରାମତି ହେବ। ସେହିପରି ସ୍କୁଲ ଓ କଲେଜର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ। ନୂଆପଡ଼ା ନ୍ୟାସନାଲ କଲେଜରେ ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ଫାଇଭ-ଟି ସଚିବ। ସମସ୍ତଙ୍କ ଦରଖାସ୍ତ ଗ୍ରହଣ କରି ଖୁବଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିକାଶ କାମର ଅଗ୍ରଗତି ନେଇ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରୁଛନ୍ତି ଫାଇଭ-ଟି ସଚିବ। ଅଫିସ ନୁହେଁ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।

Leave A Reply

Your email address will not be published.