ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଅଗ୍ନିଶମ ଡିଜି ଭାବେ ଦାୟିତ୍ବ ନେଲେ ଡ଼ ସୁଧାଂଶୁ ଷଡଙ୍ଗୀ

0

କଟକ: ଅଗ୍ନିଶମ ଡିଜି ଭାବେ ଦାୟିତ୍ବ ନେଲେ ଡ଼ ସୁଧାଂଶୁ ଷଡଙ୍ଗୀ। ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥାର ୫୪ତମ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଡ଼ ସୁଧାଂଶୁ ଷଡଙ୍ଗୀଙ୍କୁ କିଛି ଦିନ ତଳେ ଡିଜି ପଦକୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର । ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୂର୍ଵର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ କୌଣସି ସଂଗଠନର ବିକାଶ ଓ ପରିଚୟ ଏକ କ୍ରମାଗତ ପ୍ରକିୟା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୮ଟା ବେଳେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟକୁ ଆସି କାର୍ଯ୍ୟକାରୀ ନିର୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଓଡିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି। ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ ବୋଲି କହିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଡ଼ ସୁଧାଂଶୁ ଷଡଙ୍ଗୀଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ,୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର  ୧୧୨ ଟି ଅଗ୍ନିଶମ କେନ୍ଦ୍ର ଥିଲା। ବର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ ରେ ପହଞ୍ଚିଛି। ଅତୀତରେ ରାଜ୍ୟ ଅଗ୍ନିଶମ କର୍ମଚାରୀ ମାନେ ବାହାର ରାଜ୍ୟଗୁଡିକରେ ଭଲ କାମ କରି ପ୍ରଶଂସା ପାଇଛନ୍ତି। ରାଜ୍ୟରେ ଚାଳ ଛପର ଘର ସଂଖ୍ୟା କମୁଛି। ପୂର୍ବ ଭଳି ଘର ପୋଡି ନାହିଁ। କିନ୍ତୁ ଉଚ୍ଚ ଅଟ୍ଟାଳିକା ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଆଗ୍ନେୟ ଦୁର୍ଘଟଣାର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ।

ଚଳିତ ଆର୍ଥିକ ବର୍ଷରେ ଅଗ୍ନିଶମ ବିଭାଗର ଉନ୍ନତି ପାଇଁ ରାଜ୍ୟ ସରକାର ଅଧିକ ୨୪୦ କୋଟି ଟଙ୍କାର ଅନୁଦାନ ଦେବାର ପ୍ରସ୍ତାବ ରହିଛି। ୧୧ ଶହ ନୂଆ କର୍ମଚାରୀଙ୍କ ନିଯୁକ୍ତି ପାଇଁ ପ୍ରକିୟା ଆରମ୍ଭ ହୋଇଛି। ଏହି ପ୍ରକିୟା ଆଗାମୀ ୬ମାସ ଭିତରେ ଶେଷ ହେବ । ରାଜ୍ୟରେ କାର୍ଯ୍ୟରତ ୧୫ ହଜାର ୯୧୮ ଗୃହରକ୍ଷୀ ନିଷ୍ଠାର ସହ ସେବା କରି ଜନସାଧାରଣଙ୍କର ଅଧିକ ଆସ୍ଥା ଭାଜନ ହେବେ ବୋଲି ଆଶା କରିଛନ୍ତି ।

Leave A Reply

Your email address will not be published.